Posted inଜାତୀୟ

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ ଭାରତୀୟ ସେନାରୁ ଅବସର ନେଇଛନ୍ତି। ପ୍ରାୟ ୧୨ ବର୍ଷ ସେନାରେ ସେବା ଦେବା ପରେ ସେ ସମୟ ପୂର୍ବରୁ ଅବସର ନେବାର ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତିଙ୍କ ADC (Aide-de-Camp) ଭାବେ ତାଙ୍କ ଭୂମିକା ତାଙ୍କୁ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍‌ ପରିଚିତ କରିଥିଲା।

ରାଷ୍ଟ୍ରପତିଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହେଉଥିଲା। ତେବେ ADC ହେବା ପୂର୍ବରୁ ମଧ୍ୟ ରିଷଭ ସାମ୍ବ୍ୟାଲଙ୍କ ସେନା କ୍ୟାରିୟର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଭରପୂର ଥିଲା।

ମେଜର ରିଷଭ ସିଂହ ସାମ୍ବ୍ୟାଲ ୨୦୧୩ରେ NDA ପରୀକ୍ଷା ପାସ କରିଥିଲେ। ପରେ ସେ ୧୩୩ତମ NDA କୋର୍ସରେ ସାମିଲ ହୋଇଥିଲେ, ଯାହା ୨୦୧୪ରେ ଆରମ୍ଭ ହୋଇଥିଲା। ଏହା ପରେ ସେ Indian Military Academyରେ ମିଲିଟାରୀ ଷ୍ଟଡିଜ ଓ ଡିଫେନ୍ସ ମ୍ୟାନେଜମେଣ୍ଟ ଅଧ୍ୟୟନ କରିଥିଲେ। ସେନାର ପ୍ରାରମ୍ଭିକ କ୍ୟାରିୟରରେ ହିଁ ତାଙ୍କୁ ଗଣତନ୍ତ୍ର ଦିବସ ପରେଡ୍‌ରେ ନେତୃତ୍ୱ ନେବାର ସୁଯୋଗ ମିଳିଥିଲା। ୨୦୨୧ରେ କ୍ୟାପ୍ଟେନ ରିଷଭ ସାମ୍ବ୍ୟାଲ ଜାଟ ରେଜିମେଣ୍ଟର ଟୁକଡ଼ିକୁ ନେତୃତ୍ୱ ଦେଇଥିଲେ। ଏହି ଟୁକଡ଼ିକୁ ବେଷ୍ଟ ମାର୍ଚିଂ କଣ୍ଟିଜେଣ୍ଟ ଟ୍ରଫି ମଧ୍ୟ ମିଳିଥିଲା।

ରିଷଭ ସାମ୍ବ୍ୟାଲଙ୍କ ସେନା କ୍ୟାରିୟରର ଏକ ବଡ଼ ପର୍ଯ୍ୟାୟ ଥିଲା ରାଷ୍ଟ୍ରପତିଙ୍କ ADC ଭାବେ ନିଯୁକ୍ତି। ରିପୋର୍ଟ ଅନୁସାରେ, ସେ ମାର୍ଚ୍ଚ ୨୦୨୩ରେ ରାଷ୍ଟ୍ରପତିଙ୍କ ADC ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ADCଙ୍କ ଦାୟିତ୍ୱ କେବଳ ରାଷ୍ଟ୍ରପତିଙ୍କ ସହ ଆଧିକାରିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ମଧ୍ୟରେ ସୀମିତ ନୁହେଁ। ପ୍ରୋଟୋକଲ ମ୍ୟାନେଜମେଣ୍ଟ, କାର୍ଯ୍ୟକ୍ରମ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ରାଷ୍ଟ୍ରପତିଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ ସହ ଜଡ଼ିତ ଅନେକ ଦାୟିତ୍ୱ ମଧ୍ୟ ADCଙ୍କ ଉପରେ ରହିଥାଏ।
ରିଷଭ ସାମ୍ବ୍ୟାଲଙ୍କ ପ୍ରଫେସନାଲ ପ୍ରୋଫାଇଲରେ ପ୍ରୋଟୋକଲ ମ୍ୟାନେଜମେଣ୍ଟ, ଏକ୍ଜିକ୍ୟୁଟିଭ ସିକ୍ୟୁରିଟି ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ କାମ କରିବାର ଅଭିଜ୍ଞତା ମଧ୍ୟ ରହିଛି। ବିଭିନ୍ନ ଦେଶ ସହ ଜଡ଼ିତ ଆଧିକାରିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri