Posted inRasifala

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତି ବହୁତ ଭଲ ରହିଥିବାରୁ ଆପଣଙ୍କ ମନ ଯେମିତି କାମଗୁଡିକ ମଧ୍ୟ ସେହିପରି ସରସ,ସୁନ୍ଦର ରହିବ। ମୁଖଭାବରେ ଶୁକ୍ରଥିବାରୁ ମନଭୁଲାଣିଆ କଥା କହି ଅନ୍ୟମାନଙ୍କୁ ସହଜରେ ଆପଣାର କରିପାରିବେ। ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବାର ସମ୍ଭାବନା ରହିଛି।
ବୃଷ
ବୃଷ
ଶୁକ୍ରଙ୍କ ପ୍ରଭାବରେ ଦେହ ଓ ମନ ପ୍ରାୟତଃ ଭଲ ରହିବ, କିନ୍ତୁ ବ୍ୟସ୍ତ ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ଦେଖିବେ ସବୁ ଠିକ୍‌ ହୋଇଯିବ। ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ, କିନ୍ତୁ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ। ଆନୁଷ୍ଠାନିକ କାମ, ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ଶୁଭତ୍ୱରୁ ମନ ଧରିବା ଭଳି କାମ କଲେ ମଧ୍ୟ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ଆଦୌ ବଦଳିବେ ନାହିଁ। ଏଣେ କର୍ମକ୍ଷେତ୍ରରେ ମଧ୍ୟ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଜମା ଭଲ ସମ୍ପର୍କ ନ ଥିବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ପାରିବାରିକ କ୍ଷେତ୍ରରେ କିଛି ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡିବ।
କର୍କଟ
କର୍କଟ
ଚନ୍ଦ୍ର ପ୍ରଭାବରେ ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ଥିରତା ଆପଣଙ୍କ କାର୍ଯ୍ୟସାଧନ ପାଇଁ ହିତକର ହେବ। କିନ୍ତୁ ପୁଷ୍ୟା ନକ୍ଷତ୍ର ସକାଶେ ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ସପ୍ତମକେନ୍ଦ୍ରସ୍ଥ ଗ୍ରହ ପ୍ରଭାବରୁ ଆପଣଙ୍କ ଯାତ୍ରା, ବାଣିଜ୍ୟ, କଚେରି ମାମଲା ଓ ପ୍ରତିଦ୍ୱନ୍ଦ୍ୱିତା ସୁଫଳ ଦେଇ ନ ପାରେ।
ସି˚ହ
ସି˚ହ
ଭାଗ୍ୟ ଏବଂ କର୍ମସ୍ଥ ଗ୍ରହ ଆପଣଙ୍କୁ ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରାଇ ଚେଷ୍ଟାସଫଳ ଦିଗରେ ଅନୁପ୍ରେରିତ କରିପାରନ୍ତି। ଆଜି ଯାହା କରନ୍ତୁନା କାହିଁକି କୌଣସି କାମ ନ ଅଟକି ସୁବିଧାରେ ସମ୍ପନ୍ନ ହୋଇପାରିବ। ବନ୍ଧୁମିଳନ ସଙ୍ଗକୁ ସାମାଜିକ ସ୍ତରରେ ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
କନ୍ୟା
ଆଜି ଯେଉଁ କାମରେ ହାତ ଦେବେ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ସେଥିରୁ ଓହରିବେ ନାହିଁ। ଆପଣଙ୍କର ଅଭାବନୀୟ ପରିସ୍ଥିତିକୁ ହୃଦୟଙ୍ଗମ କରି ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ଶତ୍ରୁତା କରୁଥିବା ଲୋକଟି ବହୁ ଲୋକଙ୍କ ଗହଣରେ ଆପଣଙ୍କୁ ଅପଦସ୍ଥ କରିବାର ଯୋଜନା କରିପାରନ୍ତି।
ତୁଳା
ତୁଳା
ଚନ୍ଦ୍ରଙ୍କ ପ୍ରତି ପାପଗ୍ରହମାନଙ୍କ ଦୃଷ୍ଟି ଜନିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଅଫିସ୍‌ କାମରେ ବ୍ୟସ୍ତ ରହି ଆବଶ୍ୟକୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କଥାଟି ଭୁଲିଯାଇପାରନ୍ତି। ସତ୍ୟତା ନ ଥାଇ କୌଣସି ଶୁଣାକଥାକୁ ବିଶ୍ୱାସ କଲେ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ବୃହସ୍ପତିଙ୍କ ଦୁର୍ବଳତା ଓ ଶନି ସଂଯୋଗ କାରଣରୁ ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ଅଯଥା କ୍ରୋଧ ପ୍ରକାଶ କରି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କଲାଭଳି କିଛି କାମ କରିବା ଠିକ୍‌ ହେବ ନାହିଁ। ଯାତ୍ରା, ବନ୍ଧୁସମ୍ପର୍କ, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିପାରେ।
ଧନୁ
ଧନୁ
ପାପଗ୍ରହ ପ୍ରଭାବରେ ପାରିବାରିକ ପରିସ୍ଥିତି ଆପଣଙ୍କୁ ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବାକୁ ବାଧ୍ୟ କରିବ। ହିତଶତ୍ରୁମାନଙ୍କର ପ୍ରାଦୁର୍ଭାବ ଓ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ବାଣିଜ୍ୟ, ବ୍ୟବସାୟ, ପରିବହନ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ମକର
ମକର
ଶୁକ୍ର ଓ ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଉନ୍ନତମାନର ରହିବ। ମାତ୍ର କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ଆନୁଷ୍ଠାନିକ କାମ ସଙ୍ଗକୁ ପରିବହନ, ଯାତ୍ରା, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ପରିସ୍ଥିତି ଓ ପରିବେଶ ଆଜି ପାଇଁ ବହୁତ ଭଲ ରହିବ। ଅର୍ଥ, ନୂତନ ଯୋଜନା, କଲ୍ୟାଣମୂଳକ କାର୍ଯ୍ୟ ଦିଗରେ ଜଣେ ଦୂରାଗତ ବନ୍ଧୁ ସାହାଯ୍ୟ କରିବେ। ଭୁଲ୍‌ ବୁଝାମଣାକୁ ଦୂରେଇ ଦେଲେ ଉପକୃତ ହେବେ। ସତର୍କତା ଅଭାବରୁ ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇପାରେ।
ମୀନମୀନ

ଭାଗ୍ୟସ୍ଥାନକୁ ଶୁକ୍ରଙ୍କ ଦୃଷ୍ଟି ଓ କୋଣଭାବରେ ଚନ୍ଦ୍ର ଯୋଗୁ ଆଜି ଯାହା କରିବେ ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବନାହିଁ। ସାମୟିକଭାବରେ ମନରେ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ କାମ କରିବାକୁ ପ୍ରସ୍ତୁତ ହେବେ। ଶତ୍ରୁତା କରୁଥିବା ଲୋକମାନଙ୍କ ଦ୍ୱାରା ବାଦବିବାଦ କ୍ରମେ ଜଟିଳ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri