ରାସ୍ତା କଡ଼ରେ ଜଣଙ୍କୁ ଜାଳିଦେବା ଘଟଣା: ମିଳିନି ପରିଚୟ, ପୋଲିସର ଛାନ୍‌ବିନ୍‌

ଗୋପାଳପୁର,୮ା୫- ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ସୀମାବର୍ତ୍ତୀ ଝାଡ଼ବାଙ୍କ କଲଭର୍ଟ ନିକଟରେ ବୁଧବାର ରାତିରେ ଜଣଙ୍କୁ ଦୁର୍ବୃତ୍ତ ଟାୟାର ଓ କାଠରେ ପୋଡି ଦେଇଥିଲେ। ଶୁକ୍ରବାର ସକାଳେ ଗୋଳନ୍ଥରା ପୋଲିସ ସିଂହଳା ସରପଞ୍ଚଙ୍କ ଅଭିଯୋଗକ୍ରମେ ନଂ.୧୨୮/୨୦ରେ ହତ୍ୟା ମାମଲା ରୁଜୁ କରିଛି। ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର, ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। କଲଭର୍ଟ ଭିତରେ ବାଉଁଶ ଖଣ୍ଡରେ ଶଯ୍ୟା ରହିଥିବା ଦେଖିବାକୁ ମିଳିଛି। ସାଇଣ୍ଟିଫିକ୍‌ ଟିମ ମୃତଦେହ ପୋଡା ଯାଇଥିବା ସ୍ଥାନରୁ ପାଉଁଶ, ଦରପୋଡା ହାଡ, ମାଂସ, ଖପୁରୀ ସହ ପୋଡ଼ିଯାଇଥିବା ପାଉଁଜି, ଚୁଡ଼ି ଜବତ କରି ବ୍ରହ୍ମପୁରସ୍ଥିତ ଫରେନସିକ୍‌ ଲାବ୍‌କୁ ପଠାଇଛି। ପାଉଁଜି ଓ ଚୁଡି ମିଳିବାରୁ ମୃତକ ଜଣକ ମହିଳା ବୋଲି ସ୍ପଷ୍ଟ ହୋଇଛି। ବୁଧବାର ମଧ୍ୟରାତ୍ରରେ ଜନୈକା ମହିଳାଙ୍କ ଚିକତ୍ାର ଶୁଣିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକେ ପୋଲିସକୁ କହିଛନ୍ତି।
ଏନେଇ ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ରଙ୍କ ସହ ଯୋଗାଯୋଗବେଳେ ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ହାଡ଼ ଓ ମାଂସର ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯିବ। ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଥିବାବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲୁ ରହିଛି ବୋଲି ସେ ସୂଚନା ଦେଇଥିଲେ।