ରାସ୍ତାପାର୍ଶ୍ୱକୁ ଓଲଟିପଡ଼ିଲା ଲୁହାବୋଝେଇ ଟ୍ରକ୍‌

କୋଳିମାଟି,୩ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲାର ୨୦ନଂ. ଜାତୀୟ ରାଜପଥ ଘସିପୁରା ଥାନା ଅଧୀନରେ ଥିବା କନ୍ତୋମୂଶଳ ପୋଲ ନିକଟରେ ରବିବାର ପୂର୍ବାହ୍ନରେ ଏକ ଲୁହାବୋଝେଇ ଟ୍ରକ ଓଲଟି ପଡ଼ିଛି। ସୌଭାଗ୍ୟବଶତଃ ଚାଳକଙ୍କର କୌଣସି କ୍ଷତି ହୋଇନାହିଁ। ଟ୍ରକଟି ଯୋଡ଼ାରୁ ଲୁହା ବୋଝେଇ କରି ପାରାଦୀପ ଅଭିମୁଖେ ଯାଉଥିଲା। ମୂଶଳ ନଦୀ ପାଖରେ ଓଭର ଟେକ୍‌ କରି ଯାଉଥିବା ସମୟରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା।