ରିଲିଜ୍‌ ଅପେକ୍ଷାରେ ‘ପାନିପଥ’ର ଆଉ ଏକ ଗୀତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପାନିପଥ’ ଆସନ୍ତା ଡିସେମ୍ବରରେ ପରଦାକୁ ଆସିବ। ହେଲେ ଏହାର ଆଉ ଏକ ଗୀତ ଶନିବାର ରିଲିଜ୍‌ ହେବ ବୋଲି ସୂଚନା ମିଳିଛି। ଗୀତ ରିଲିଜ୍‌ ପୂର୍ବରୁ ଏହାର ଏକ ମୋଶନ ପୋଷ୍ଟର ଅର୍ଜୁନ କପୁର ଶେୟାର କରିଛନ୍ତି। ଏଥିରେ ଅର୍ଜୁନଙ୍କର ଏକ ଦମ୍‌ଦାର୍‌ ଲୁକ୍‌ ଦେଖିବାକୁ ମିଳିଛି। ଫିଲ୍ମ ‘ପାନିପଥ’ରେ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ ଓ ଅର୍ଜୁନ କପୁର ରହିଥିବା ବେଳେ ଅର୍ଜୁନ ସଦାଶିବ ରାଓ ଭାଉ ଭୂମିକାରେ ନଜର ଆସିବେ। ସେହିପରି ସଞ୍ଜୟ କପୁର ଅହମଦ ଶାହ ଅବଦାଲି ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ କ୍ରିତି ସାନନ, ପଦ୍ମିନୀ କୋହ୍ଲାପୁରେ ଓ ଜିନତ ଅମାନଙ୍କୁ ଦେଖିବାକୁ ମିଳିବ। ଅର୍ଜୁନ କପୁରଙ୍କ ଏହା ପ୍ରଥମ ପିରିୟଡିକ୍‌ ଡ୍ରାମା ଫିଲ୍ମ।

Share