Categories: ବାଣିଜ୍ୟ

ରିଟେଲ ବିଜ୍‌ନେସ ପୁନଃ ଆରମ୍ଭ କଲା ହିରୋ

ନୂଆଦିଲ୍ଲୀ,୧୨।୫: ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ ଏହାର ରିଟେଲ ବିଜ୍‌ନେସକୁ ପୁଣି ଥରେ ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ୧୫୦୦ ରିଟେଲ ଆଉଟଲେଟ ଶୁଭାରମ୍ଭ କରାଯାଇଛି। କଟକଣା ଉଠିବା ପରଠାରୁ ରିଟେଲ ସେଲ୍‌ସ ବିକ୍ରି ୧୦ ହଜାରରୁ ଊର୍ଦ୍ଧ୍ୱ ୟୁନିଟ ରହିଛି। ସେହିଭଳି ହୋଲ୍‌ସେଲ ଡେସ୍‌ପାଚ୍‌ ମଧ୍ୟ ଆରମ୍ଭ କରାଯାଇଛି। ୧୨ ଭାଷାରେ ଡିଲରଶିପଗୁଡ଼ିକରେ ରିଷ୍ଟାର୍ଟ ମାନୁଆଲ ପ୍ରଦାନ କରାଯାଇଛି। ଓ୍ବେବିନାର ଦ୍ୱାରା ଟ୍ରେନିଂ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ସରକାରଙ୍କ ସାମାଜିକ ନିରାପତ୍ତା ନିୟମ ବାଦ୍‌ ଅନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।

Share