ରାସ୍ତା ପାଇଁ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର

କୁନ୍ଦୁରା,୨୮ା୨(ଡି.ଏନ୍‌.ଏ.) – କୁନ୍ଦୁରା ବ୍ଳକ ଅଧୀନସ୍ଥ ଡଙ୍ଗରପାଉଁଶି ପଞ୍ଚାୟତ ସଦର ଓ ଫୁପୁଗାଁ ପଞ୍ଚାୟତ ସଦର ରାସ୍ତା ବର୍ତ୍ତମାନ ଏତେ ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି ଯେ, କେହି ବି ସେହି ରାସ୍ତା ଦେଇ ଯିବାକୁ ଇଚ୍ଛା କରୁନାହାନ୍ତି। ୨୦୧୮-୧୯ରେ ଡଙ୍ଗରପାଉଁଶୀ ପଞ୍ଚାୟତ ସଦର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନୂତନ ଭାବେ ତିଆରି ହୋଇଛି। କିନ୍ତୁ ପ୍ରତିଦିନ କ୍ଷମତାଠାରୁ ଅଧିକ ବାଲି ଚାଲାଣ କରୁଥିବା ଭାରିଯାନ ଚଳାଚଳ ଯୋଗୁ ୫ କିମି ରାସ୍ତା ନଷ୍ଟ ହୋଇଛି। ଏହି ରାସ୍ତା ଉପରେ ଡଙ୍ଗରପାଉଁଶି, ଭେଜାହାଣ୍ଡି, ବେଢ଼ାପାଉଁଶି, ମୁଣ୍ଡିଗୁଡ଼ା, ଦୋରାଗୁଡ଼ା ଓ ଜିରାଗୁଡ଼ା ଗ୍ରାମବାସୀ ନିର୍ଭର କରୁଛନ୍ତି। ଭାରିଯାନରେ ୧୦ ଚକିଆ ହାଇଓ୍ବା ଯିବା ଆସିବା କରିବା ଫଳରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଓଜନ ଚାପରେ ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୁଇପଟେ ଖାଲ ହୋଇଗଲାଣି। ଜିଲା କିମ୍ବା ଉପଖଣ୍ଡର ଅଧିକାରୀ ଏହି ରାସ୍ତା ଦେଇ ଡଙ୍ଗରପାଉଁଶି କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ସମସ୍ତେ ନିରବ। ସଦରରୁ ଦେଢ଼ କିମି ଦୂର କୋଲାବ ନଦୀରେ ବାଲି ଉତ୍ସ ପାଇଁ ଟେଣ୍ଡର କରାଯାଇଥିବା ବେଳେ ସେଠାରେ ଯେଉଁ ଗାଡ଼ିଗୁଡିକୁ ବ୍ୟବହାର ହେବା କଥା, ତା’ ବଦଳରେ ଭାରିଯାନ ବ୍ୟବହାର କରାଯାଉଛି। ଫଳରେ ରାସ୍ତାର ଏଭଳି ଦୟନୀୟ ଅବସ୍ଥା ହୋଇଛି। ଗତ ଦିନରେ ମନ୍ତ୍ରୀ ପଦ୍ମିନୀ ଦିଆନ ଏକ କାର୍ଯ୍ୟକ୍ରମରେ ଆସିଥିବା ବେଳେ ଏହି ରାସ୍ତା ଦେଖି ବିରକ୍ତ ହୋଇଥିଲେ। ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଏହି ରାସ୍ତା ଦେଖି ସାରିବା ପରେ ଅତି ଶୀଘ୍ର ମରାମତି ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ୩ ମାସ ପୂରିଲାଣି। କିନ୍ତୁ କିଛି ଫଳ ହୋଇନାହିଁ। ଫୁପୁଗାଁ ପଞ୍ଚାୟତକୁ ୨୦୦୮ରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ତାହାର ମରାମତି ଏଯାବତ୍‌ ହୋଇପାରିନାହିଁ। ୧୨ ବର୍ଷ ତଳର ରାସ୍ତା ଏବେ କେଉଁ ଅବସ୍ଥାରେ ଥିବା, ତାହା ସହଜରେ ଅନୁମେୟ । ଫୁପୁଗାଁ ଠାରୁ ଡଙ୍ଗରପାଉଁସୀ ଛକ ପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ରହିଥିବା ବେଳେ ଏହା ଉପରେ ଫୁପୁଗାଁଁ ଚନ୍ଦାମୁଣ୍ଡିଗୁଡ଼ା, କରଣଗୁଡ଼ା, ଯୁବାପାତ୍ରପୁଟ ଗ୍ରାମବାସୀ ନିର୍ଭର କରନ୍ତି । ଏହାକୁ ଗତ ଦିନରେ ଜିଲାପାଳଙ୍କ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କୁନ୍ଦୁରାରେ ଅଭିଯୋଗ କରାଯାଇଥିବା ବେଳେ ଏହା ଅତିଶୀଘ୍ର ହେବ ବୋଲି ବିଭାଗୀୟ ଯନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ସବୁ ପାଣିର ଗାର ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri