Categories: ବାଣିଜ୍ୟ

ରିଲାଏନ୍ସ ଦେଉଛି କିରାନା ସାମଗ୍ରୀ ଅର୍ଡର ସୁବିଧା

ନୂଆଦିଲ୍ଲୀ,୨୮।୪: ହ୍ବାଟ୍ସଆପ୍‌ ମାଧ୍ୟମରେ କିରାନା ସାମଗ୍ରୀ ଅର୍ଡର କରିବା ଲାଗି ରିଲାଏନ୍ସ ପକ୍ଷରୁ ସେବା ଭାରତରେ ଆରମ୍ଭ ହୋଇଛି। ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ମୁମ୍ବାଇରେ ଶୁଭାରମ୍ଭ କରାଯାଇଛି। ପରୀକ୍ଷଣ ଭିତ୍ତିରେ ଏହି ସେବା ଶୁଭାରମ୍ଭ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ଜିଓ ମାର୍ଟ ପକ୍ଷରୁ ନଭି ମୁମ୍ବାଇ, ଠାଣେ ଏବଂ କଲ୍ୟାଣ ଭଳି ସ୍ଥାନରେ ସେବାକୁ ଉନ୍ମୋଚନ କରାଯାଇଛି। ଏଭଳି ସେବାକୁ ଅନ୍ୟ କ୍ଷେତ୍ରକୁ ସମ୍ପ୍ରସାରଣ କରିବା ନେଇ ରିଲାଏନ୍ସ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ଆମାଜନ ଏବଂ ଫ୍ଲିପ୍‌କାର୍ଟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଭାରତରେ ହ୍ବାଟ୍ସଆପ୍‌ର ୪୦ କୋଟି ୟୁଜର ରହିଛନ୍ତି।

Share