ରାୟଗଡ଼ା ଜଳାର୍ଣ୍ଣବ: ଲଗାଣ ବର୍ଷାରେ ଧୋଇଗଲା ରେଲଓ୍ବେ ଟ୍ରାକ

ରାୟଗଡା ଅଫିସ/ମୁନିଗୁଡ଼ା/ଅମ୍ବାଦଳା, ୭।୮(ଡି.ଏନ୍‌.ଏ.): ଗତ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମୁନିଗୁଡ଼ା ବ୍ଲକ। ମୁଖ୍ୟତଃ ଅମ୍ବାଦଳା, ଇଚ୍ଛାପୁର, ରଘୁବାରି ଓ ଡିମିରିଗୁଡ଼ା ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି। ଅମ୍ବାଦଳା ରେଳଷ୍ଟେଶନ ନିକଟ ଖାରିପୁଲିଆ ନିକଟରେ ବଂଶଧାରା ନଦୀର ଶାଖା ନାଳରେ ବନ୍ୟାଜଳ ପ୍ରବାହିତ ହୋଇ ରେଳ ପୋଲକୁ ସମ୍ପୂର୍ଣ୍ଣ ରୂପେ ଧୋଇ ଦେଇଛି। ମଙ୍ଗଳବାର ରାତି ପ୍ରାୟ ୨ଟାରେ ବନ୍ୟାଜଳ ପ୍ରଭାବିତ ହୋଇ ପ୍ରଥମେ ରେଳ ଧାରଣାକୁ ଧୋଇଥିଲା। ରେଳଧାରଣା ତଳର ମାଟି ଓ କଂକ୍ରିଟକୁ ଧୋଇବା ପରେ ପୋଲଟି ସମ୍ପୂର୍ଣ୍ଣ ଭୂଷୁଡି ପଡିଥିଲା। ପୋଲ ଉପରେ ରାୟଗଡ଼ାରୁ ଲାଞ୍ଜିଗଡ଼ ଅଭିମୁଖେ ଯାଉଥିବା ଏକ ବକ୍ସାଇଟ ବୋଝେଇ ଟ୍ରେନ ଠିଆ ହୋଇଥିବା ସମୟରେ ପୋଲଟି ଭୁଶୁଡ଼ି ପଡିଥିଲା। ଫଳରେ ଉକ୍ତ ଟ୍ରେନର ୩ଟି ବଗି ଓଲଟି ପଡିଛି। ଖବରପାଇ ଘଟଣାସ୍ଥଳରେ ସମ୍ବଲପୁର ଏଡିଆର୍‌ଏମ୍‌ ଏଲ୍‌.ପାତୁଡୁଙ୍କ ସମେତ ଟେକ୍‌ନିକାଲ ଟିମ୍‌ ପହଞ୍ଚତ୍ ମରାମତି କାମ ଆରମ୍ଭ କରିଛନ୍ତି। ଏହି କାମ ଶେଷ ହେବାକୁ ପ୍ରାୟ ୧୮ ଘଣ୍ଟା ଲାଗିବ ବୋଲି ଏଡିଆର୍‌ଏମ୍‌ କହିଛନ୍ତି। ଫଳରେ ଏହି ରୁଟ୍‌ ଦେଇ ଯାଉଥିବା ସମ୍ବଲପୁର-ରାୟଗଡ଼ା ତପସ୍ବିନୀ ଏକ୍ସପ୍ରେସ, ଭୁବନେଶ୍ୱର-ଜୁନାଗଡ଼ ଲିଙ୍କ୍‌ ଏକ୍ସପ୍ରେସ, ରାୟପୁର-ବିଶାଖାପାଟଣା ପାସେଞ୍ଜର, ସମ୍ବଲପୁର-କୋରାପୁଟ ପାସେଞ୍ଜର ସହ ୮ଟି ଟ୍ରେନକୁ ବାତିଲ କରାଯାଇଛି। ସେହିଭଳି ଅହମ୍ମଦାବାଦ-ପୁରୀ, ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସଭଳି ୮ଟି ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି। ତେବେ ଯାତ୍ରୀଙ୍କ ସୁବିଧା ନିମନ୍ତେ ୩ ଟି ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି। ସମ୍ବଲପୁର ଷ୍ଟେଶନ ପାଇଁ ୯୪୩୭୩୮୬୭୫୯, ଟିଟିଲାଗଡ ଷ୍ଟେଶନ ପାଇଁ ୮୪୫୫୮୯୨୮୩୧/୯୪୩୭୩୮୬୬୯୩ ନମ୍ବର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri