ରାସ୍ତା ଉପରେ ପରିବା ବିକ୍ରି, ରହୁନି ଡଷ୍ଟବିନ୍‌

ଛତ୍ରପୁର,୧୨ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସାଇକେଲରେ ଛତ୍ରପୁର ଏନ୍‌ଏସି ବୁଲିଥିଲେ। ମଦ ଦୋକାନଠାରୁ ଆରମ୍ଭ କରି ଚା ଦୋକାନ, ପରିବା, ଛତୁ ଦୋକାନ, ଫାଷ୍ଟଫୁଡ୍‌ ଆଦିକୁ ଯାଇ ଜିଲାପାଳ ଯାଞ୍ଚ କରିଥିଲେ ା ସବୁଠି ଅବ୍ୟବସ୍ଥା ଥିବା ଜିଲାପାଳ ଦେଖିବାକୁ ପାଇବା ସହ ବିରକ୍ତି ପ୍ରକାଶ କରିଥିଲୋ କେଉଁଠି ଦୋକାନ ଓ ରାସ୍ତା ଉପରେ ଦୋକାନୀମାନେ ମଇଳା ପକାଇଥିଲେ ତ ଆଉ କେଉଁଠି ରାସ୍ତା ଉପରେ ପନିପରିବା ବିକ୍ରି ହେଉଥିବା ଦେଖିଥିଲେ। ଏପରିକି କେତେକ ଦୋକାନରେ ପଲିଥିନ କାରବାରକୁ ଜିଲାପାଳ ଧରିଥିଲେ। ପୂର୍ବରୁ ମଧ୍ୟ ଗତ ମାସରେ ଅଚାନକ ଜିଲାପାଳ ଓ ତତ୍କାଳୀନ ନିର୍ବାହୀ ଅଧିକାରୀ ପନିପରିବା ମାର୍କେଟ ଓ ଅନ୍ୟ ସ୍ଥାନ ବୁଲି ଏପରି ଅବ୍ୟବସ୍ଥା ଥିବା ଦେଖିବାକୁ ପାଇଥିଲେ। କେତେକଙ୍କଠାରୁ ସେତେବେଳେ ଜରିମାନା ମଧ୍ୟ ଆଦାୟ କରାଯିବା ସହ ଏପରି ନ କରିବାକୁ ତାଗିଦ୍‌ କରାଯାଇଥିଲା ା ତେବେ ଏହାର କେତେଦୂର କାର୍ଯ୍ୟକାରୀ ହୋଇଛି ତାର ଅନୁଧ୍ୟାନ ପାଇଁ ଜିଲାପାଳ ସାଇକେଲରେ ଆସି ଯାଞ୍ଚ କରିଥିଲେ। ତେବେ ଜିଲାପାଳ ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକୁ କେହି ମାନି ନ ଥିବା ଏଥିରେ ସ୍ପଷ୍ଟ ହୋଇଥିଲା ା ଫାଷ୍ଟଫୁଡ୍‌ ଓ ଚା ଦୋକାନ ଆଗରେ ଡଷ୍ଟବିନ୍‌ ନ ରଖି ଅଳିଆ ଆବର୍ଜନା ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ ା ଏ ସମ୍ପର୍କରେ ଜିଲାପାଳ ପଚାରିବା ପରେ ଫାଷ୍ଟଫୁଡ୍‌ ଓ ଚା ଦୋକାନୀମାନେ ତତ୍‌କ୍ଷଣାତ୍‌ ଉକ୍ତ ଆବର୍ଜନାକୁ ବାହାର କରିଥିବା ଦେଖିବାକୁ ମିଳିଥିଲା। ପରିବା ମାର୍କେଟ ବାହାରେ ରାସ୍ତା ଉପରେ ବିକ୍ରି କରୁଥିବା ଦୋକାନୀଙ୍କୁ ଏପରି ନ ବିକିବାକୁ ନିର୍ଦ୍ଦେଶ ଦେଇଥିଲୋ ରାସ୍ତା ଉପରେ ପନିପରିବା ବିକ୍ରି କରୁଥିବା ବ୍ୟବସାୟୀମାନେ ଜିଲାପାଳଙ୍କୁ ଭୁଲ୍‌ ମାଗିବା ସହ ଆଉ ଏମିତି ବିକ୍ରି କରିବୁନି ବୋଲି କହିଥିଲେ ା ଛତ୍ରପୁରର ଏକ ମଦଦୋକାନକୁ ମଧ୍ୟ ଜିଲାପାଳ ଯାଇଥିଲେ ା ଦୋକାନ ସମ୍ମୁଖରେ ଗ୍ଲାସ୍‌, ପାଣି ଓ ମଦ ବୋତଲ ପଡି ପୂତିଗନ୍ଧମୟ ଥିବା ଦେଖିବାକୁ ମିଳିଥିଲାା ଉକ୍ତ ମଦ ଦୋକାନ ଉପରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥିସହ ଡଷ୍ଟବିନ୍‌ ରଖି ନ ଥିବା ଓ ପଲିଥିନ ମିଳିଥିତ୍ବା କାରଣରୁ ୪ ଜଣଙ୍କଠାରୁ ମଧ୍ୟ ଜରିମାନା ଆଦାୟ ହୋଇଛି ା ମୋଟ ୨୫,୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ଓ ଏନ୍‌ଏସି ଷ୍ଟାଫ୍‌ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri