ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ପରିବହନ ବ୍ୟବସାୟରେ ଶିଥିଳତା ଦେଖାଦେବା କାରଣରୁ ଚିନ୍ତିତ ରହିପାରନ୍ତି।
ମଙ୍ଗଳ ଓ ବୁଧ ଦ୍ୱିତୀୟଭାବରେ ଆପଣଙ୍କ ଅପ୍ରିୟ ସତ୍ୟର କଠୋର ବାକ୍ୟାଳାପ ବନ୍ଧୁ ସମ୍ପର୍କକୁ ତିକ୍ତ କରିଦେବ। ଆଲୋଚନା ପରିସରରେ ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯିବ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ଅସୁବିଧା ହେବନାହିଁ।
ଧନାଧିପ ଷଷ୍ଠସ୍ଥ ଯୋଗୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଅର୍ଥପ୍ରାପ୍ତିର ଆଶା ମଉଳି ଯାଇପାରେ। ବାରମ୍ବାର ପ୍ରତିବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ସମାଧାନର କ୍ଷୀଣ ଆଶା ରହିଛି।
ଲାଭଭାବରେ ରବି ଅର୍ଥନୈତିକ ଅଭିବୃଦ୍ଧି କରାଇବା ସହ ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା ପ୍ରାପ୍ତ କରାଇପାରେ। ଯାହା ବହୁତ ଦିନ ହେଲା ମନେ ମନେ ଭାବୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ରହିଆସୁଥିବା ବିବାଦର ଅନ୍ତ ଘଟିବ। ସରକାରୀ ସ୍ତରରୁ କିମ୍ବା ଆଇନର ସହାୟତାରୁ ଉପକୃତ ହେବେ।
ଧନାଧିପ କର୍ମଭାବରେ ଧନଯୋଗ ସୃଷ୍ଟିକରି ଅଭିଳଷିତ ଆର୍ଥିକ ସାହାଯ୍ୟ ପାଇବେ। ଆନନ୍ଦଦାୟକ ପରିବେଶରେ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ପାରିବାରିକ ଅସ୍ଥିରତା ଦୂରୀଭୂତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ଦୂରେଇଯିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା ସାଙ୍ଗକୁ ପଡୋଶୀଙ୍କ ସୌହାର୍ଦ୍ଦ୍ୟ ମଧ୍ୟ ଲାଭ କରିବେ।
ବିଳାସବ୍ୟସନକାରକ ଶୁକ୍ର ଧନଭାବକୁ ଦେଖୁଥିବାରୁ ଆଜି ଅର୍ଥଲାଭ, ନୂତନ ବସ୍ତ୍ରାଳଙ୍କାର ପ୍ରାପ୍ତି ଓ ବନ୍ଧୁଗହଣରେ ମିଷ୍ଟାନ୍ନ ଭୋଜନ ଯୋଗ ରହିଛି। ପାରିବାରିକ ଖର୍ଚ୍ଚଭାର ବୃଦ୍ଧି ଯୋଗୁ ଚିନ୍ତା ପ୍ରକଟ କରିବେ। ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ କିମ୍ବା ମରାମତିରେ ଅଥବା ଜିନିଷପତ୍ର ସଂଗ୍ରହରେ ବ୍ୟସ୍ତ ରହିପାରନ୍ତି।
ଅଷ୍ଟମଭାବରୁ ରାହୁ ସହ ମଙ୍ଗଳ ଧନଭାବକୁ ଦୃଷ୍ଟି ଦେଉଥିବାରୁ ସତର୍କତା ଅଭାବରୁ ଧନହାନିର ପୂର୍ଣ୍ଣସୂଚନା ରହିଛି। ଆଜି ଦିନଟିରେ ସାଂସ୍କୃତିକ କାର୍ଯ୍ୟକ୍ରମରୁ କିମ୍ବା ଉଚ୍ଚସ୍ତରରୁ ଏପରିକି ସଭାସମିତିରୁ ସମ୍ମାନିତ ହେବେ। ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ କିନ୍ତୁ ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ।
ଆଜି ଆପଣଙ୍କ ରାଶିରେ ଗୁରୁଚାନ୍ଦ୍ରୀ ଯୋଗ ସୃଷ୍ଟିହୋଇ ଅର୍ଥ, ଉଚ୍ଚସମ୍ମାନ, ବନ୍ଧୁପ୍ରୀତି ମାଧ୍ୟମରେ ଆନନ୍ଦ ପ୍ରାପ୍ତ କରାଇବ। ସମସ୍ୟା ଆସିଲେ ମଧ୍ୟ ତାହାର ସରଳ ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ। ବ୍ୟବସାୟିକ କାରବାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ।
ଧନାଧିପ ରାଶିରେ ପାପଗ୍ରହ ଯୁକ୍ତ ହେତୁ ଆପଣଙ୍କୁ ବିଭିନ୍ନ ଦିଗରେ ଖର୍ଚ୍ଚାନ୍ତ କରାଇ ଋଣଗ୍ରସ୍ତ କରାଇପାରନ୍ତି। ଅନ୍ୟମାନଙ୍କ ଉପରେ ଅଭିମାନ କରି ସ୍ବାସ୍ଥ୍ୟପ୍ରତି ଅବହେଳା କରିବା ହେତୁ ଅନୁତାପ କରିବାକୁ ପଡିପାରେ। ତଥାପି କର୍ମକ୍ଷେତ୍ର ସଂଗଠନ, ପ୍ରଶାସନ ଓ ପାଖପଡୋଶୀଙ୍କ ଆଦରଗୈାରବରୁ ଖୁସି ରହିବେ।
ଏକାଦଶରେ ଶନି ଆପଣଙ୍କୁ ବିଜାତୀୟ ବ୍ୟକ୍ତିଙ୍କ ମାଧ୍ୟମରେ ଆର୍ଥିକ, ସାଙ୍ଗଠନିକ ସହାୟତା ପ୍ରଦାନ କରିବେ। ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ, ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ସକାଶେ ଟେନସନ ବଢିଯିବ।
ଷଷ୍ଠାଧିପଙ୍କ ସହ କର୍ମସ୍ଥ ଧନାଧିପ ଆପଣଙ୍କୁ ବ୍ୟାଙ୍କ, ଲଟେରି, ସଞ୍ଚୟ ଜମାରୁ ଅର୍ଥପ୍ରାପ୍ତ କରାଇପାରେ। ଦିନଟିରେ ଚିନ୍ତା ନ କରି କାମ କରି ଚାଲନ୍ତୁ,ଅବଶ୍ୟ ସଫଳତା ହାସଲ କରିବାରେ କୈାଣସି ଅସୁବିଧା ରହିବ ନାହିଁ। କେତୁଯୁକ୍ତ ରାଶ୍ୟାଧିପତି ଯୋଗୁ ରୋଗ, ଋଣ ଓ ଶତ୍ରୁତା ଚିନ୍ତାର କାରଣ ହେବ। ଏଣୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
ଚତୁର୍ଥଭାବରେ ଧନାଧିପ କୈାଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବ୍ୟୟବହୁଳତା ସୃଷ୍ଟି କରିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ, ବନ୍ଧୁମାନଙ୍କ ମଧ୍ୟରେ କିମ୍ବା ସାମାଜିକ ସ୍ତରରେ ବିବାଦ ବୃଦ୍ଧି ଘଟିପାରେ। କିନ୍ତୁ ପୂର୍ବଭାଦ୍ରପଦ୍ ନକ୍ଷତ୍ର ପାଇଁ ଯାତ୍ରା ଓ ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ ଏବଂ ବନ୍ଧୁ ମିଳନରୁ ଖୁସୀ ରହିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates