Posted inରାଜ୍ୟ

ରାସ୍ତାରେ ପୋଲିସ ପକାଇଲା ତାରବାଡ଼: ଶହୀଦ ପରିବାର ଗୃହବନ୍ଦୀ

ଢେଙ୍କାନାଳ ଅଫିସ, ୨୪।୭- ପୋଲିସ ଦାଦାଗିରି। କ୍ଷମତାର ବଳ ଦେଖାଇ ରାସ୍ତାରେ ଜୋରଜବରଦସ୍ତ ପକାଇଦେଲେ ତାରବାଡ଼। ଯେଉଁଥିପାଇଁ ଦେଶ ସେବାରେ ପ୍ରାଣବଳି ଦେଇଥିବା ଜଣେ ଶହୀଦଙ୍କ ପରିବାରକୁ ଭୋଗିବାକୁ ପଡୁଛି ଗୃହବନ୍ଦୀ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅଞ୍ଚଳରେ। ମାନସିକ ଅଶାନ୍ତି ଭିତରେ ଦିନ ବିତାଉଥିବା ସମ୍ପୃକ୍ତ ଶହୀଦ ପରିବାର ଏ ନେଇ ସୋମବାର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଭିଯୋଗପତ୍ରର ନକଲ ମୁଖ୍ୟମନ୍ତ୍ରୀ, ଡିଜିପି, ଏସ୍‌ଓଜି ପୋଲିସ କମାଣ୍ଡାଣ୍ଟ, ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି।
ହିନ୍ଦୋଳ ବ୍ଲକ ରାସୋଳ ଥାନା ବେଡ଼ାପଡ଼ା ଗ୍ରାମର ବିଜନ ସାମଲଙ୍କ ଏକମାତ୍ର ପୁଅ ହେଉଛନ୍ତି ସୁବ୍ରତ ସାମଲ। ବୈପାରୀଗୁଡ଼ା ଏସ୍‌ଓଜି ବାଟାଲିୟନରେ କାର୍ଯ୍ୟରତ ଥିବାବେଳେ ୨୦୧୦ରେ ସେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ। ଏହାପରେ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଶହୀଦ ପରିବାରକୁ କଣ୍ଟାବଣିଆ ଥାନା ମଙ୍ଗଳପୁର ମୌଜାରେ ଜମି ପ୍ରଦାନ କରାଯାଇଥିଲା, ଯାହାର ଖତିଆନ ନଂ. ୭୫୪/୧୦୮୦ ଏବଂ ପ୍ଲଟ ନଂ. ୫୭୫୫। ୨୦୧୨ରୁ ବିଜନ ସପରିବାର ସେଠାରେ ଘର କରି ରହିଆସୁଛନ୍ତି।
ଏ ନେଇ ଶହୀଦ ଯବାନଙ୍କ ମା’ ସୁରମା ସାମଲ କୁହନ୍ତି, ତତ୍କାଳୀନ ସମୟରେ ଓଡ଼ାପଡ଼ା ତହସିଲଦାରଙ୍କ ଉପସ୍ଥିତିରେ କଣ୍ଟାବଣିଆ ଥାନାର ପୂର୍ବପାର୍ଶ୍ୱରେ ପୁରୁଣା ଜାତୀୟ ରାଜପଥଠାରୁ ପ୍ଲଟ ନଂ. ୫୭୫୯ ଦେଇ ଘର ଯାଏ ରାସ୍ତା ଚିହ୍ନଟ କରାଯାଇଥିଲା। କିନ୍ତୁ ୨୦୧୯ ଏପ୍ରିଲରୁ କଣ୍ଟାବଣିଆ ଥାନାଧିକାରୀ ଉକ୍ତ ରାସ୍ତାକୁ ତାରବାଡ଼ ପକାଇ ବନ୍ଦ କରିଦେଇଛନ୍ତି। ଘର ନିକଟରେ ଥିବା ଅନ୍ୟ ଏକରାସ୍ତାକୁ ଜିଏମ୍‌ଆର କମ୍ପାନୀ ବ୍ୟବହାର କରୁଛି। ସୂଚନା ଫଳକରେ ଉକ୍ତ ରାସ୍ତାକୁ ସର୍ବସାଧାରଣ ବ୍ୟବହାର କରିପାରିବେ ନାହିଁ ବୋଲି ଦର୍ଶାଯାଇଛି। ଫଳରେ ପରିବାର ଲୋକେ ଯାତାୟାତ କରିବାରେ ସମସ୍ୟା ଭୋଗୁଛନ୍ତି। ପୁନର୍ବାର ରାସ୍ତା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ। ପୁଅ ପୋଲିସ ବିଭାଗରେ ଚାକିରି କରିବା ଅଭିଶାପ ବୋଲି ସୁରମା କ୍ଷୋଭବ୍ୟକ୍ତ କରି କହିଛନ୍ତି।
ଏ ନେଇ କଣ୍ଟାବଣିଆ ଥାନାଧିକାରୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା। ହେଲେ ସେ ଛୁଟିରେ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ। ଏ ନେଇ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କୁହନ୍ତି, ଥାନା ନିକଟରେ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ବାସଭବନ ନିର୍ମାଣ ପାଇଁ ଏକ ଜାଗା ରହିଛି। ଉକ୍ତ ରାସ୍ତା ମଧ୍ୟରେ ମଦ ଦୋକାନ ରହିଥିବାରୁ ଅସାମାଜିକ ବ୍ୟକ୍ତିମାନେ ଚଳପ୍ରଚଳ କରୁଛନ୍ତି। ତେଣୁ ଅସ୍ଥାୟୀ ଭାବେ ରାସ୍ତାକୁ ପୋଲିସ ବନ୍ଦ କରିଦେଇଥିବା ସୂଚନା ମିଳିଛି। ପୋଲିସ ପକ୍ଷରୁ ରାସ୍ତା ଚିହ୍ନଟ ପାଇଁ ତହସିଲଦାରଙ୍କୁ ପତ୍ର ଲେଖାଯାଇଛି। ଶହୀଦ ପରିବାର ଚଳପ୍ରଚଳ କରିବାକୁ ରାସ୍ତା ଖୋଲିଦେବାକୁ କୁହାଯାଇଛି। ବୁଧବାର ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri