Posted inଫୁରସତ

ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ

ଇଣ୍ଡୋନେସିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ। ତାଙ୍କ ନାଁ ହେଉଛି ରୁଡି ହାର୍ଟୋନୋ। ଏହି ବ୍ୟକ୍ତି ଜଣକ ସଡ଼କ ଓ ସମୁଦ୍ର କୂଳରେ ଜମା ହୋଇଥିବା ଆବର୍ଜନା ସଫା କରିବା କାମରେ ଲାଗି ପଡିଛନ୍ତି। ଏହାର କାରଣ ହେଉଛି ଚାଇନା ପରେ ଇଣ୍ଡୋନେସିଆ ପ୍ଲାଷ୍ଟିକ ଦ୍ୱାରା ପ୍ରଦୂଷଣ ହେଉଥିବା ଦେଶ ଭାବେ ୪ ନମ୍ବର ସ୍ଥାନରେ ରହିଛିି। ତେଣୁ ପ୍ଲାଷ୍ଟିକରୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ରୁଡି ଏମିତି ଏକ ଅଭିଯାନ ଆରମ୍ଭ କରିଥିବା କୁହନ୍ତି। ପ୍ରଥମେ ପ୍ରଥମେ ସେ ସାଦା ପୋଷାକରେ ଏହି କାମ କରୁଥିଲେ। ହେଲେ ଏହା ଜନତାଙ୍କ ଦୃଷ୍ଟି ଆକର୍ଷଣ କରିପାରି ନ ଥିଲା। ତେଣୁ ସେ ସ୍ପାଇଡର ମ୍ୟାନ ପୋଷାକରେ ଏହି କାମ ଆରମ୍ଭ କରିଥିବା କୁହନ୍ତି। ୩୬ ବର୍ଷୀୟ ରୁଡି କୁହନ୍ତି ସେ ସକାଳ ୭ଟାରୁ ଏହି କାମ ଆରମ୍ଭ କରନ୍ତି। ଆଉ ସ୍ପାଇଡର ମ୍ୟାନ ପୋଷକରେ କାମ ଆରମ୍ଭ କରିବା ପରଠାରୁ ସେ ସାଧାରଣ ଜନତାଙ୍କ ନଜରକୁ ଆସିବା ସହ ତାଙ୍କର ଏହି କାମ ରାଷ୍ଟ୍ରୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ଏହାକୁ ନେଇ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନା ମଧ୍ୟ ହେଲାଣି।

ରୁଡିଙ୍କ ଏଭଳି କାର୍ଯ୍ୟକୁ ନେଇ ଖବରକାଗଜରେ ଖବର ପ୍ରକାଶ ପାଇବା ସହ ଚାଟ୍‌ ଶୋ’ ମାଧ୍ୟମରେ ସେ ପ୍ଲାଷ୍ଟିକ ମୁକ୍ତ ବିଶ୍ୱ ପାଇଁ ବାର୍ତ୍ତା ଦେଇଛନ୍ତି। ସେ କୁହନ୍ତି ଭଣଜାକୁ ଖୁସି କରିବାକୁ ସେ ସ୍ପାଇଡର ମ୍ୟାନ ଡ୍ରେସ୍‌ କିଣିଥିଲେ। ହେଲେ ପରେ ଏହା ପ୍ଲାଷ୍ଟିକ ମୁକ୍ତ ଅଭିଯାନର ଅଂଶ ପାଲଟି ଗଲା। ସୂଚନାଯୋଗ୍ୟ, ୨୪ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଇଣ୍ଡୋନେସିଆରେ ପ୍ରତିଦିନ ପ୍ରାୟ ୨.୭ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ ବାହାରିଥାଏ। ପାଖାପାଖି ୧୭ ହଜାର ଦ୍ୱୀପ ଥିବା ଇଣ୍ଡୋନେସିଆ ପ୍ଲାଷ୍ଟିକ ଜନିତ ପ୍ରଦୂଷଣରେ ବହୁ ଆଗରେ ଥିବା କୁହାଯାଏ। ରୁଡି କୁହନ୍ତି ତାଙ୍କର ଏହି ଅଭିଯାନ ଦ୍ୱାରା ସରକାର ଏଭଳି କୌଣସି କଠୋର ଆଇନ ଆଣନ୍ତେ ଯାହାଦ୍ୱାରା ଲୋକେ ସଚେତନ ହୁଅନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri