Posted inଜାତୀୟ

ରାହୁଲ ଜିନ୍ନା ଅଧିକ ଯୁକ୍ତିଯୁକ୍ତ: ଭାଜପା

ନୂଆଦିଲ୍ଲୀ,୧୫ା୧୨(ପି.ଟି.): ଭାରତ ବଚାଓ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ସଭରକର ନୁହେଁ, ଗାନ୍ଧୀ ବୋଲି କହିଥିବାରୁ ଏହାକୁ ନେଇ ଭାଜପା ଓ ଶିବସେନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁସଲମାନ ତୁଷ୍ଟୀକରଣ ରାଜନୀତି କରୁଥିବା କଂଗ୍ରେସ ନେତାଙ୍କ ନାଁ ରାହୁଲ ଜିନ୍ନା ଅଧିକ ଯୁକ୍ତିଯୁକ୍ତ ହେବ ବୋଲି ଭାଜପା ମୁଖପାତ୍ର ଜି.ଭି.ଏଲ୍‌. ନରସିଂହ ରାଓ କହିଛନ୍ତି। ସଭରକର ଦେଶଭକ୍ତି, ସାହସ ଓ ବଳିଦାନର ପ୍ରତୀକ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କଦାପି ରାହୁଲ ସଭରକର ହୋଇପାରିବେ ନାହିଁ ବୋଲି ଭାଜପା ନେତା ସମ୍ବିତ୍‌ ପାତ୍ର କହିଛନ୍ତି। ଏପରିକି ମହାରାଷ୍ଟ୍ର ସରକାରରେ କଂଗ୍ରେସର ସହଯୋଗୀ ଥିବା ଶିବସେନା ମଧ୍ୟ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି। ହିନ୍ଦୁତ୍ୱ ନୀତି ଆଦର୍ଶ ସହ ସାଲିସ କରାଯାଇପାରିବ ନାହିଁ। ବୀର ସଭରକର କେବଳ ମହାରାଷ୍ଟ୍ରର ନୁହନ୍ତି ଦେଶର ପୂଜ୍ୟ। ଏହି ନାଁ ଦେଶକୁ ଗର୍ବ ଆଣିଦେଇଥାଏ। ନେହେରୁ ଓ ଗାନ୍ଧୀଙ୍କ ଭଳି ସଭରକର ଦେଶ ପାଇଁ ବଳିଦାନ ଦେଇଥିଲେ। ସଭରକରଙ୍କ ସହ କାହାକୁ ତୁଳନା କରାଯାଇପାରିବ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି।
ଭାଜପା ପାଇଁ ବୀର ସଭରକର ହେଉଛନ୍ତି ହିନ୍ଦୁତ୍ୱ ଆଇକନ୍‌। ତେବେ ଭାରତ ଉପନିବେଶ ଶାସନରେ ଥିବାବେଳେ ଜେଲରୁ ମୁକ୍ତ ହେବା ପାଇଁ ସେ ବ୍ରିଟିଶ ସରକାରଙ୍କୁ କ୍ଷମା ମାଗିଥିଲେ ବୋଲି ବିରୋଧୀ ଅଭିଯୋଗ କରିଥାନ୍ତି। ମୁସଲମାନ ତୁଷ୍ଟୀକରଣ କଂଗ୍ରେସର ନୀତି ହୋଇଥିବାରୁ ସଭରକରଙ୍କ ବଦଳରେ ରାହୁଲ ମହମ୍ମଦ ଅଲି ଜିନ୍ନାଙ୍କ ନାଁ ନେବା ତାଙ୍କୁ ଅଧିକ ଲିଗାସୀ ଯୋଗ୍ୟ କରିପାରିବ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ସଭରକର ହୋଇପାରିବେ ନାହିଁ କହିଥିବା ଠିକ୍‌ ବୋଲି ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ କହିଛନ୍ତି। ବୀର ସଭରକର ଜାତୀୟ ଆଇକନ, ଯାହାଙ୍କର ଭାରତୀୟ ରାଜନୀତିରେ ସଭ୍ୟତାଗତ ପ୍ରଭାବ ରହିଥିଲା, ଯେଉଁଥିପାଇଁ ବହୁପିଢ଼ି ଧରି ତାଙ୍କ ପ୍ରତି ଶ୍ରଦ୍ଧା ରହିଛି। ନେହେରୁ-ଗାନ୍ଧୀ ପରିବାରର ପଞ୍ଚମ ପିଢ଼ି ସେହି ଲିଗାସୀକୁ ମାପି ପାରିବେ ନାହିଁ ବୋଲି ମାଲବ୍ୟ ମତ ଦେଇଛନ୍ତି। ବୀର ସଭରକର ଜଣେ ଦେଶଭକ୍ତ। ତାଙ୍କ ସଂଜ୍ଞା ନେଇ ଜଣେ ଗାନ୍ଧୀ କିମ୍ବା ଦେଶଭକ୍ତ ହୋଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri