Categories: ଜାତୀୟ

ରାସ୍ତା ଜାମ୍‌: ଟ୍ରାଫିକ୍‌ ନିୟନ୍ତ୍ରଣ କଲେ ମନ୍ତ୍ରୀ ଜିତୁ ପଟଓ୍ବାରି

ଭୋପାଳ,୧୧।୯: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ସରକାରରେ ମନ୍ତ୍ରୀ ଥିବା ଜିତୁ ପଟଓ୍ବାରିଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜିତୁ ଇନ୍ଦୋର ଅଞ୍ଚଳରେ ଏକ ଜାମ୍‌ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବାର ଦେଖିବାକୁ ମିଳୁଛି। ଜିତୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ବର୍ଷା ପରେ କିଛି ସମୟ ପାଇଁ ପାଗ ସଫା ଥିବାରୁ ସ୍ଥାନୀୟ ଚାଣକ୍ୟପୁରୀ ଅଞ୍ଚଳର ରାସ୍ତା ଜାମ୍‌ ହୋଇଯାଇଥିଲା। ସେ କିଛି ସମୟ ଗାଡ଼ିରେ ବସି ରହି ସ୍ଥାନୀୟ ଟ୍ରାଫିକ୍‌ ଏସ୍‌ପିଙ୍କୁ ଫୋନ୍‌ ଲଗାଇଥିଲେ। ତେବେ ତାହା ନ ଲାଗିବାରୁ ଜିତୁ ଗାଡ଼ିରୁ ବାହାରି ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲେ। ଜାମ୍‌ ହଟିବା ପରେ ଜିତୁ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ।

Share