ରିଲିଫ୍‌ ବଣ୍ଟନ ବେଳେ ଗଣ୍ଡଗୋଳ:ପଞ୍ଚାୟତ କାର୍ଯ୍ୟାଳୟରେ ସାମଗ୍ରୀ ଆଣିଥିବା ୩ ଟ୍ରକ୍‌ ଅଟକ

ନିରାକାରପୁର,୨୮ା୮(ଡି.ଏନ.ଏ.)-ନିରାକାରପୁର ବ୍ଲକ ଫନୀ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଓାଲ୍ଡ ଭିଜନ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ସକାଳେ ରିଲିଫ୍‌ ସାମଗ୍ରୀ ବଣ୍ଟନ କରାଯାଉଥିବାବେଳେ ଗଣ୍ଡଗୋଳ ଘଟିଛି। ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୪୦୦ ଜଣଙ୍କୁ ୪ଟି କିଟ୍‌ ଲେଖାଏ ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ରନ୍ଧନ ସାମଗ୍ରୀ, ଗ୍ରୋସରୀ ଓ ଗୋଟିଏ ପାଲ ଇତ୍ୟାଦି ରହିଛି ା ତେବେ ଏହା ସରିଯିବା ପରେ ଉତ୍‌କ୍ଷିପ୍ତ ଗ୍ରାମବାସୀ ୩ଟି ଟ୍ରକ୍‌କୁ ସେହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଖି ମୁଖ୍ୟ ଫାଟକରେ ତାଲା ପକେଇ ଦେଇଥିଲେ ା ଫଳରେ ଟ୍ରକ୍‌ଗୁଡ଼ିକ କିଛି ଘଣ୍ଟା ପର୍ଯ୍ୟନ୍ତ ଅଟକ ରହିଥିଲା। ବଣ୍ଟନ ବେଳେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ ଜେନା, ଉପାଧ୍ୟକ୍ଷ ତୃପ୍ତୀମୟୀ ଆଚାର୍ଯ୍ୟ, ସରପଞ୍ଚ ପବିତ୍ର ଦାସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରିଥିଲେ ଯେ, ସୋମବାର କେତେଜଣ ୩୦୦ ଟଙ୍କା ଲେଖାଏ ଦେଇ ରିଲିଫ୍‌ ଟୋକନ୍‌ ହାସଲ କରିଛନ୍ତି। ଲକ୍ଷ୍ମୀଧର ସେଠୀ(୬୨) ଓ ପାଣୁ ଜେନା(୮୫) ଏ ନେଇ କହିଥିଲେ ଯେ କାଲିଠାରୁ ଟୋକନ୍‌ ନେଇଥିବାରୁ ସେମାନେ କିଟ୍‌ ପାଇଛନ୍ତି। ଆମେ ଗରିବ ଲୋକ ଆମ କଥା କିଏ ଶୁଣୁଛି ? ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଏହା କୌଣସି ଦଳରୁ ଆସିନାହିଁ, ଓାଲ୍ଡ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦିଆଯାଇଛି । ସେମାନେ ଜିଲାପାଳ ଓ ବିଡିଓଙ୍କୁ ଅବଗତ କରିଛନ୍ତି ା ଉକ୍ତ ଘଟଣା ନେଇ ନିରାକାରପୁର ଥାନା ଏଏସ୍‌ଆଇ ଶରତ ପାଇକରାୟ କହିଥିଲେ ଯେ, କାର୍ଯ୍ୟକ୍ରମବେଳେ ଯଦି ତାଙ୍କ ଦ୍ୱାରା କିଛି ତ୍ରୁଟି ହୋଇଯାଇଥାଏ ସେଥିନିମନ୍ତେ କ୍ଷମା ଚାହୁଁଛନ୍ତି। ତେବେ ଓ୍ବାର୍ଡ଼ ପିଛା ୪୦ଜଣ ଲେଖାଏ କ୍ଷତିଗ୍ରସ୍ତଙ୍କୁ କିଟ୍‌ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପରେ ଅପରାହ୍ନ ୫ଟାରେ ୩ ଟ୍ରକକୁ ମୁକ୍ତ କରାଯିବା ସହ ପରିସ୍ଥିତି ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର...

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ

ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...

ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...

ଗାଁରେ ଡକାୟତ ଆତଙ୍କ: ଜଣଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ବୋମାମାଡ଼। ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri