ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ବାହାନଗା, ୨୮ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ତଳକରଞ୍ଜାବିନ୍ଧା ଗ୍ରାମର ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତାରେ ଏବେ ବର୍ଷା ପାଣି ଲହଡି ଖେଳୁଛି। ଏହା ନିଷ୍କାସନ ହୋଇପାରୁ ନ ଥିବାରୁ ଗ୍ରାମବାସୀ ଶୁକ୍ରବାର ରାସ୍ତାରେ ଧାନଗଛ ରୋଇ ପ୍ରତିବାଦ ଜଣାଇଛନ୍ତି।
ଯାଗେଶ୍ୱରପଦାଠାରୁ ଉପରକରଞ୍ଜାବିନ୍ଧା ଗ୍ରାମ, ତଳକରଞ୍ଜାବିନ୍ଧା ଗ୍ରାମ ମଧ୍ୟ ଦେଇ ଗିଲିଦା ଛକ ପର୍ଯ୍ୟନ୍ତ ମୋଟ ୪ କି.ମି. ୩ଶହ ମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହୋଇଛି। ତେବେ ୨ନମ୍ବର ୱାର୍ଡରେ ଆରମ୍ଭରୁ ୪୦ ମିଟର ରାସ୍ତା କାମ ନ ହୋଇ ପଡିରହିଛି। ସେହି ରାସ୍ତାରେ ପାଣି ଜମି ରହିବା ଫଳରେ ଲୋକମାନେ ବର୍ଷା ଦିନରେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ୪୦ ମିଟର ରାସ୍ତାର କିଛି ଅଂଶ ଜବରଦଖଲ ହୋଇଥିବାରୁ ରାସ୍ତା ୧୨ ଫୁଟ ଚଉଡା ନ କରି ଠିକାଦାର ଛାଡି ଦେଇଛନ୍ତି। ଫଳରେ ସେହି ସ୍ଥାନରେ ରାସ୍ତା କାମ ହୋଇପାରିନାହିଁ। କାମ ହେବା ପୂର୍ବରୁ ଗ୍ରାମବାସୀ ଜିଲାପାଳ ଓ ବାହାନଗା ତହସିଲଦାରଙ୍କୁ ମାପକରି ସରକାରୀ ଜମି ବାହାର କରିବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ନ ଥିଲା। ଫଳରେ ରାସ୍ତା କାମ କରୁଥିବା ଠିକାଦାର ସଂସ୍ଥା ରାସ୍ତା ପାଇଁ ସ୍ଥାନ ଯେତିକି ଆବଶ୍ୟକ ନ ପାଇ ୪୦ ମିଟର ରାସ୍ତା କାମ ନ କରି ଛାଡି ଦେଇ ଆଗକୁ କରିବାରୁ ସେହି ସ୍ଥାନରେ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ୨ନମ୍ବର ଓ ୩ ନମ୍ବର ୱାର୍ଡବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଶୀଘ୍ର ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ଦାବି କରାଯିବା ସହିତ ୨ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମର ଭଗବାନ ଚରଣ ବେହେରା, ପ୍ରଭାକର ବେହେରା, ହରେନ୍ଦ୍ର ବେହେରା, ମାୟାଧର ବେହେରା, ଯୁଦ୍ଧିଷ୍ଟିର ବେହେରା,କୃଷ୍ଣ ଚନ୍ଦ୍ର ବେହେରା,ସୀତାମଣୀ ବେହେରା, ଭରତ ଚନ୍ଦ୍ର ବେହେରା, ମୁକ୍ତିକାନ୍ତ ବେହେରା, ଭାଗବତ ବନ୍ଧ, ବସନ୍ତ ବେହେରା, ଯଶୋଦାମଣି ବନ୍ଦ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri