Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ
ଆଜି ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ଅର୍ଥ, ପାରିବାରିକ ସୌଖ୍ୟ ଓ ବନ୍ଧୁମିଳନଜନିତ ଆନନ୍ଦ ପ୍ରଦାନ କରିବ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡିଲେ ଅପଦସ୍ଥ ହେବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରରେ କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ଆଜିର ଗ୍ରହ ପ୍ରଭାବରେ ସହକର୍ମୀ, ପଡୋଶୀଙ୍କ କାମରେ ଅଧିକାଂଶ ସମୟ ଅତିବାହିତ କରିପାରନ୍ତି। ଏହା ସାଙ୍ଗକୁ ମୃଗଶିରା ନକ୍ଷତ୍ରର କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା କଷ୍ଟକର ହୋଇପାରେ। ତେଣେ ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ।
ମିଥୁନ
ମିଥୁନ
ରାହୁ ଦେବଗୁରୁଙ୍କ ନକ୍ଷତ୍ରରେ ରହି କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରନ୍ତି। ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନମନାନ୍ତର ଦେଖା ଦେଇପାରେ। ପୁନର୍ବସୁ ନକ୍ଷତ୍ର ସକାଶେ ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱ ଠିକ୍‌ ନିଷତ୍ତି ନେବାରେ ବିଳମ୍ବିତ କରାଇବ।
କର୍କଟ
କର୍କଟ
ରାଶିରେ ଚତୁଃଗ୍ରହ ରାଜଯୋଗ ସୃଷ୍ଟି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ। ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ବ୍ୟବସାୟ,ବାଣିଜ୍ୟ, କଳା, ସାହିତ୍ୟରେ ସମ୍ମାନ ମିଳିବ। ଅଶ୍ଳେଷା ନକ୍ଷତ୍ରର ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ସି˚ହ
ସି˚ହ
କେନ୍ଦ୍ରାଧିପତି ଶନି ସପ୍ତମଭାବକୁ ଦେଖୁଥିବାରୁ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପ୍ରତ୍ୟେକ କାର୍ଯ୍ୟ ପ୍ରାୟତଃ ଅନୁକୂଳ ରହିବ। ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରେ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ସାଧାରଣ କଥାରେ ମଧ୍ୟ ଟେନସନ୍‌ ବଢିଯାଇପାରେ। ମଘା ନକ୍ଷତ୍ର କୌଣସି ପ୍ରମାଣ ନ ଥାଇ ପଡ଼ୋଶୀମାନଙ୍କ ଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିପାରନ୍ତି।
କନ୍ୟା
ଆଜି ଆପଣଙ୍କୁ ଆକସ୍ମିକ ଅର୍ଥପ୍ରାପ୍ତି ହେବା ସହ ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ଆଗକୁ ବଢ଼ନ୍ତୁ, ସମସ୍ୟା ଆସିପାରେ। ଚିତ୍ରା ନକ୍ଷତ୍ର ସକାଶେ ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ।
ତୁଳା
ତୁଳା
ପରୋକ୍ଷ ଶତ୍ରୁତା ଓ ଆର୍ଥିକ ଅନଟନ ଜନିତ ମନକୁ ଅସ୍ଥିର କରିବାର ଆଶଙ୍କା ରହିଛି। ତଥାପି ସ୍ବାତୀ ନକ୍ଷତ୍ର ଆଜିର କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଅବସର ସମୟରେ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବାର ସୂଚନା ରହିଛି। ସଭାସମିତିରେ ଯୋଗ ଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇ ପାରିବେ।
ବିଛା
ବିଛା
ଚନ୍ଦ୍ରଙ୍କ ପ୍ରତି ଗୁରୁଦୃଷ୍ଟି ଅଭାବରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ବନ୍ଦ ହୋଇଯାଇପାରେ। ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛ। କିନ୍ତୁ ଅନୁରାଧା ନକ୍ଷତ୍ର ସକାଶେ ଜମା ପଡୁ ନ ଥିବା କୌଣସି ବିଜାତୀୟ ବ୍ୟକ୍ତିଙ୍କ ଦ୍ୱାରା ଅସମ୍ମାନିତ ହେବାର ସୂଚନା ରହିଛି।
ଧନୁ
ଧନୁ
କୋଣଭାବସ୍ଥ ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ଏକାଧିକଗ୍ରହ ପାରିବାରିକ ଜୀବନ ଓ କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ଆତ୍ମୀୟମାନଙ୍କ ସହଯୋଗରେ ଅର୍ଥ ସଂଗ୍ରହ କରିବାରେ ସଫଳତା ହାସଲ କରିବେ। ବନ୍ଧୁମାନଙ୍କ ଗହଣରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି।
ମକର
ମକର
ଆଜି ସପ୍ତମାଧିପତି କେନ୍ଦ୍ରରେ ଅବସ୍ଥାନ କରି ଆପଣଙ୍କ ଅଭିଳାଷକୁ ପୂରଣ କରିବାର ସୁଯୋଗ ସୃଷ୍ଟି କରିବେ। କିନ୍ତୁ ସପ୍ତମସ୍ଥ ଚାରୋଟିଗ୍ରହ ବିବାଦୀୟ ସ୍ଥିତିରେ ଅପଦସ୍ଥ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟା ହେତୁକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପଡ଼ୋଶୀ କେହି ପ୍ରତିବାଦ କରିପାରନ୍ତି, ଯାହାକି ଆପଣଙ୍କ କାମ ପାଇଁ ତାହା ବାଧକ ସାଜିବ।
କୁମ୍ଭ
କୁମ୍ଭ
ଧର୍ମଭାବପ୍ରତି ଶୁଭଦୃଷ୍ଟି ଆପଣଙ୍କୁ ଧାର୍ମିକ ଭାବନା ମାଧ୍ୟମରେ ସତ୍‌ସଙ୍ଗ କରାଇବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ କିନ୍ତୁ ସାଧାରଣ ସମସ୍ୟା ମଧ୍ୟ ରହିବାର ଆଶଙ୍କା ଦେଖାଦେଇପାରେ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ। ଅତିରିକ୍ତ ଭ୍ରମଣ ହେତୁକ କ୍ଳାନ୍ତି ଦେଖାଦେଇପାରେ।
ମୀନମୀନ
ଧନସ୍ଥାନସ୍ଥ ଅର୍ଥଲାଭ କରାଇବ କିନ୍ତୁ ପାପଗ୍ରହ ମଧ୍ୟସ୍ଥ ଯୋଗୁ ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। କିନ୍ତୁ ଅପରାହ୍ନରେ ଆପଣାଛାଏଁ ସମସ୍ୟା କମିବା ଫଳରେ ରହିଥିବା ଟେନସନ୍‌ କମିଯାଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri