ମେଷ

ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର ଘଟିପାରେ। ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଦୂରସ୍ଥାନକୁ ଯିବାକୁ ପଡିବ। ଅବଶ୍ୟ ଫେରନ୍ତା ରାସ୍ତାରେ ନିଜ ମନ ପସନ୍ଦର ଜିନିଷ ପାଇ ଖୁସି ହୋଇପାରନ୍ତି।
ବୃଷ

ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ମଧ୍ୟରେ କାର୍ଯ୍ୟ ସାଧନ କରିବେ। କେତୁଙ୍କ କୁପ୍ରଭାବରୁ ପାରିବାରିକ ସମସ୍ୟା ଓ ଆର୍ଥିକ ସଙ୍କଟ ପ୍ରତିରୋଧର ମଧ୍ୟ ଅନ୍ୟ ଏକ କାରଣ ହେବ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ସାଙ୍ଗକୁ ସହକର୍ମୀଙ୍କ ସୈାଜନ୍ୟରୁ ଖୁସି ହେବେ। ବନ୍ଧୁଙ୍କ ପ୍ରତ୍ୟେକ କଥାକୁ ଆଉଥରେ ଆଲୋଚନା କରିବା ଭଲ ହେବ।
ମିଥୁନ

ଧନାଧିପ ଚନ୍ଦ୍ରଙ୍କ ସୁପ୍ରଭାବରୁ ଅର୍ଥନୈତିକ ସମସ୍ୟାର ସମାଧାନ କରିବାରେ ସଫଳତା ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ବନ୍ଧୁ ସମ୍ପର୍କ କ୍ଷେତ୍ର ଭଲ ରହିବ। କର୍ମକ୍ଷେତ୍ରରେ, ସାହିତ୍ୟ, ସାମ୍ବାଦିକତା ଓ ସାଙ୍ଗଠନିକ ସ୍ତରରେ ପଦସ୍ଥବ୍ୟକ୍ତିଙ୍କ ଚାପର ସମ୍ମୁଖୀନ ହେବେ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବାର ସୁଯୋଗ ପାଇବେ।
କର୍କଟ

ରାଶ୍ୟାଧିପତି ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇବେ, ଦୂରଯାତ୍ରା କରିପାରନ୍ତି, ଆର୍ଥିକ ସ୍ଥିତି ମଧ୍ୟ ବଦଳିଯିବ। ବାଣିଜ୍ୟ, ବ୍ୟବସାୟ, ଯୋଗାଣ କାରବାର ଏବଂ ପରିବହନରେ ଉନ୍ନତି କରିବେ। କିନ୍ତୁ ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ଦୁଷ୍ଟସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ସି˚ହ

ରବିଙ୍କ ସହ ଶନିଙ୍କ ସଂଯୋଗରୁ ସ୍ବାସ୍ଥ୍ୟପ୍ରତି ସଚେତନ ରହିବା ଅତି ଜରୁରୀ ହୋଇପଡିବ। କୈାଣସି ବିଜାତୀୟ ବ୍ୟକ୍ତିଙ୍କ ପରୋକ୍ଷ ଶତ୍ରୁତା କାରଣରୁ ସରକାରୀ ସ୍ତରରୁ କୈାଣସି ସମସ୍ୟା ଆସିପାରେ। ପରିବାରର ଦୁଃସ୍ଥିତି ବଦଳିବାକୁ ଆରମ୍ଭ କରିଥିଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ।
କନ୍ୟା

କର୍ମଭାବସ୍ଥ ବୃହସ୍ପତିଙ୍କ ପ୍ରଭାବରେ ପାରିବାରିକ ସଦ୍ଭାବ ସାଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ସନ୍ତୋଷଜନକ ରହିବ। ମଙ୍ଗଳଙ୍କ କୁପ୍ରଭାବରେ ଜମିଜମା କିମ୍ବା ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ। ଶିଳ୍ପ, ନୂତନ ପ୍ରକଳ୍ପ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ। କଠିନ ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ତୁଳା

ସପ୍ତମାଧିପତି ମଙ୍ଗଳ ଲକ୍ଷ୍ମୀଯୋଗ ସୃଷ୍ଟି କରୁଥିବାରୁ ବୈଷୟିକ ଉନ୍ନତି ସାଙ୍ଗକୁ ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ। ବନ୍ଧୁ ପରିଜନମାନଙ୍କ ସାହାଯ୍ୟରେ ଦର୍ଶନୀୟସ୍ଥାନ ଭ୍ରମଣ ପାଇଁ ମନ ବଳାଇ ପାରନ୍ତି। ଭାଗ୍ୟଭାବରେ ବୃହସ୍ପତି ଯୋଗୁ ଦୃଢ ମନୋବଳ ସମସ୍ୟା ସମାଧାନରେ ସହାୟକ ହୋଇପାରେ।
ବିଛା

ଗ୍ରହସ୍ଥିତିର ବୈଷମ୍ୟ ଯୋଗୁ ଶାରୀରିକ ସ୍ବାସ୍ଥ୍ୟ ବିଗିଡିବା ସହ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି। ଅବଶ୍ୟ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ସମସ୍ୟା ସମାଧାନ କରିପାରିବେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ସମସ୍ୟା ସୁଧୁରିଯିବ। ପ୍ରିୟଜନଙ୍କ ସହ ସମ୍ପର୍କହାନି କାରଣରୁ ବିଶେଷ ଚିନ୍ତା ପ୍ରକଟ କରିପାରନ୍ତି।
ଧନୁ

ଦ୍ୱିତୀୟ ସ୍ଥାନରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ମିଠା କଥାରେ ଅନ୍ୟମାନଙ୍କୁ ମନେଇନେବେ। କର୍ମକ୍ଷେତ୍ର ଓ ବ୍ୟବସାୟିକ ସ୍ଥିତିରେ ପ୍ରତିବନ୍ଧକ ପରିଲକ୍ଷିତ ହେବ। ଲେଖାପଢ଼ା, ପ୍ରକାଶନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଟେନ୍ସନ, ଅମୀମାଂସିତ ବିବାଦ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହୋଇ ନ ପାରେ।
ମକର

ଦୁଃସ୍ଥାନସ୍ଥ ତୃତୀୟାଧିପତି ହେତୁ ପ୍ରିୟଜନଙ୍କ ଅଭାବ ମାନସିକ ଅଶାନ୍ତି ସୃଷ୍ଟି କରିବ। ଆଜିର ଯାତ୍ରା, ବାଣିଜ୍ୟ,ବ୍ୟବସାୟ,ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହେବ। କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବେ। ପାରିବାରିକ ଭୁଲ୍ ବୁଝାମଣା ଦୂରେଇବାରେ ପଡୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ ା
କୁମ୍ଭ

ରାଶିରେ ରାହୁ, ମଙ୍ଗଳଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ଯଶ, ସମ୍ମାନର ଅଧତ୍କାରୀ ହେବେ। ବାଣିଜ୍ୟ ଓ ପରିବହନ ପାଇଁ ସାମାନ୍ୟ ଝଟକା ଲାଗିପାରେ। କଚେରି ମାମଲା, ଜମିଜମା କ୍ରୟବିକ୍ରୟ ଏବଂ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦ୍ବିଗ୍ନ ରହିବ। ଅନ୍ୟମାନଙ୍କ ପରାମର୍ଶକୁ ଭାବିଚିନ୍ତି ଗ୍ରହଣ କରିବା ଭଲ ହେବ।
ମୀନ
ସ୍ବସ୍ଥାନହନ୍ତା ବୃହସ୍ପତିଙ୍କ ପ୍ରଭାବରେ ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମତାନ୍ତରର ଆଶଙ୍କା ରହିଛି। ପୂର୍ବ ନିର୍ଦ୍ଧାରିତ ଆନୁଷ୍ଠାନିକ କାମରେ ବନ୍ଧୁମିଳନଜନିତ ଖୁସି ହେବେ। ରାଜନୈତିକ ସ୍ତରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସମ୍ପର୍କୀୟଙ୍କ ଆହ୍ବାନରେ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି ା
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.