Posted inଖେଳ

ରିୟଲ ମାଡ୍ରିଡକୁ ହରାଇଲା ଆଟଲେଟିକୋ

ନ୍ୟୁୟର୍କ,୨୭ା୭(ଏଏଫ୍‌ପି)- ସ୍ଥାନୀୟ ମେଟ୍‌ଲାଇଫ୍‌ ଷ୍ଟାଡିୟମରେ ଏକ ପ୍ରାକ୍‌ ସିଜନ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚରେ ଡିଏଗୋ କୋଷ୍ଟାଙ୍କ ୪ ଗୋଲ ସହାୟତାରେ ଆଟ୍‌ଲେଟିକୋ ମାଡ୍ରିଡ୍‌ ଏହାର ଲା ଲିଗା ପ୍ରତିଦ୍ୱନ୍ଦ୍ୱୀ ରିୟଲ ମାଡ୍ରିଡକୁ ୭-୩ ଗୋଲରେ ପରାସ୍ତ କରିଛି। ଖେଳର ୬୩ତମ ମିନିଟ୍‌ରେ ରେଡ୍‌କାର୍ଡ ପାଇ ପଡ଼ିଆ ଛାଡ଼ିଥିବା କୋଷ୍ଟା ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ତାଙ୍କ ହ୍ୟାଟ୍ରିକ ଗୋଲ ସ୍କୋର କରିସାରିଥିଲେ। ମ୍ୟାଚଟି ଖୁବ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା ଯେ, ଫାଉଲ ଖେଳ ପାଇଁ ଏକଦା ଦୁଇ ଦଳକୁ ୧୦ଖେଳାଳିଙ୍କୁ ନେଇ ଖେଳିିବାକୁ ହୋଇଥିଲା। ୧୯ ବର୍ଷୀୟ ପର୍ତ୍ତୁଗିଜ୍‌ ଖେଳାଳି ଜୋଆଓ ଫେଲିକ୍ସ ଆଟଲେଟିକୋ ତରଫରୁ ଗୋଟିଏ ଗୋଲ ଦେଇଥିବା ବେଳେ ଅନ୍ୟ ଦୁଇଟି ଗୋଲ ସ୍କୋର ବେଳେ ସହାୟକ ହୋଇଥିଲେ। ସୂଚନାଯୋଗ୍ୟ, ଫେଲିକ୍ସ ୧୨୬ ନିୟୁତ ୟୁରୋ (୧୪୨ ନିୟୁତ ଡଲାର) ବିନିମୟରେ ବେନିଫିକାରୁ ଆସି ଦଳରେ ଯୋଗ ଦେଇଛନ୍ତି। ଆଟ୍‌ଲେଟିକୋ ତରଫରୁ ଆଞ୍ଜେଲ କୋରିଆ ମଧ୍ୟ ଏକ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ବିଜୟୀ ଦଳ ୫-୦ରେ ଅଗ୍ରଣୀ ରହିଥିଲା। ୫୯ତମ ମିନିଟ୍‌ରେ ଇଡେନ ହାଜାର୍ଡ ନାଚୋଙ୍କ କ୍ରସ୍‌ ସହାୟତାରେ ଜରିଆରେ ରିୟଲ ମାଡ୍ରିଡ ଏହାର ପ୍ରଥମ ଗୋଲ ସ୍କୋର କରିବା ପୂର୍ବରୁ ଆଲେଟିକୋ ୬ଟି ଗୋଲ ସ୍କୋର ଦେଇ ସାରିଥିଲା। ଆଟଲେଟିକୋ ଏହାର ୭ମ ଗୋଲ ୭୦ ତମ ଦେଇଥିଲା। ଭିଟୋଲୋ ଏକାକି ଚମତ୍କାର ଭାବେ ବଲ୍‌କୁ କ୍ୟାରି କରି ଏହି ଗୋଲଟିକୁ ସ୍କୋର କରିଥିଲେ। ରିୟଲ ମାଡ୍ରିଡ ପକ୍ଷରୁ କରିମ ବେଞ୍ଜିମା ୮୫ତମ ମିନିଟ୍‌ରେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ। ହାଭି ହର୍ନାଣ୍ଡେଜ ୮୯ତମ ମିନିଟ୍‌ରେ ସ୍କୋର କରି ଗୋଲ ବ୍ୟବଧାନକୁ ହ୍ରାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri