Categories: ଜାତୀୟ

ରାଷ୍ଟ୍ରପତି ସଚିବଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା

ନୂଆଦିଲ୍ଲୀ,୨୫ା୭(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଞ୍ଜୟ କୋଠାରୀଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ସରକାର ବୁଧବାର ଅନୁମୋଦନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ୧୯୭୮ ବ୍ୟାଚ୍‌ର ହରିୟାଣା କ୍ୟାଡର୍‌ ଆଇଏଏସ୍‌ ଅଫିସର କୋଠାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ବୁଧବାର ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ପୂରୁଥିଲା। ୨୦୧୬ରେ ଅବସର ଗ୍ରହଣ କରିଥିବା କୋଠାରିଙ୍କୁ ରାଷ୍ଟ୍ରପତି କୋବିନ୍ଦ ନିଜ ସଚିବଭାବେ ନିଯୁକ୍ତି ଦେଇଥିଲେ। ୨୦୨୨ ଜୁଲାଇ ୨୫ରେ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ସେ ପର୍ଯ୍ୟନ୍ତ କୋଠାରୀ ତାଙ୍କ ସଚିବ ଦାୟିତ୍ୱରେ ରହିବେ।

Share