ରାସ୍ତାକୁ ନେଇ ବିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୧୪ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତାକୁ ନେଇ ବିବାଦ ସୃଷ୍ଟି ହେବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପିପଳସାହି ବାସିନ୍ଦା ଧ୍ୱଜ ବେହେରାଙ୍କ ପୈତୃକ ସମ୍ପତି ୩ ଏକର ଜାଗା ରହିଛି । ଏହି ଜାଗାକୁ ଲାଗି ଏକ ସରକାରୀ ଜାଗା ମଧ୍ୟ ରହିଛି । ଏହା ଅପରିସ୍କାର ଓ ଲଟାବୁଦା ଭର୍ତ୍ତି ହୋଇ ରହିଥିବାରୁ ବେଣାକେରା ଗଁ। ଲୋକେ ସେଠାରେ ମଳତ୍ୟାଗ କରୁଥିଲେ। ମାସେ ତଳେ ଉକ୍ତ ସରକାରୀ ଜାଗାକୁ ସଫା କରି ସେଠାରେ ଗଛ ଲଗାଇବାକୁ ଧ୍ୱଜ ବେହେରା ଉଦ୍ୟମ କରିଥିଲେ। ମାତ୍ର ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ଗଁ। ର ପିଲାମାନେ ଏଠାରେ ଖେଳକୁଦ କରୁଥିବା କହିଥିଲେ। ପରେ ଉଭୟ ଧ୍ୱଜ ବେହେରା ଓ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଆର୍‌ଆଇଙ୍କୁ ପଠାଇ ସରକାରୀ ଜାଗା ଓ ଧ୍ୱଜ ବେହେରାଙ୍କ ଜାଗା ଚିହ୍ନଟ କରିଥିଲେ। ପରେ ଧ୍ୱଜ ନିଜ ଜାଗାକୁ ବାଡ ଘେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଧ୍ୱଜଙ୍କ ଚିହ୍ନଟ ଜାଗା ଦେଇ ଏକ ରାସ୍ତା ରହିଛି ଏବଂ ଉକ୍ତ ରାସ୍ତାଦେଇ ଜାଗାର ମାଲିକ ଧ୍ୱଜ ବେହେରାଙ୍କ ପରିବାର ସମେତ ଗ୍ରାମବାସୀ ଯାତାୟତ କରନ୍ତି। ଯେହେତୁ ଉକ୍ତ ରାସ୍ତା ଧ୍ୱଜ ବେହେରାଙ୍କ ପଟ୍ଟା ଜମି ତେଣୁ ସେ ତାହାକୁ ମଧ୍ୟ ବାଡ ପକାଇବାକୁ ଉଦ୍ୟମ କରିବାରୁ ବିବାଦ ଉପୁଜିଥିଲା। ଉକ୍ତ ରାସ୍ତା ଗ୍ରାମକୁ ଯିବାର ଏକମାତ୍ର ରାସ୍ତା ଓ ଦୀର୍ଘଦିନ ଧରି ଗ୍ରାମବାସୀ ସେହି ରାସ୍ତା ଦେଇ ଯାତାୟତ କରୁଥିବାରୁ ଏହି ରାସ୍ତା ଅବରୋଧକୁ ଗ୍ରାମବାସୀ ବିରୋଧ କରିଥିଲେ। ପାଟିତୁଣ୍ଡ ସହ ଧ୍ୱଜ ବେହେରାଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀ ମାଡମାରିଥିବା ନେଇ ନଂ.୭୧/୧୯ରେ ଫୁଲବାଣୀ ସଦର ଥାନାରେ ମାମଲା ହୋଇଛି। ବହୁ ସଂଖ୍ୟାରେ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲାପାଳ ବୀରେନ୍ଦ୍ର କୁମାର ଦାସ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ରାସ୍ତା ଅବରୋଧ ହଟାଇବାକୁ ପ୍ରତିଶ୍ରୁତି ଦେବାପରେ ଲୋକେ ଫେରିଥିଲେ। ଅନ୍ୟପକ୍ଷରେ ଧ୍ୱଜ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଉକ୍ତ ରାସ୍ତା ତାଙ୍କ ପଟା ଜମିରେ ରହିଛି ଓ ସେ ନିଜେ ଏହି ରାସ୍ତାକୁ ତାଙ୍କ ଘରୋଇ ବ୍ୟବହାର ପାଇଁ ନିର୍ମାଣ କରିଥିଲେ। ପୂର୍ବରୁ ଗ୍ରାମବାସୀଙ୍କୁ ସେହି ରାସ୍ତା ବ୍ୟବହାର କରିବାକୁ ପ୍ରତିବନ୍ଧକ କରୁନ ଥିଲି। ଏପରିକି ତାଙ୍କ ଜାଗାରେ ହୋଇଥିବା ମଣ୍ଡପ, କୂଅକୁ ସେ ଗ୍ରାମବାସୀଙ୍କ ପାଇଁ ଛାଡି ଦେଇଥିଲେ। ତେବେ ତାଙ୍କ ପରିବାରର ଆବଶ୍ୟକତା ପାଇଁ ଏବଂ ଏବେ ଉପୁଜିଥିବା ସମସ୍ୟା ପାଇଁ ସେ ତହସିଲଦାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପଟ୍ଟା ଜାଗାକୁ ପୋଲିସ ଉପସ୍ଥିତରେ ବାଡ ପକାଇଛନ୍ତି ବୋଲି କହିଥିଲେ। ଏନେଇ ଉପଜିଲାପାଳ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉକ୍ତ ଜାଗାର ପଟ୍ଟା ଧ୍ୱଜ ବେହେରାଙ୍କ ନାମରେ ଥିଲେ ମଧ୍ୟ ଯେହେତୁ ରେକର୍ଡରେ ଉକ୍ତ ଜାଗା ରାସ୍ତା ଭାବେ ରହିଛି ଓ ଦୀର୍ଘବର୍ଷ ଧରି ଗ୍ରାମବାସୀ ସେହି ରାସ୍ତା ବ୍ୟବହାର କରି ଆସୁଛନ୍ତି ଏବଂ ଆଉ କୌଣସି ବିକଳ୍ପ ରାସ୍ତା ନାହିଁ ତେଣୁ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ ା ତେଣୁ ସେ ତହସିଲଦାରଙ୍କୁ ଉକ୍ତ ରାସ୍ତା ଅବରୋଧ ହଟାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୪ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri