Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୦.୭%

ଭୁବନେଶ୍ୱର,୨-୪: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ୩୩୦ ପଏଣ୍ଟ ଥିଲା। ଫେବୃୟାରୀ ଏଥିରେ ୨ ପଏଣ୍ଟ ହ୍ରାସ ଘଟି ୩୨୮ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୪୯ ପଏଣ୍ଟ ଥିଲା। ଏଥିରେ ୩ ପଏଣ୍ଟ ହ୍ରାସ ପାଇ ୩୪୬ ପଏଣ୍ଟ ହୋଇଛି। ଅନ୍ୟ ପକ୍ଷରେ ରାଉରକେଲାରେ ଏହା ୩୩୫ ପଏଣ୍ଟ ଥିବା ବେଳେ ଏଥିରେ ୨ ପଏଣ୍ଟ ହ୍ରାସ ଘଟିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୫୭.୩% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୩.୪% ବୃଦ୍ଧି ଘଟି ୧୬୦.୭% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ଏପ୍ରିଲ ପହିଲାରୁ ପାଇବେ।
ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀ ମାନେ ୭୫.୯ % ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୦.୬% ବୃଦ୍ଧି ଘଟି ୭୬.୫% ହୋଇଛି। ଏହା ମେ ମାସ ପହିଲାରୁ ଲାଗୁ ହେବ। ବୀମା କର୍ମଚାରୀମାନେ ବର୍ତ୍ତମାନ ୬୯.୨% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୦.୬% ବୃଦ୍ଧି ଘଟି ୬୯.୮% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ମେ ପହିଲାରୁ ପାଇବେ। ଓଡ଼ିଶା ବ୍ୟତୀତ କେନ୍ଦ୍ର ଏବଂ ସମସ୍ତ ରାଜ୍ୟର ସରକାରୀ କର୍ମଚାରୀମାନେ ୨୧% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୪% ବୃଦ୍ଧି ଘଟି ୨୫% ହୋଇଛି। ଏମାନେ ଜୁଲାଇ ପହିଲାରୁ ଏହି ବର୍ଦ୍ଧିତ ଡିଏ ପାଇବେ। ଓଡିଶାରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବର୍ତ୍ତମାନ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ବର୍ଦ୍ଧିତ ୮% ମହଙ୍ଗା ଭତ୍ତା ପିଛିଲା ଭାବେ ୪% ଜାନୁୟାରୀରୁ ଏବଂ ଅବଶିଷ୍ଟ ୪% ଜୁଲାଇରୁ ଲାଗୁ ହେବ ବୋଲି ସୂଚନା ରହିଛି।

Share