କର୍ମାଧିପ ବ୍ୟୟଭାବସ୍ଥ ଯୋଗୁ ଉଦ୍ୟମରେ ସଫଳତା ପାଇବା କଷ୍ଟକର ହୋଇପାରେ। ଧନାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ସାମାଜିକ ସ୍ଥିତି ପୂର୍ବଭଳି ରହିବ। ଦ୍ୱିଜା ନକ୍ଷତ୍ର ଯେ କୌଣସି ପରିସ୍ଥିତିରେ ନିଜକୁ ଚଳାଇନେଇ ପାରିଲେ କୃତକାର୍ଯ୍ୟ ହେବେ। ଆକସ୍ମିକ ଭାବରେ ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ।
ଶନିଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କୁ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ। ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପଡ଼ିବେ। ରାଜନୈତିକ ବ୍ୟକ୍ତିଙ୍କ ସମର୍ଥନ ହେତୁ ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପୂର୍ବ ଯୋଜନା ଅନୁଯାୟୀ କାମ କରି ସଫଳତା ପାଇପାରନ୍ତି।
ଧନାଧତ୍ପ ସ୍ବଗୃହରେ ଗୁରୁ ଏବଂ ଶୁକ୍ରଙ୍କ ସହ ଥିବାରୁ ଆଥର୍ତ୍କ ଉନ୍ନତି ସହ ଲୋକପ୍ରିୟତା ହାସଲ କରିବେ। ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ସେହିକଥା ଭାବି ଅନ୍ୟମନସ୍କ ରହିପାରନ୍ତି। ପରିବାରରେ ମତାନ୍ତରରୁ ବିତର୍କ ସୃଷ୍ଟି ହୋଇପାରେ। ଯାନବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗିରହିବ।
ରାଶ୍ୟାଧିପ ସ୍ବଗୃହରେ କେତୁଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପାରିବାରିକ ଶୃଙ୍ଖଳା ରକ୍ଷା ଦିଗରେ ନିଜର ଅଭିଜ୍ଞତା ଓ ଦୂରଦର୍ଶିତା ବହୁ ମାତ୍ରାରେ ସାହାଯ୍ୟ କରିବ। ଆନୁଷ୍ଠାନିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିବନ୍ଧକ କାରଣରୁ ଆଜିର କାମ ସମ୍ପନ୍ନ ହେବା କଷ୍ଟକର ହୋଇପାରେ।
ଏକାଦଶସ୍ଥାନରେ ବୁଧାଦିତ୍ୟ ଯୋଗ ହେତୁ ଆଜି ନିରାଶ ହେବେ ନାହିଁ। ଭଲ କଥା କହିଲେ ମଧ୍ୟ ଭୁଲ୍ ବୁଝାମଣାରୁ ପରିବାରରେ ସମ୍ପର୍କହାନି ଘଟିବାର ଆଶଙ୍କା ରହିଛି। ଅନେକାଂଶରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସା ମିଳିବ।
ଲାଭଭାବରେ ତିନୋଟିଗ୍ରହ ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତ କରାଇବା ସହ ସନ୍ତାନସୁଖ ପ୍ରଦାନ କରିବେ। କିନ୍ତୁ ଅତୀତ ଘଟଣାବଳୀ ମନରେ ବାରମ୍ବାର ଆଲୋଡ଼ନ କରିବା ଫଳରେ ଆପଣ ସ୍ଥିର ଭାବରେ ରହିପାରିବେ ନାହିଁ। ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି।
ସପ୍ତମଭାବସ୍ଥ ସ୍ବଗୃହୀ ମଙ୍ଗଳଜନିତ ବ୍ୟବସାୟିକ ସଫଳତା ମିଳିବା ସହ ଦୂରଯାତ୍ରା କରିପାରନ୍ତି। କର୍ମଭାବସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର୍ର କ୍ଷେତ୍ରରୁ ସୁଫଳ ମିଳିବ। ଜମିଜମା ପ୍ରଭୃତି କିଣାବିକାରେ ଅଫିସରମାନଙ୍କ ସହ ମତଭେଦ କିମ୍ବା ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ଦ୍ୱିତୀୟସ୍ଥାନ ପାପଦୃଷ୍ଟ କାରଣରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କଥାବାର୍ତ୍ତା ନ କଲେ ଅସୁବିଧାରେ ପଡ଼ିବେ। ଆପଣଙ୍କ ସାହାଯ୍ୟକାରୀ ମନୋବୃତ୍ତି ହେତୁ ସହକର୍ମୀଙ୍କ ସହ ସଦ୍ଭାବ ବୃଦ୍ଧି ହୋଇପାରେ। ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣି ପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ଚତୁର୍ଥସ୍ଥାନରେ ଶନି କର୍ମକ୍ଷେତ୍ରକୁ ଦୃଷ୍ଟି ଦେଉଥିବାରୁ ବିବାଦ କିମ୍ବା ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରହିବା ଭଲ। ନିଜ ଘର ଅପେକ୍ଷା ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ। ଶିଳ୍ପ, ବାଣିଜ୍ୟରେ ସମସ୍ୟା ଥତ୍ଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। ଅଫିସରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି।
ଅନୁକୂଳ ସମୟ ହେତୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। ନିଜର ସମ୍ପର୍କୀୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବହୁତ ଦିନରୁ ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅସ୍ଥିରତା ଦେଖାଦେଇପାରେ।
ପ୍ରତ୍ୟେକ ଦିଗରୁ ଲାଭବାନ୍ ହେବେ। ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ରହିଥିବା ବ୍ୟତିକ୍ରମକୁ ସୁଧାରି ନେବେ। ପରିବହନ କ୍ଷେତ୍ରରେ ବିବାଦରେ ନ ପଶିବା ଭଲ। ସ୍ବଗୃହୀ ତୃତୀୟାଧିପ କାରଣରୁ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ। କୋଣଭାବରେ ବୁଧଙ୍କ ଯୋଗଜନିତ ପିଲାଙ୍କ ସଫଳତାରେ ଆନନ୍ଦିତ ହେବେ।
ବନ୍ଧୁମାନଙ୍କ ସହ ହସଖୁସି ମଧ୍ୟରେ ଆଜିର ଯାତ୍ରା, ନୂତନ କର୍ମାରମ୍ଭ ଓ ଭ୍ରମଣ ବେଶ୍ ଆନନ୍ଦଦାୟକ ରହିବ। ସାମାଜିକ ସ୍ତରରେ ଈର୍ଷାପରାୟଣ ନୀଚ ବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମରେ ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବାଣିଜ୍ୟ, ପରିବହନ ଦିଗରୁ ଶୁଭଫଳ ପାଇବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates