ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ ଭଉଣୀକୁ ସୁରକ୍ଷା ଦେବାକୁ ଭାଇ ପ୍ରତିଶ୍ରୁତି ଦିଏ। ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତା ବହନ କରିଥାଏ ଏହି ରାଖୀ। କେବଳ ଭାଇ ଭଉଣୀ ନୁହେଁ ଅନେକଙ୍କୁ ସମ୍ପର୍କର ସୂତାଖିଅ ମାଧ୍ୟମରେ ଯୋଡ଼ିିଥାଏ ରାଖୀ। ରାଖୀପୂର୍ଣ୍ଣିମା ଅଳ୍ପ କିଛି ଦିନ ବାକି ଥିବାବେଳେ କଟକ ସହରରେ ଏବେଠୁ ଜମିଲାଣି ରାଖୀ ବେପାର। ଚୌଧୁରୀ ବଜାର, ବକ୍ସି ବଜାର, ରାଣୀହାଟ, ଦୋଳମୁଣ୍ଡାଇ, କଲେଜ ଛକ ଆଦି ସହରର ବିଭିନ୍ନ ସ୍ଥାନରେ ଖୋଲିଛି ରାଖୀର ପସରା। ଭଳିକିଭଳି ବିିଭିନ୍ନ ଡିଜାଇନର ରାଖୀ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗୁଛି। ଚଳିତବର୍ଷ ବଜାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଭେରାଇଟିର ରାଖୀ ମିଳୁଛି। ନାମ ଯେମିତି ଦାମ୍‌ ବି ସେମିତି। ବ୍ୟବସାୟୀମାନେ ମଧ୍ୟ ଗ୍ରାହକମାନଙ୍କ ମନ ଜିଣିବା ଭଳି ରାଖୀ ଆଣି ଷ୍ଟଲ୍‌ରେ ସଜାଇଛନ୍ତି।
ଚଳିତବର୍ଷ ଷ୍ଟୋନ ରାଖୀ ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି। କଲେଜ ଛାତ୍ରୀ, ମହିଳା ଓ ଯୁବତୀମାନଙ୍କର ପ୍ରଥମ ପସନ୍ଦ ଷ୍ଟୋନ ରାଖୀ ବୋଲି ବ୍ୟବସାୟୀ ମତ ଦେଇଛନ୍ତି। କଟକକୁ ସାଧାରଣତଃ କୋଲକାତା, ଦିଲ୍ଲୀ ଓ ଜଟଣୀରୁ ରାଖୀ ଆସିଥାଏ। ସିଲଭର ସିଟି ଭାବେ ପରିଚିତ କଟକରେ ରୁପା ରାଖୀର ଚାହିଦା ବେଶ୍‌ ଅଧିକ ରହିଛି। ଛୋଟ ପିଲାଙ୍କର ଟେଡି ବିୟର, ମୋଟୁ ପତଲୁ ଓ ପୋକମ୍ୟାନ ରାଖୀ ମଧ୍ୟ ବିକ୍ରି ହେଉଛି। ସେହିପରି ରେଶମ ରାଖୀ ସହ ବୁଟି ରାଖୀ, ମାଳି ରାଖୀ ମଧ୍ୟ ଉପଲବ୍ଧ ରହିଛି। ସର୍ବନିମ୍ନ ୨ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ରାଖୀ ମିଳୁଛି। କେବଳ କଟକ ସହର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଏଠାକୁ ଆସି ରାଖୀ କ୍ରୟ କରୁଥିବା ଦେଖିବାକୁ ମିଳିଛି। ଚୌଧୁରୀ ବଜାର ରାଖୀ ବ୍ୟବସାୟର ପେଣ୍ଠ ହୋଇଥିବାରୁ ଏଠାରେ ବେପାର ବେଶ୍‌ ଜମିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri