Posted inRasifala

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ମିତ୍ରତା ସୃଷ୍ଟିହେବ। ଅଟକିରହି ଯାଇଥିବା ଫାଇଲ କାମଟିକୁ ଆଜିହିଁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲାର ସମାଧାନ ହେବାର ଆଶାରହିଛି। ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
ବୃଷ
ବୃଷ
ଚନ୍ଦ୍ର ବ୍ୟୟାଧିପଙ୍କ ଦୃଷ୍ଟିରେ ଥିବାରୁ ଯାତ୍ରାରେ ଅସୁବିଧାର ସମ୍ମୁଖୀନ ହେବେ। ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ରହିବ କିନ୍ତୁ ବନ୍ଧୁଙ୍କ ସାହାଯ୍ୟ ପାଇ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ। ଅଫିସରେ ଏକ ସାଧାରଣ କଥାରେ ବିତର୍କ ହୋଇପାରେ। ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ବୁଧ ଓ ରାହୁ ଜନିତ ପାରିବାରିିକ ସମସ୍ୟାର ସମାଧାନର ଆଶା କ୍ଷୀଣ ହୋଇପାରେ। ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ ଲାଗି ରହିପାରେ। କର୍ମର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ସକାଶେ କାର୍ଯ୍ୟକ୍ରମ ଚୁଡାନ୍ତି ହୋଇଯିବ।
କର୍କଟ
କର୍କଟ
ପରିସ୍ଥିତିକୁ ସୁଧାରି ନେବାରେ ଅଷ୍ଟମସ୍ଥ ମଙ୍ଗଳ ପ୍ରତିବନ୍ଧକ ସୃଷ୍ଟିକରିବେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଲାଭ କଷ୍ଟକର ହୋଇପାରେ। ବ୍ୟସ୍ତତା ଯୋଗୁଁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ପୁରାତନ ରୋଗର ପୀଡା ଉପଶମ ହେବାର ଅନୁଭବ କରିବେ।
ସି˚ହ
ସି˚ହ
କାମ ହାସଲ ସକାଶେ ଅନୁକୁଳ ବାତାବରଣ ସୃଷ୍ଟି ମନୋବଳ ବୃଦ୍ଧିରେ ସହାୟକ ହେବ। ବୁଧଙ୍କ ପ୍ରଭାବରେ ଅର୍ଥର ଆବଶ୍ୟକତା ଠିକ୍‌ ସମୟରେ ପୂରଣ ହୋଇଯିବ। ପୁତ୍ରକନ୍ୟାଙ୍କ ହେତୁ ମାନସିକ ସ୍ଥିତି ଭଲ ରହି ନପାରେ। ପରିସ୍ଥିତି କେତେକାଶଂରେ ଭଲ ରହିବା ସକାଶେ ନିଜକୁ ଖାପ ଖୁଆଇ ଚଳିବା ଭଲ।
କନ୍ୟା
ଷଷ୍ଠରେ ତୃତୀୟଭାବଧିପ ଅବସ୍ଥାନ କରୁଥିବାରୁ ନିଜର ଆତ୍ମୀୟମାନେ ବିରୋଧଭାବ ପୋଷଣ କରିପାରନ୍ତି। ଦୋକାନ ବାଡିରେ ଉନ୍ନତି, ଅଚାନକ ଗୃହଭୂମି କ୍ରୟବିକ୍ରୟର ଆଲୋଚନାରେ ଅଗ୍ରଗତି ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳିତ କାମରୁ ଉପରିସ୍ଥଙ୍କ ନିକଟରୁ ଭତ୍ସିତ ହେବାର ସୂଚନା ରହିଛି।
ତୁଳା
ତୁଳା
କେତୁଙ୍କ ଅବସ୍ଥାନ ଜନିତ ସକାଳୁ ସକାଳୁ କୈାଣସି ଖବର ପାଇ ମନରେ ବିସ୍ମୟଭାବ ସୃଷ୍ଟି ହେବ। କର୍ମକ୍ଷେତ୍ରର ବ୍ୟସ୍ତବହୁଳତା ମଧ୍ୟରେ ଅନ୍ୟ ମାନଙ୍କ ସହ ନିଜକୁ ଆଡଜଷ୍ଟ କରାଇ ନେବା ଭଲ ହେବ। ସାମ୍ବାଦିକତାରେ ପ୍ରଂଶସିତ ହେବେ। ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
ବିଛା
ବିଛା
ବଳବାନ୍‌ ରାଶ୍ୟାଧିପ ଚତୁର୍ଥକେନ୍ଦ୍ରରେ ଅବସ୍ଥାନ କରୁଥିବାରୁ ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ନୀଚ୍ଚସ୍ଥ ବୃହସ୍ପତି ପ୍ରଭାବରେ ଅପ୍ରିୟ ସତ୍ୟ କଥା ଓ ଔଚିତ୍ୟପୂର୍ଣ୍ଣ ଯୁକ୍ତି ଅଭାବରୁ ଆପଣଙ୍କ କଥା ଗ୍ରହଣଯୋଗ୍ୟ ନହୋଇପାରେ। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
ଧନୁ
ଧନୁ
ସ୍ବାସ୍ଥ୍ୟଗତ ସମସ୍ୟା ସଙ୍ଗକୁ ମାନସିକ ସ୍ତରରେ କୈାଣସି ଅପୂର୍ଣ୍ଣ ଇଛା ଦିନଟିକୁ ଉପଭୋଗ୍ୟ କରାଇପାରିବ ନାହିଁ। ସାହାଯ୍ୟକାରୀ ମନୋଭାବ ଓ ସହୃଦୟତା କାରଣରୁ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।
ମକର
ମକର
ସପ୍ତମାଧିପତି ନିଜ ଭାବରୁ ଅଷ୍ଟମସ୍ଥ ହେତୁ ଆଜିର ଯାତ୍ରା ସମସ୍ୟାବହୁଳ ହୋଇପାରେ। କିନ୍ତୁ ଧନଭାବସ୍ଥ ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଆଜି ଯାହାକୁ ଯାହା ମାଗିବେ ସେହି ବ୍ୟକ୍ତି କଦାପି ମନା କରି ପାରିବ ନାହିଁ। ବୃଥା ସନ୍ଦେହ ଓ ଭୁଲ ବୁଝାମଣା କାରଣରୁ ପରିବାରର ଲୋକ ମାନେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଭୂଲ୍‌ ବୁଝିବେ।
କୁମ୍ଭ
କୁମ୍ଭ
କର୍ମାଧିପ ଷଷ୍ଠାଧିପଙ୍କ ସଂଯୋଗକାରଣରୁ ମନ ଚାହୁଁଥିବା କାମଟି ଠିକ୍‌ ସମୟରେ ନହୋଇପାରେ। ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିର କରିବା ସକାଶେ ଚିନ୍ତା କରିପାରନ୍ତି। ଅସୁବିଧା ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପ୍ରତିବନ୍ଧକ କାରଣରୁ ବ୍ୟବସାୟ ଓ ପରିବହନ ପାଇଁ କୈାଣସି ଅସୁବିଧା ହେବନାହିଁ।
ମୀନମୀନ

ଗୁରୁଶୈାରୀ ସଂଯୋଗ କର୍ମଭାବସ୍ଥ କାରଣରୁ ବନ୍ଧୁଙ୍କ ପ୍ରାୟୋଜିତ କୈାଣସି ନୂତନ କାମରେ ମନଦେବା ପାଇଁ ମନସ୍ଥ କରିବେ। ଅନ୍ୟମାନଙ୍କ ସାହାଯ୍ୟ,ସହଯୋଗ କାରଣରୁ ସମସ୍ୟା ଥିବା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri