Categories: ବାଣିଜ୍ୟ

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ: ୬ରେ ସୁଧହାର ଘୋଷଣା

ମୁମ୍ବାଇ,୪-୬: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଠାରୁ ୩ ଦିନିଆ ଦ୍ୱିମାସିକ ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ଆରମ୍ଭ ହୋଇଛି। ଆସନ୍ତା ୬ରେ ଏହି କମିଟି ମୁଦ୍ରା ନୀତି ଘୋଷଣା କରିବେ। ତେବେ ଏଥର ମୁଦ୍ରାନୀତିରେ ରେପୋ ରେଟ୍‌ ପୁନର୍ବାର ୦.୨୫% ହ୍ରାସ ପାଇବ ବୋଲି ଆଶାକରାଯାଉଛି। ଏହାପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଦୁଇଥର ତାଙ୍କ ମୁଦ୍ରାନୀତିରେ ୦.୨୫% ଲେଖାଏ ରେପୋ ରେଟ୍‌ ହ୍ରାସ କରିଛନ୍ତି। ସାଧାରଣ ନିର୍ବାଚନ ପରେ ରିଜର୍ଭ ବ୍ୟାଙ୍କର ଏହା ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏମ୍‌ଡି ଉଦୟ କୋଟାକ କହିଛନ୍ତି ଯେ, ଧିମା ଅର୍ଥନୀତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର କମାଇବା ଆବଶ୍ୟକ। ସେହିପରି ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଯେ, ଅର୍ଥନୀତିକୁ ପ୍ରୋତ୍ସାହନ ଜାରି ରଖିବାକୁ ହେଲେ ସୁଧ ହାର ହ୍ରାସ କରିବାକୁ ହେବ।

Share