Posted inRasifala

ରାଶିଫଳ: ସୋମବାର, ଜୁନ ୧୦ ତାରିଖ – Daily Horoscope

ମେଷ
ଆଜି ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥସମ୍ପର୍କୀୟ ଚିନ୍ତା, ବିଳାସବ୍ୟସନ ଦିଗରେ ମନକୁ ନିମଜ୍ଜିତ କରାଇବ। ତୃତୀୟସ୍ଥ ରାହୁ ସହ ମଙ୍ଗଳଙ୍କ ଭ୍ରାତୃ, ନିକଟ ସମ୍ପର୍କୀୟମାନଙ୍କ ସହ ବିବାଦ ବୃଦ୍ଧି କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇ ପାରନ୍ତି। ବନ୍ଧୁଙ୍କ ସହାୟତାରେ ପରିବାରର ସମସ୍ୟା ସମାଧାନ ହୋଇପାରେ।
ବୃଷ
ବୃଷ
ଆଜି ରବିଙ୍କ ନକ୍ଷତ୍ରସ୍ଥ ଶୁକ୍ର ରାଶିରେ ରହି ଆମତ୍ୀୟମାନଙ୍କୁ ଆପଣେଇ ନେବାରେ ସାହାଯ୍ୟ କରିବେ। କେତେକ ଅତୀତ ଘଟଣା, ସ୍ବାସ୍ଥ୍ୟହାନି ଯୋଗୁ ସାମୟିକ ମନ ଉଦାସ ରହିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି, ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବାର ସମ୍ଭାବନା ରହିଛି ା ନୂତନକର୍ମାରମ୍ଭ କ୍ଷେତ୍ରରେ ବିଶେଷ ଅସୁବିଧା ନ ହୋଇପାରେ।
ମିଥୁନ
ମିଥୁନ
ବୁଧ ଉଚ୍ଚସ୍ଥ ରାହୁଙ୍କ ନକ୍ଷତ୍ରରେ ଅବସ୍ଥାନ କରି ସମସ୍ୟାକୁ ପ୍ରତିହତ କରିବା ସଙ୍ଗକୁ ବିବାଦରେ ବିଜୟୀ କରାଇବ। ଆନୁସଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
ଧନସ୍ଥାନରେ ରାଶ୍ୟାଧିପତି ଆର୍ଥିକ ଉନ୍ନତି କରାଇବ ସହ ଦୈହିକ ସୁସ୍ଥତାକୁ ଅକ୍ଷୁଣ୍ଣ ରଖିବ। ରାହୁ ସହ ମଙ୍ଗଳ ପ୍ରଭାବରୁ ଜମା ଭଲ ପଡୁ ନ ଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ ଓ ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ ଲାଗି ରହିବ।
ସି˚ହ
ସି˚ହ
କର୍ମସ୍ଥାନରେ କର୍ମାଧିପତି ସହ ରାଶ୍ୟାଧିପତି ଚେଷ୍ଟା କରୁଥିବା କ୍ରମେ ସଫଳତା ହାସଲ କରିବେ। ବାଣୀକାରକ ବୁଧ ପାପାକ୍ରାନ୍ତ ଯୋଗୁ ଅଫିସ୍‌ କାମରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଦୂରଯାତ୍ରା ସାଙ୍ଗକୁ ଦେବଦର୍ଶନର ସୁଯୋଗ ପାଇବେ। ଶିଳ୍ପ, ବାଣିଜ୍ୟ, ସଭାସମିତି, ଆନୁଷ୍ଠାନିକ କାମରେ ମନୋନିବେଶ କରିପାରନ୍ତି।
କନ୍ୟା
ବୁଧ ଯୁକ୍ତ ରାହୁ ଓ ମଙ୍ଗଳ ଚତୁର୍ଥସ୍ଥାନକୁ ପ୍ରଭାବିତ କରୁଥିବାରୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ। କର୍ମକ୍ଷେତ୍ର, ସାମାଜିକ କାର୍ଯ୍ୟ, ବନ୍ଧୁ ପରିଜନ ଓ ପରିବହନ କ୍ଷେତ୍ର ମଧ୍ୟ ସମସ୍ୟା ବହୁଳ ରହିପାରେ ା ଏଣେ ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜାଳ ବଳିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ନୀତିଗତ କାମରୁ ଓ ବନ୍ଧୁମିଳନରୁ ଖୁସୀ ରହିପାରନ୍ତି।
