କୃଷି ଉତ୍ପାଦନ ପାଇଁ ଓଡ଼ିଶାକୁ ପ୍ରଶଂସା ପୁରସ୍କାର

ଭୁବନେଶ୍ୱର,୩ା୧(ବ୍ୟୁରୋ):କୃଷି କ୍ଷେତ୍ରରେ ଓଡିଶା ପୁଣି ଥରେ ଉତ୍କର୍ଷ ଲାଭ କରିଛି। ରାଜ୍ୟର କୃଷି ଉତ୍ପାଦନ ବୃଦ୍ଧିକୁ ମିଳିଛି ଜାତୀୟ ସ୍ବୀକୃତି। ୨୦୧୬-୧୭ ଆର୍ଥିକବର୍ଷରେ ସମୁଦାୟ ଅଧିକ ଶସ୍ୟ ଉତ୍ପାଦନ ପାଇଁ ରାଜ୍ୟକୁ ମିଳିଛି କେନ୍ଦ୍ର ପକ୍ଷରୁ ପ୍ରଶଂସା ପୁରସ୍କାର (କମେନ୍‌ଡେଶନ ଆଓ୍ବାର୍ଡ)। ଗୁରୁବାର କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ତୁମକୁରଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଶଂସା ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ଉକ୍ତ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଉନ୍ନତମାନର ବିହନ ଉତ୍ପାଦନ କରିବା, ଉନ୍ନତ ବୈଷୟିକ ଜ୍ଞାନ କୌଶଳର ଉପଯୋଗ, ଜଳସେଚନ ସୁବିଧା, କୃଷି ଭିତ୍ତିଭୂମିର ବିକାଶ ଏବଂ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ବିହନ ଯୋଗାଇବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଅନ୍ୟ ରାଜ୍ୟମାନଙ୍କ ସହ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି। ପୁରସ୍କାର ବାବଦରେ ୧ କୋଟି ଟଙ୍କା, ଗୋଟିଏ ଟ୍ରଫି, ଉପଢୌକନ ପ୍ରଦାନ କରାଯାଇଛି। ମନ୍ତ୍ରୀଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ଏହି ଉତ୍ସବରେ ଯୋଗଦେଇଥିଲେ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆଗରେ ଥିବାରୁ ୪ ଥର କୃଷି କର୍ମଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହାକୁ ମିଶାଇ ଓଡ଼ିଶାକୁ ଶସ୍ୟ ଉତ୍ପାଦନ ପାଇଁ ମୋଟ ୫ଥର ଜାତୀୟ ପୁରସ୍କାର ମିଳିଛି। ଶେଷ ଥର ପାଇଁ ୨୦୧୪-୧୫ ଆର୍ଥିକବର୍ଷ ପାଇଁ ୨୦୧୬ରେ ରାଜ୍ୟକୁ କୃଷି କର୍ମଣ ପୁରସ୍କାର ମିଳିଥିଲା। ପ୍ରଶଂସା ପୁରସ୍କାର କୃଷି କର୍ମଣ ପୁରସ୍କାରର ଏକ ଅଂଶବିଶେଷ।
ପୁରସ୍କାର ଗ୍ରହଣ କରିବା ପରେ କୃଷିମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ପାଇଁ ନୂଆ କୃଷି ନୀତି ସମୃଦ୍ଧି-୨୦୨୦ କାର୍ଯ୍ୟକାରୀ କରିଛନ୍ତି। ଏଥିରେ କୃଷିର ବିକାଶ ସହ କୃଷକଙ୍କମାନଙ୍କର ଆୟକୁ ବହୁଗୁଣିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାର ସର୍ବଦା କୃଷକମାନଙ୍କୁ ଗୁରୁତ୍ୱ ଦେଇ ଆସିଛନ୍ତି। ସେଥିପାଇଁ ସ୍ବତନ୍ତ୍ର କୃଷି ବଜେଟ ସହ କୃଷି କ୍ୟାବିନେଟ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ଭାଜପାର କେନ୍ଦ୍ରୀୟ ହେଭିୱେଟ୍ ବନାମ ବିଜେଡିର ଦୁଇ ହେଭିୱେଟ୍, କିଏ କାହା ଉପରେ ପଡ଼ିବେ ଭାରି ?

ଭୁବନେଶ୍ୱର,୮ା୫: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ କେଇଟା ଦିନ ବାକି ଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ। ଭାରତୀୟ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri