ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ସ୍ତରରୁ ପରାମର୍ଶ ଗ୍ରହଣ

ନୂଆଦିଲ୍ଲୀ, ୧୯-୮: ପାଞ୍ଚ ବର୍ଷରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଦିଗରେ ବ୍ୟାଙ୍କଗୁଡିକର ଯୋଗଦାନ ତଥା ଆଗାମୀ କାର୍ଯ୍ୟପନ୍ଥା ନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସେମାନଙ୍କ ଶାଖା ସ୍ତରରୁ ପରାମର୍ଶ ଗ୍ରହଣ କରିଛି। ସାରା ଦେଶରେ ଚଳିତ ମାସ ୧୭ ଏବଂ ୧୮ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ପରାମର୍ଶ ଗ୍ରହଣ କରିଛନ୍ତି। ବ୍ୟାଙ୍କିଙ୍ଗ କ୍ଷେତ୍ରର ଅଭିବୃଦ୍ଧି ଲାଗି ଶାଖା ସ୍ତରରୁ ପରାମର୍ଶ ଗ୍ରହଣ ଦ୍ୱାରା ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଅର୍ଥ ମନ୍ତ୍ରଣାଳୟର ଆର୍ଥତ୍କ ସେବା ବିଭାଗ ପକ୍ଷରୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ରହିଥିଲା। ଉତ୍ପାଦନଶୀଳ କ୍ଷେତ୍ରଗୁଡିକୁ ଅଧିକ ଋଣ ଯୋଗାଣ ଦ୍ୱାରା ଅଭିବୃଦ୍ଧି ଧାରାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ଷ୍ଟେଟ ବ୍ୟାଙ୍କ ଏହାର ୧୭ ସର୍କଲର ୫୦୨ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛି। ଏଥିରେ ପ୍ରାୟ ୧୫୦୦୦ ଅଧିକାରୀ ଯୋଗ ଦେଇଥିଲେ। ଶାଖା ସ୍ତରରୁ ଗ୍ରହଣ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ ସ୍ତର ବ୍ୟାଙ୍କର୍ସ କମିଟି ବୈଠକରେ ଆଲୋଚନା କରାଯିବ ବୋଲି ଏସ୍‌ବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପକ୍ଷରୁ ଏହି କାର୍ଯ୍ୟକ୍ରମ ସାରା ଦେଶରେ ଆୟୋଜିତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri