Posted inଖେଳ

ରୁଦ୍ଧଦ୍ୱାର ମ୍ୟାଚ ଯୋଗୁ ଫାଇଦାରେ ରହିବ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫ା୬ (ପି.ଟି.)-ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଫେରିବ। ସେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଫାଇଦାରେ ରହିବ ବୋଲି କହିଛନ୍ତି ଭ୍ରମଣକାରୀ ଦଳ କୋଚ୍‌ ଫିଲ୍‌ ସିମନ୍ସ। କୋଭିଡ୍‌-୧୯ ଯୋଗୁ ମ୍ୟାଚ ଜୈବ ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବ। ମହାମାରୀ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ମାର୍ଚ୍ଚଠାରୁ ସସ୍‌ପେଣ୍ଡ ରହିଛି। ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଜୁଲାଇ ୮ରୁ ସାଉଥାମ୍ପଟନଠାରେ ଆରମ୍ଭ ହେବ। ମ୍ୟାଚ୍‌ ରୁଦ୍ଧଦ୍ୱାରରେ ଅନୁଷ୍ଠିତ ହେଉଥିବାରୁ ଇଂଲଣ୍ଡ ଘରୋଇ ଦର୍ଶକଙ୍କଠାରୁ ଉତ୍ସାହ ପାଇବ ନାହିଁ। ସମର୍ଥକଙ୍କ ବ୍ୟତୀତ ଘରୋଇ ଦଳ ନିକଟରେ ପ୍ରତିଯୋଗିତାମୂଳକ କ୍ରିକେଟ ଖେଳି ନାହିଁ। ଆମେ କିନ୍ତୁ ନିଜ ଦେଶରେ କ୍ରିକେଟ ଖେଳି ଆସିଛୁ। ଟୁର୍‌ ପାଇଁ ଟ୍ରେନିଂ କ୍ୟାମ୍ପରେ ମଧ୍ୟ ଭାଗ ନେଇଛୁ। ଅନ୍ୟପକ୍ଷରେ ଇଂଲଣ୍ଡ ନିକଟରେ ବିଦେଶ ଟୁର୍‌ରୁ ଫେରିନାହିଁ। ଏହି ସବୁ ଦୃଷ୍ଟିରୁ ଆମ ଦଳ ଫାଇଦାରେ ରହିବ ବୋଲି ସିମନ୍ସ ଆଶା ପ୍ରକାଶ କରିଛନ୍ତି। ୧୮ମାସ ପୂର୍ବେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରେ ଯାଇଥିଲା ଇଂଲଣ୍ଡ। ଦଳ ସେଠାରେ ୨-୧ରେ ପରାଜିତ ହୋଇଥିଲା। ଇଂଲଣ୍ଡରେ ଯଦି ସିରିଜ ଡ୍ର ଭାବେ ଶେଷ ହୁଏ ତେବେ ଭ୍ରମଣକାରୀ ଦଳ ଓ୍ବିଜଡେନ୍‌ ଟ୍ରଫି ବଜାୟ ରଖିବ। କିନ୍ତୁ ଅନ୍ୟପକ୍ଷରେ ସିମନ୍ସ ସ୍ବୀକାର କରି କହିଛନ୍ତି ଯେ, ତାଙ୍କ ଦଳ ଶିମରନ ହେଟମେୟର, ଡାରେନ ବ୍ରାଭୋ ଓ କିମୋ ପଲ୍‌ଙ୍କ ଭଳି ଖେଳାଳିଙ୍କୁ ମିସ୍‌ କରିବ। ମହାମାରୀ ପାଇଁ ଏହି ୩ କ୍ରିକେଟର ୟୁନାଇଟେଡ କିଙ୍ଗଡମ୍‌ ଟୁର୍‌ରେ ନ ଯିବା ଲାଗି ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri