Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ
ଆଜି ରାହୁ ଯୁକ୍ତ ଚନ୍ଦ୍ର ଯୋଗୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଅବଶ୍ୟ ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ପାରିବାରିକ କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ବାଣିଜ୍ୟ, ବ୍ୟବସାୟ, ଚୁକ୍ତିପତ୍ର, ଲୋକସମ୍ପର୍କ, ବନ୍ଧୁଙ୍କ ସହ ଆଲୋଚନା ପ୍ରାୟତଃ ଅନୁକୂଳ ଫଳ ପ୍ରଦାନରେ ସହାୟକ ହେବ।
ବୃଷ
ବୃଷ
ଆଜି ଆପଣ ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ୍‌ ହେବେ। ବିବାଦୀୟ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
ଆଜିର ବ୍ୟୟବହୁଳ ଯାତ୍ରାଜନିତ ମାନସିକ ଅସ୍ଥିରତା ଲାଗି ରହିବ। ସମୟୋଚିତ କଥାବାର୍ତ୍ତାରେ ସତର୍କ ନ ରହିଲେ କିମ୍ବା ସତର୍କରେ ନ ଚଳିଲେ କଳହ ଲାଗିବାର ଆଶଙ୍କାକୁ ଏଡି ହେବ ନାହିଁ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡିପାରେ। ଭ୍ରମଣ, ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢା, ଯାତ୍ରା ପାଇଁ ଦିନଟି ବହୁତ ଭଲ।
କର୍କଟ
କର୍କଟ
ଆପଣ ଯାହା ଓ ଯେମିତି ଭାବୁଛନ୍ତି ଆଜି ତାହା ହିଁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ କର୍ମକ୍ଷେତ୍ରରେ ସାଧାରଣ କଥାରେ ମନାନ୍ତର ଘଟିବାର ସୂଚନା ରହିଛି। ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ , ଯାହାକି ପାରିବାରିକ ସମସ୍ୟାକୁ ବଢ଼ାଇ ଦେଇପାରେ। ବନ୍ଧୁଙ୍କ ନିକଟରୁ କିଛି ପ୍ରାପ୍ତିର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତ ହେବେ।
ସି˚ହ
ସି˚ହ
ଅର୍ଥସଂକଟ ସାଙ୍ଗକୁ ବୁଝାମଣା ଅଭାବରୁ ନିଜର ଆମତ୍ୀୟଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ସମସ୍ୟା ବିଜଡିତ ସାଙ୍ଗକୁ ବିଳମ୍ବିତ ସମୟରେ ପ୍ରତ୍ୟେକ କାମ ସମ୍ପନ୍ନ ଜନିତ ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ବାକ୍ଷରିତ ପାଇଁ ପ୍ରଯନତ୍ କରିପାରନ୍ତି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ମନୋବଳ ବୃଦ୍ଧି ପାଇବ।
କନ୍ୟା
କର୍ମକ୍ଷେତ୍ରରେ ଅନୁକୂଳ ବାତାବରଣ ପାଇଁ ପ୍ରତିବେଶୀଙ୍କ ସହ ସୁସମ୍ପର୍କ ସାହାଯ୍ୟ କରିବ। ଆଜି ଆପଣ ସ୍ଥିର ଭାବରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ରହିପାରିବେ ନାହିଁ। ବିଦେଶ ଯାତ୍ରା, ତୀର୍ଥାଟନ, ଶତ୍ରୁକୃତ ସମସ୍ୟାର ସମାଧାନ ସକାଶେ ଚିନ୍ତା କରିପାରନ୍ତି। ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସୂଚନା ରହିଛି।
ତୁଳା
ତୁଳା
କେତେକ କାମ ନେଇ ମନ ଚାହୁଁ ନ ଥିଲେ ମଧ୍ୟ ସମୟ ଓ ପରିସ୍ଥିତିକୁ ନେଇ ଏକ ଆଲୋଚନାରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ। ସାହିତ୍ୟଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଅର୍ଥ ସମ୍ପର୍କିତ ଆଲୋଚନା, ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟ, ପରିବହନରେ ଉନ୍ନତି କରିବେ ।
ବିଛା
ବିଛା
ଏକ ଭିନ୍ନ ପରିବେଶରେ ମିତ୍ର ବନ୍ଧୁମାନଙ୍କ ସହ ମିଳନ ଜନିତ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମରେ ଅଳ୍ପ ସମୟ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। ପାରିବାରିକ ସ୍ଥିତି, ଯାନବାହନ ଓ ଯାତ୍ରାରୁ ସୁଫଳ ପାଇବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି ଉପକୃତ ହୋଇପାରନ୍ତି।
ଧନୁ
ଧନୁ
ନିଜର ପ୍ରଭାବଶାଳୀ କଥାର ଚୁମ୍ବକୀୟ ତରଙ୍ଗ ମାଧ୍ୟମରେ ଅନ୍ୟମାନଙ୍କୁ ଆକର୍ଷିତ କରାଇ କାମ ହାସଲ କରିପାରିବେ। ଆର୍ଥିକ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ। ଆଜି ଜଣେ ବନ୍ଧୁଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ଭଳି କାମ କରିବା ଠିକ୍‌ ହେବ ନାହିଁ।
ମକର
ମକର
ଆଜି ବ୍ୟବସାୟ, ବାଣିଜ୍ୟ, ସଭାସମିତି କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। କଳା ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ରରେ ପୂର୍ବରୁ ଲାଗିରହିଥିବା ସମସ୍ୟା ସମାଧାନ ହୋଇଯିବ। ଭାବୁଥିବା କାମଟି ସକାଶେ କିଛି ସହଯୋଗ ନିମିତ୍ତ ବନ୍ଧୁଙ୍କ ଆଗରେ ପ୍ରକାଶ କରିପାରିବେ ନାହିଁ। ଉପରିସ୍ଥଙ୍କ ସମ୍ମୁଖରେ ମନକଥା ପ୍ରକାଶ ନ କରିପାରି ଅନୁତାପ କରିବେ।
କୁମ୍ଭ
କୁମ୍ଭ
ନିଜର ସହଜାତ ପ୍ରବୃତି କାରଣରୁ ପାଖ ପଡ଼ୋଶୀଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନଙ୍କ ଭୁଲ୍‌ ଧାରଣାକୁ ବଦଳାଇ ପାରିବେ ନାହିଁ। ଆଦାୟ ଅପେକ୍ଷା ଖର୍ଚ୍ଚ କ୍ରମଶଃ ବୃଦ୍ଧି ପାଇବା କାରଣରୁ ସାମାନ୍ୟ ଚିନ୍ତା ପ୍ରକଟ କରିପାରନ୍ତି। ପାରିବାରିକ, ବ୍ୟବସାୟିକ, ସାମାଜିକ, ନୂତନ ପ୍ରକଳ୍ପ ସମ୍ପର୍କିତ ଯୋଜନାକୁ କାର୍ଯ୍ୟକାରୀ କରାଇନେବେ।
ମୀନମୀନ
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ, ସୁବିଧା ଲାଭ କରି କାମ ହାସଲ କରିବେ। ନିଜ ପରିସରସ୍ଥ ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ଆତ୍ମୀୟ ସ୍ବଜନମାନଙ୍କ ପରୋକ୍ଷ ଶତ୍ରୁତା ମନକୁ ବିଚଳିତ କରିବାର ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri