ରିଲିଫ ପାଣ୍ଠିକୁ ଦାନ କଲା ଶୀତଳଷଷ୍ଠୀ ଯାତ୍ରା କମିଟି

ସମ୍ବଲପୁର, ୧୧।୪ (ବ୍ୟୁରୋ)-ବିଶ୍ୱ ବ୍ୟାପି କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଏହି ପରିସ୍ଥିତିରେ ମୁକାବିଲା ଲାଗି ସମ୍ବଲପୁର ବଡବଜାର ଶ୍ରୀ ଶ୍ରୀ ଶିତଳେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛି। ଉଭୟ ପାଣ୍ଠିକୁ କମିଟି ୨୫ ହଜାର ଟଙ୍କା ଲେଖାଏଁ ଚେକ୍‌ ମାଧ୍ୟମରେ ଦେଇଛି। ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ବରଗଡ ଏମ୍‌ପି ସୁରେଶ ପୂଜାରୀଙ୍କୁ ଏହା ପ୍ରଦାନ କରାଯାଇଛି। ଯାତ୍ରା କମିଟି ସଭ୍ୟ ପଞ୍ଚାନନ ତ୍ରିପାଠୀ, ସୁରେନ୍ଦ୍ର ମହାନ୍ତି, ସଞ୍ଜୀବ ନନ୍ଦ, ସରୋଜ ସାହୁ, ଘନ ପଟେଲ, ଭବେଶ ଚାନ୍ଦ, ସଞ୍ଜୟ ଷଡଙ୍ଗୀ ପ୍ରମୁଖ ସାମିଲ ଥିଲେ।