Categories: ଜାତୀୟ

ରାହୁଲଙ୍କୁ ଚୁମ୍ବନ ଦେଲେ ପୁରୁଷ ସଦସ୍ୟ: ଭିଡିଓ ଭାଇରାଲ

ଓ୍ବାୟନାଡ,୨୮।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ଓ୍ବାୟନାଡର ଏମ୍‌ପି ଥିବା ବେଳେ ବୁଧବାର ସେ ସେଠାକୁ ଗସ୍ତ କରିଛନ୍ତି। ରାହୁଲ ଚଳିତ ମାସରେ ନିଜର ନିର୍ବାଚନ ମଣ୍ଡଳୀକୁ ଦ୍ୱିତୀୟ ଥର ଯାଇଥିବା ଜଣାପଡ଼ିଛି। ଏହି ଅଞ୍ଚଳରେ ଲଗାତର ବର୍ଷା ଯୋଗୁ ଭୂସ୍ଖଳନ ହେବା ସହ ବହୁ ସ୍ଥାନ ପାଣି ଘେରରେ ରହିଛି। ଫଳରେ ବନ୍ୟା ପ୍ରଭାବିତ ଅଞ୍ଚଳ ଲୋକଙ୍କ ସମସ୍ୟା ପଚାରି ବୁଝିବା ପାଇଁ ରାହୁଲ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସେ ଲୋକଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ତାଙ୍କ କାର କିଛି ସମୟ ପାଇଁ ରାସ୍ତାରେ ଅଟକି ଥିବା ସମୟରେ ଲୋକମାନେ କାର ଭିତରେ ତାଙ୍କ ସହ ହାତ ମିଳାଇଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ହଠାତ୍‌ ଆସି ତାଙ୍କୁ ଚୁମ୍ବନ କରି ଦୌଡି ପଳାଇଥିଲେ। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ରାହୁଲ ଓ୍ବାୟନାଡ ୪ ଦିନିଆ ଗସ୍ତରେ ଥିବା ବେଳେ ଅଗଷ୍ଟ ୨୯, ୩୦ରେ କୋଝିକୋଡ ଓ ମଲ୍ଲାପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ବନ୍ୟା ପୀଡ଼ିତଙ୍କୁ ଭେଟି ତାଙ୍କର ସମସ୍ୟା ପଚାରି ବୁଝିବେ।

Share