Categories: ବାଣିଜ୍ୟ

ରିଲିଫ ପାଣ୍ଠିକୁ ସିଟିଟିସିର ସହାୟତା

ଭୁବନେଶ୍ୱର,୨୮-୫ : ଭାରତ ସରକାରଙ୍କ ଅଧିନ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି) ଫନୀ ପ୍ରଭାବିତଙ୍କ ସହାୟତା ଲାଗି ଆଗେଇ ଆସିଛି। ଅନୁଷ୍ଠାନର କର୍ମଚାରୀଙ୍କ ଗୋଟିଏ ଦିନର ଦରମା, ଛାତ୍ରୀଛାତ୍ରଙ୍କ ସ୍ବେଚ୍ଛାକୃତଦାନ ସହଯୋଗୀ କର୍ମଚାରୀଙ୍କ ଦାନକୁ ମିଶାଇ ସଂଗ୍ରହ ହୋଇଥିବା ୨.୬୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶିବାଶିଷ ମାଇତି, ବରିଷ୍ଠ ଅଧିକାରୀ ଏସ୍‌.କେ.କର ଏବଂ ଏସ୍‌.କେ. ନନ୍ଦୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢୀଙ୍କୁ ଭେଟି ଚେକ୍‌ ପ୍ରଦାନ କରିଥିଲେ। ସେହିଭଳି ଥିରୁଭାନ୍ତପୁରମ ଆଇଆଇଏସ୍‌ୟୁ ଗ୍ରୁପର ଉପନିର୍ଦ୍ଦେଶକ ଆଥିପାଗବନ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

Share