ତୁଳା
ତୁଳା
ଲାଭାଧିପତିଙ୍କ ଧନଭାବ ପ୍ରତି ସମ୍ବନ୍ଧ ଅର୍ଥଲାଭର ସୂଚନା ପ୍ରଦାନ କରେ। ଆଜି ଆପଣ ଅଫିସ୍‌ କାମରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ସୁହାଇଲା ଭଳି କଥାକହି ଲକ୍ଷ୍ୟ ହାସଲ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରି ହୋଇ ପଡିବ।
ବିଛା
ବିଛା
ବଳହୀନ ରାଶ୍ୟାଧିପ ଅଷ୍ଟମରେ ସ୍ବାସ୍ଥ୍ୟହାନୀ ସହ ବିଭିନ୍ନ ସମସ୍ୟାରେ ବିର୍ବତ କରାଇବ। ଅବଶ୍ୟ ରବିଙ୍କ ସବଳତା କାରଣରୁ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିପାରନ୍ତି। ସମ୍ପର୍କୀୟ ବନ୍ଧୁବର୍ଗ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି।
ଧନୁ
ଧନୁ
ବୃହସ୍ପତି ପରମୂହୂର୍ତ୍ତରେ ଅବସ୍ଥା ସ୍ବାଭାବିକ ହେଲେ ମଧ୍ୟ ପାରିବାରିିକ କ୍ଷେତ୍ର ଭୁଲ୍‌ବୁଝାମଣା ମଧ୍ୟରେ ବିଶୃଙ୍ଖଳିତ ରହିପାରେ। ମାଲିମକଦ୍ଦମା,ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ସହଜରେ କାମ ହାସଲ ହେବା କଷ୍ଟକର ହେବ। ବ୍ୟବସାୟରେ ଲାଭ ମିଳିବ; ମାତ୍ର ବକେୟା ପରିଶୋଧ କରିବାରେ ବିଫଳ ହେବେ।
ମକର
ମକର
ଆଜିର ଅଷ୍ଟମଚନ୍ଦ୍ର ରାଶିସ୍ଥ କେତୁଙ୍କ ନକ୍ଷତ୍ରସ୍ଥ ହେତୁ ମାନସିକ ଦୁଃଶ୍ଚିନ୍ତାରେ ମନ ଉଦ୍ୱେଳିତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ,ସଭାସମିତି ତଥା ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ ।
କୁମ୍ଭ
କୁମ୍ଭ
କର୍ମଭାବରୁ ଅଷ୍ଟମସ୍ଥ କର୍ମାଧିପତି ଯୋଗୁ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବନାହିଁ। ତଥାପି ଶୁକ୍ରଙ୍କ ସୁପ୍ରଭାବରୁ ନୂତନ ଯୋଜନାଟିକୁ ଆରମ୍ଭ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଜର ଦକ୍ଷତା ହେତୁ ପ୍ରଶଂସିତ ହୋଇପାରନ୍ତି।
ମୀନମୀନ
ଆଜିର ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା ସଙ୍ଗକୁ ବନ୍ଧୁମାନଙ୍କ ଆଦର, ଅର୍ଭ୍ୟର୍ଥନା ମଧ୍ୟରେ ଦିନଟି ଉପଭୋଗ୍ୟ ରହିବ। ସକାଳୁ ସକାଳୁ ଆଜିର ଯାତ୍ରା,କାମର ଶୈଳୀ, ବନ୍ଧୁ ମାନଙ୍କ ସଦିଛାରୁ ମନ ପ୍ରାୟତଃ ଖୁସୀ ରହିବ। ପାରିବାରିକ କ୍ଷେତ୍ରକୁ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରିବେ ବାସ୍ତବରେ ସେପରି କିଛି ହେବନି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri