Categories: ବାଣିଜ୍ୟ

ରିଲାଏନ୍ସ ଦେଶର ସର୍ବବୃହତ କମ୍ପାନୀ

ନୂଆଦିଲ୍ଲୀ,୨୨-୫: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି)କୁ ପଛରେ ପକାଇ ଦେଶର ସବୁଠାରୁ ଅଧିକ କାରବାର କରୁଥିବା କମ୍ପାନୀ ହୋଇପାରିଛି। କାରବାର କ୍ଷେତ୍ରରେ ଏହା ଦେଶର ସର୍ବବୃହତ କମ୍ପାନୀ ହୋଇଛି। ପେଟ୍ରୋଲିୟମ ଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାୟ ଏବଂ ଟେଲିକମ୍‌ ଭଳି ବିଭିନ୍ନ କ୍ଷେତ୍ରରେ ନିଜର ବ୍ୟବସାୟ ବିସ୍ତାର କରିଥିବା ଆର୍‌ଆଇଏଲ୍‌ର ୨୦୧୮-୧୯ରେ ମୋଟ କାର୍‌ବାର ପରିମାଣ ୬.୨୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଅନ୍ୟପକ୍ଷରେ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ଆଇଓସିର କାରବାର ୬.୧୭ ଲକ୍ଷ କୋଟି ଟଙ୍କା ହୋଇଛି। ଦୁଇ କମ୍ପାନୀ ପକ୍ଷରୁ ନିୟାମକୀୟ ସୂଚନାରୁ ଏହା ଜଣାପଡିଛି। ରିଲାଏନ୍ସ ନେଟ୍‌ ଲାଭ ହାସଲ କରିବାରେ ମଧ୍ୟ ସର୍ବାଗ୍ରେ ରହିଛି। ଶେଷ ହୋଇଥିବା ଆର୍ଥିକ ବର୍ଷରେ ଆଇଓସି ଠାରୁ ଏହାର ଲାଭ ଦୁଇଗୁଣାରୁ ଅଧିକ ହୋଇଥିଲା।

Share