ରୁଗ୍‌ଣ ହେଉଛି ତାଳଚେର ଆର୍‌ଏମ୍‌ସି: ଆୟର ୭୦ ପ୍ରତିଶତ ଯାଉଛି ଦରମାରେ

ତାଳଚେର,୩ା୧(ନି.ପ୍ର.) – ତାଳଚେର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସ୍ଥାପନ ହେବାର ପ୍ରାୟ ୨୭ ବର୍ଷ ହେଲାଣି। ଏହାର ବାର୍ଷିକ ଆୟ ୨୭ ଲକ୍ଷ। କିନ୍ତୁ ସମ୍ପାଦକ ଓ କର୍ମଚାରୀଙ୍କ ଦରମା ବାବଦରେ ବାର୍ଷିକ ୧୯ ଲକ୍ଷ ଟଙ୍କା ବ୍ୟୟ ହେଉଛି। ଏହାବ୍ୟତୀତ ଭିତ୍ତିଭୂମିର ବିକାଶ ଅଭାବରୁ ଏହା ଏକ ରୁଗଣ ଆର୍‌ଏମ୍‌ସି ଭାବେ ପରିଗଣିତ ହେଲାଣି। ତେଣୁ ଏଠିକାର କର୍ମଚାରୀମାନେ ନିଜର ହକ୍‌ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ୧୫୨ ପ୍ରତିଶତ ମହଙ୍ଗା ଭତ୍ତା ଦେଉଥିବା ବେଳେ ଏହି ଆର୍‌ଏମ୍‌ସି କର୍ମଚାରୀ ମାତ୍ର ୧୬ ପ୍ରତିଶତ ପାଉଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୧୯୯୩ ନଭେମ୍ବର ୧ରେ ତାଳଚେର ଆର୍‌ଏମ୍‌ସି ସ୍ଥାପନ ହୋଇଥିଲା। ଏଠାରେ ଜଣେ ଡେପୁଟେଶନ ସମ୍ପାଦକଙ୍କ ସହ ୪ଜଣ ସ୍ଥାୟୀ କର୍ମଚାରୀ ଓ ୯ଜଣ ଅସ୍ଥାୟୀ କର୍ମଚାରୀ ଅଛନ୍ତି। ଏହା ଅଧୀନରେ ରହିଛି ତାଳଚେର ସାପ୍ତାହିକ ଓ ଥର୍ମାଲ ହାଟ। ଏହା ଆର୍‌ଏମ୍‌ସିର ନିଜସ୍ବ ହାଟ ହୋଇ ନ ଥିବାରୁ ଏଠାରୁ ଆଦାୟ ହେଉଥିବା ମାହାସୁଲର ୭୦ ପ୍ରତିଶତ ପୌରପରିଷଦ ଓ ନିକଟସ୍ଥ ପଞ୍ଚାୟତକୁ ଯାଇଥାଏ। ତେବେ ସମ୍ପାଦକଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବେଳେ କର୍ମଚାରୀଙ୍କ ଦରମା ମାସକୁ ୯୯ ହଜାର ଯାଇଥାଏ। ଆୟର ସିଂହଭାଗ ସମ୍ପାଦକଙ୍କ ଦରମା ବାବଦରେ ଖର୍ଚ୍ଚ ହେଉଥିବାରୁ ଏଠାକାର କର୍ମଚାରୀମାନେ ସରକାରଙ୍କ ଧାର୍ଯ୍ୟ ମଜୁରି, ବର୍ଦ୍ଧିତ ଦରମା, ମହଙ୍ଗା ଭତ୍ତା ପାଇପାରୁ ନାହାନ୍ତି। ଅନ୍ୟ ସଂସ୍ଥାରୁ ଡେପୁଟେଶନରେ ସମ୍ପାଦକ ଅଣା ନ ଯାଇ ନିକଟସ୍ଥ ଅଫିସରୁ ଜଣେ କର୍ମଚାରୀଙ୍କୁ ଭାରପ୍ରାପ୍ତ ସମ୍ପାଦକ ଭାବେ ନିଯୁକ୍ତି ଦେବାକୁ ବାରମ୍ବାର ବଜାର କମିଟି ଦାବି କରି ଆସୁଛି। ଏ ସମ୍ପର୍କରେ ଅନେକବାର ମଧ୍ୟ ବଜାର କମିଟି ପ୍ରସ୍ତାବ କରି ଉପରସ୍ତରକୁ ଜଣାଇଛି। କିନ୍ତୁ ତାହା ନାଲି ଫିତା ତଳେ ଚାପି ହୋଇଯାଉଛି। ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆର୍‌ଏମ୍‌ସିର ବହୁ ଅର୍ଥ ସମ୍ପାଦକଙ୍କ ଦରମା ବାବଦରେ ଅଯଥାରେ ଖର୍ଚ୍ଚ ହେଉଛି। ଏଣେ ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିପାରୁ ନାହିଁ। ଫଳରେ ସେମାନେ ଘୋର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷ ଠାରୁ ଜଣେ ବରିଷ୍ଠ କିରାଣି ଓ ଜଣେ ପିଅନ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇ ସାରିଛନ୍ତି। ବଜାର କମିଟି ଅନେକବାର ସୁପାରିସ କରିଥିଲେ ମଧ୍ୟ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଏହାକୁ ମଞ୍ଜୁରୀ ଦେଉନାହିଁ।
ଏ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପ୍ରଦୀପ ଦାସ କହିଛନ୍ତି, ଭାରପ୍ରାପ୍ତ ସମ୍ପାଦକ ନିଯୁକ୍ତି ନିମନ୍ତେ ବଜାର କମିଟି ସୁପାରିସ କରିଛି ଓ ଏହାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ତେବେ ତାହାକୁ କାର୍ଯ୍ୟକାରୀ କରା ନ ଯିବାର କାରଣ ଜଣାପଡ଼ୁନି। ଏହାର ଭିତ୍ତିଭୂମି ବିକାଶ ନିମନ୍ତେ ଆଜି ପର୍ଯ୍ୟନ୍ତ ସେମିତି କୌଣସି ଠୋସ ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଇ ନାହିଁ। ଯାହାଦ୍ୱାରା ଆର୍ଥିକ ସମ୍ବଳ ବୃଦ୍ଧି ହୋଇପାରୁ ନ ଥିବା ସମ୍ପାଦକ ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଗୌତମ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର କଥା କହିଦେଲେ ରବି ଶାସ୍ତ୍ରୀ: ପରାଜୟ ପାଇଁ କେବଳ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜିକାଲି ସମାଲୋଚନାର ଶିକାର ହେଉଛନ୍ତି। ଗତବର୍ଷ ଜୁଲାଇରେ କୋଚ ହେବା ପରେ ସେ ଦଳକୁ ଚାମ୍ପିଅନ୍ସ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri