Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୮ ତାରିଖ – Daily Horoscope

ମେଷ
ଆଜିର କାମ ପାଇଁ ଅର୍ଥର ଅଭାବ ରହିବ ନାହିଁ ମାତ୍ର ବିଭିନ୍ନ ପ୍ରକାରର ସମସ୍ୟାରେ ମନ ଆନ୍ଦୋଳିତ ରହିପାରେ। ଅତୀତ ସ୍ମୃତି ରୋମନ୍ଥନ କରି କିମ୍ବା ମା’ଙ୍କ ସ୍ବାସ୍ଥ୍ୟ ସମସ୍ୟା ହେତୁ ଭାବପ୍ରବଣ ହୋଇପାରନ୍ତି। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ପ୍ରତିଦ୍ୱନ୍ଦ୍ୱିତା ଓ ଯାତ୍ରାରୁ ସୁଫଳ ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ମାଧ୍ୟମରେ ସାମୟିକ ବାଧା ସୃଷ୍ଟି କରିବ। ସାଧାରଣ କଥାରେ ମତାନ୍ତର ସହ କଥା କଟାକଟିଜନିତ ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ।
ମିଥୁନ
ମିଥୁନ
ପରିସ୍ଥିତି ପ୍ରତି ସଚେତନ ରହି କାମ କରିଚାଲିଲେ କୌଣସି ଅସୁବିଧା ହେବନାହିଁ। ପାରିବାରିକ ଜୀବନରେ ଉଚିତ ବୁଝାମଣା ରହିବା କାରଣରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ। ଶିଳ୍ପ, ବାଣିଜ୍ୟ, କଳା ସାହିତ୍ୟ ଓ ରାଜନୈତିକ ସ୍ତରରେ ସମସ୍ୟା ସମାଧାନ ହୋଇଯିବ। ଅପରାହ୍ନରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ।
କର୍କଟ
କର୍କଟ
ବର୍ତ୍ତମାନ ପାଇଁ କୌଣସି ପ୍ରକାରର ସମସ୍ୟା ନ ଥିଲେ ମଧ୍ୟ ଏଣୁ ତେଣୁ କଥାଗୁଡିଏ ଭାବି ମନକୁ ଭାରାକ୍ରାନ୍ତ କରିବେ। ପରିବେଶିକ କୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟରେ ଚଳିବାକୁ ପଡ଼ିପାରେ। ବ୍ୟବସାୟ, ବନ୍ଧୁସମ୍ପର୍କ, ନୂତନ କାମରେ ଅନୁପ୍ରବେଶ ମନକୁ ସାନ୍ତ୍ୱ୍ବନା ଦେବାରେ ସହାୟକ ହେବ।
ସି˚ହ
ସି˚ହ
ଆକସ୍ମିକ ସମସ୍ୟାଜନିତ ଟେନ୍ସନ ସୃଷ୍ଟି ହୋଇପାରେ। କୌଣସି କାମ ମଧ୍ୟ ଅଟକି ନ ରହିଲେ ମଧ୍ୟ ମନ ବିଚଳିତ ହେତୁ ଶାନ୍ତି ଭଗ୍ନ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ନୂତନତ୍ୱ ଯୋଡ଼ି ପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ଯାତ୍ରା ସମୟରେ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
କନ୍ୟା
କୌଣସି ସମସ୍ୟାର ଆଶଙ୍କା କରି ମନ ବିବ୍ରତ ରହିପାରେ। ବନ୍ଧୁ ମିଳନ ସଙ୍ଗକୁ ବାଣିଜ୍ୟ, ବ୍ୟବସାୟ ସକାଶେ ଅନୁକୂଳ ପରିବେଶ ସୃଷ୍ଟିର ସୂଚନା ହାତେ ହାତେ ପାଇଯିବେ। କିନ୍ତୁ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ ଅଯଥା ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ। ପରିବହନ, ବ୍ୟବସାୟରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା
ତୁଳା
ନୂଆଁ କାମ କରିବାର ନିଷ୍ପତ୍ତି ନେବେ। ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ବିଳାସବ୍ୟସନ ଓ ମନୋରନର ମଜା ଉଠାଇବେ। ଅପରାହ୍ନେ ଅପରର ମନଗଢ଼ା କଥା ଶୁଣି ମନକୁ ଭାରାକ୍ରାନ୍ତ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ହିଁ ପାଇବେ।
ବିଛା
ବିଛା
ସୁଯୋଗର ସଦ୍‌ ବ୍ୟବହାର କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ପାରିବାରିକ, ଲୋକସମ୍ପର୍କ, ପରିବହନ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଅବଶ୍ୟ ରହିବ। ଉଚ୍ଚପଦସ୍ଥ ବ୍ୟକ୍ତିିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବାର ଆଶା କରାଯାଇପାରେ । ଆର୍ଥିକ ସଂକଟ ଦୂରେଇଯିବ। ନିକଟ ସମ୍ପର୍କୀୟ ଶତ୍ରୁଭାବ ପୋଷଣ କରିବେ।
ଧନୁ
ଧନୁ
ଦିନସାରା ମୁହଁରେ ହସ ଲାଖିରହିବ। ବନ୍ଧୁଙ୍କ ଆତିଥ୍ୟ ସଙ୍ଗକୁ ନୂତନ ବସ୍ତ୍ରଭୂଷଣ ଯୋଗ ମଧ୍ୟ ରହିଛି। ପରିବାରର କୌଣସି ବ୍ୟତିକ୍ରମଜନିତ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିପାରନ୍ତି। ଅଫିସ୍‌ରେ କୌଣସି ବନ୍ଧୁଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ପରୋକ୍ଷ ସମାଲୋଚିତ ହେବାକୁ ପଡ଼ିପାରେ। ଶିଳ୍ପ, ବ୍ୟବସାୟ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ।
ମକର
ମକର
ପାରିବାରିକ କ୍ଷେତ୍ରର ବ୍ୟତିକ୍ରମ ବନ୍ଧୁଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଯିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କର ଚେଷ୍ଟା ବିଫଳ ପ୍ରମାଣିତ ହେବ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ଆଗ୍ରହ ପ୍ରକାଶ କରିବେ। ରାଜନୈତିକ କ୍ଷେତ୍ରରେ କିମ୍ବା ସରକାରୀ ସ୍ତରରେ ସମସ୍ୟା ସମାଧାନରେ ସଫଳ ହେବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ବନ୍ଧୁଙ୍କ ମାଧ୍ୟମରେ କାମ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ କିଛିନା କିଛି ପ୍ରତିବନ୍ଧକ ଲାଗି ରହିବା ହେତୁ ନିରୁତ୍ସାହିତ ରହିପାରନ୍ତି। କର୍ମକ୍ଷେତ୍ରରେ ପୂର୍ବପ୍ରସ୍ତୁତିରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବାର ସମ୍ଭାବନା ରହିଛି। ବ୍ୟବସାୟ ଦିଗଟି ମନ୍ଦ ହେବନି କିନ୍ତୁ ପରିବହନରେ ସମସ୍ୟା ଦେଖାଦେବ।
ମୀନମୀନ
ବୌଦ୍ଧିକତା, ବନ୍ଧୁ ସମ୍ପର୍କ, ସ୍ବାସ୍ଥ୍ୟରେ ଉନ୍ନତି, ପାରିବାରିକ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ। ସତର୍କତା ଅଭାବରୁ ଟଙ୍କା ପଇସା,ଦରକାରୀ କାଗଜପତ୍ର ହଜିଯାଇପାରେ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ଉଚିତ ପଦକ୍ଷେପ ନେବା ଠିକ୍‌ ହେବ। ଅଫିସ୍‌ରେ ଫାଇଲ୍‌ ପତ୍ର କିମ୍ବା ସହକର୍ମୀଙ୍କ ସହ ବିବାଦ ବଢ଼ିପାରେ। ମାନସିକ ସ୍ଥିତି ପୂର୍ବପରି ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri