ରିୟଲ ଇଷ୍ଟେଟ ଲାଗି ଆସୁଛି ରେଣ୍ଟାଲ ପଲିସି

ନୂଆଦିଲ୍ଲୀ,୩୦-୫: ରିୟଲ ଇଷ୍ଟେଟ୍‌ ସେକ୍ଟର ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ନୂଆ ରେଣ୍ଟାଲ ପଲିସୀ ଆଣିବାକୁ ଯାଉଛନ୍ତି। ଭଡ଼ା ସୂତ୍ରରେ ଘରୁ ମିଳୁଥିବା ଲାଭ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଦେବାକୁ ସରକାର ବିଚାର କରୁଛନ୍ତି। ନିବେଶକୁ ଠିକ୍‌ ରାସ୍ତାରେ ଆଣିବା ତଥା ଅର୍ଥନୀତିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏଭଳି ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଦେଶରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ଏହି ରଣନୀତି ଆପଣାଇବାକୁ ଯାଉଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ନିକଟରେ ରିୟଲ ଇଷ୍ଟେଟ କମ୍ପାନୀଗୁଡ଼ିକ ସହ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଥିଲା। ରିୟଲ ଇଷ୍ଟେଟ ସେକ୍ଟରରେ ଦେଖାଦେଇଥିବା ଆହ୍ବାନରୁ ମୁକ୍ତି ପାଇବାର ଉପାୟ ଜଣାଇବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କୁ ଘରଭଡ଼ା ବ୍ୟବସାୟ ମଡେଲ ଉପରେ ନୋଟ୍‌ ଦେବାକୁ କୁହାଯାଇଛି। ଏଥିରେ ବ୍ୟୟକୁ ଛାଡ ରୂପରେ ଦାବି କରିବାକୁ ଅନୁମତି ଦିଆଯିବ। ସେହିପରି ଲାଭ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ ଦିଆଯିବ ବୋଲି କୁହାଯାଇଛି। ଉଲ୍ଲେଖ କରାଯାଇପାରେ ଯେ ଗତ କିଛି ବର୍ଷ ହେଲା ଦେଶରେ ନିବେଶ କାର୍‌ବାର ଜିଡିିପିର ୩୬ ପ୍ରତିଶତରୁ ହ୍ରାସ ପାଇ ୨୯ ପ୍ରତିଶତରେ ପହଞ୍ଚତ୍ୟାଇଛି। ରିୟଲ ଇଷ୍ଟେଟ କ୍ଷେତ୍ର ଧୀମା ପଡିଯିବା ଏହାର ମୁଖ୍ୟ କାରଣ ବୋଲି ଅର୍ଥ ମନ୍ତ୍ରଣାଳୟ ଦର୍ଶାଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୯-୨୦ ଲାଗି ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉଦ୍ୟୋଗଜଗତ ସହ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଭେଟଘାଟ ଚାଲିଛି। ଜୁଲାଇରେ ବଜେଟ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ରିୟଲ ଇଷ୍ଟେଟ କ୍ଷେତ୍ରରେ ଚାହିଦା ବୃଦ୍ଧି ଲାଗି ଜିଏସ୍‌ଟି କାଉନସିଲ୍‌ ଇତିମଧ୍ୟରେ ନୂଆ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ବିନା ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟରେ ଜିଏସ୍‌ଟି ହାରକୁ ୧ ପ୍ରତିଶତ ତଥା ଅନ୍ୟ ପାଇଁ ୫%କୁ ହ୍ରାସ କରିଛନ୍ତି। ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ସହିତ ଏହା ଯଥାକ୍ରମେ ୮ଓ ୧୨ % ଟିକସ ରଖାଯାଇଛି। ନୂଆ ନିର୍ମାଣ କ୍ଷେତ୍ରରେ ବିଲ୍ଡର ନୂଆ ଅଥବା ପୁରୁଣା ଟିକସ ହାର ବାଛିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri