Posted inRasifala

ରାଶିଫଳ: ଶନିବାର , ଫେବୃୟାରୀ ୨୨ ତାରିଖ – Daily Horoscope

ମେଷ
ସ୍ବନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ମାନସିକ ସ୍ଥିତି ଭଲ ରହିବ ଏବଂ ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇପାରନ୍ତି । ନିକଟ ସମ୍ପର୍କୀୟମାନେ ଦୂରେଇରହିବେ ।
ବୃଷ
ବୃଷ
ଉଚ୍ଚରାଶିରେ ଶୁକ୍ର ଥିବାରୁ ପ୍ରତ୍ୟେକ ପ୍ରତିବନ୍ଧକକୁ ଚତୁରତାର ସହ ସମ୍ମୁଖୀନ ହୋଇ ସଫଳତା ପ୍ରାପ୍ତ ହେବେ । ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି । ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷାକରି ସମାଲୋଚିତ ହେବେ । ପ୍ରଶାସନ,ଆଇନ, କଳା,ସାହିତ୍ୟ,ସାମ୍ବାଦିକତାରେ ଉନ୍ନତି କରିବେ ।
ମିଥୁନ
ମିଥୁନ
ପାପାକ୍ରାନ୍ତ ବୁଧ ବନ୍ଧୁମାନଙ୍କ ସହ ମତାନ୍ତର ସୃଷ୍ଟିକରି ନୂତନ ସମସ୍ୟା ସୃଷ୍ଟିକରିବେ । ମୃଗଶିରା ନକ୍ଷତ୍ର ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେଲେ ସଫଳତା ପାଇପାରିବେ । ପରିବାରରେ ପାରସ୍ପରିକ ଦୋଷ ଦୁର୍ବଳତାର ଆଲୋଚନାକରି ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି । ପିଲାଙ୍କ ଅଭିଯୋଗ ଦୁଶ୍ଚିନ୍ତାର କାରଣ ହେବ ।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ଶୁକ୍ର ଥିବାରୁ ଆଜି ସକାଳୁ ସକାଳୁ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସ୍ତରରେ ବିଚଳିତ ରହିପାରନ୍ତି।
ସି˚ହ
ସି˚ହ
ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଦିନ ମଧ୍ୟରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । କେତେକ ସ୍ଥଗିତ କାମ ସକାଶେ ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
କନ୍ୟା
ମନ୍ତ୍ରଣା ସ୍ଥାନରେ ଶନି ଥିବାରୁ ଆଇନ, ଅଦାଲତ, ଗଣତାନ୍ତ୍ରିକ ପ୍ରକ୍ରିୟା ତଥା ସାଙ୍ଗଠନିକ କାର୍ଯ୍ୟରେ ସଫଳତା ମିଳିବ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। କାନକୁହା କଥା ଶୁଣି ପରିବାରରେ ପାରସ୍ପରିକ ସନ୍ଦେହ ଭାବ ଜାଗ୍ରତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିପାରନ୍ତି।
ତୁଳା
ତୁଳା
ଶନିଯୁକ୍ତ କର୍ମାଧିପତିଙ୍କ ଶୁଭଦୃଷ୍ଟିରୁ ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହେବ । ମାଙ୍ଗଳିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧିପାଇବ।
ବିଛା
ବିଛା
ମନ ଅନୁଯାୟୀ କୌଣସି କାର୍ଯ୍ୟ ନ ହୋଇପାରିବା ଯୋଗୁ ମାନସିକ ସ୍ଥିତି ଭଲ ରହିବନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଫଳତଃ ସ୍ଥଗିତ କାମକୁ ପୂରାଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ । ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହଁ, ଯାହାକି ଆଗାମୀ ସମୟରେ ଦୁଶ୍ଚିନ୍ତାର କାରଣ ହୋଇପାରେ ।
ଧନୁ
ଧନୁ
ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କଚେରି ମାମଲାରେ ଆଇନର କାଠଗଡ଼ାକୁ ଦୌଡ଼ିବାକୁ ପଡ଼ିପାରେ । ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ କାରଣରୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି ।
ମକର
ମକର
ସ୍ବଗୃହୀ ଶନିଙ୍କ ସୁପ୍ରଭାବଜନିତ ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ ଏବଂ ନୂତନ କାର୍ଯ୍ୟାରମ୍ଭ ପ୍ରୀତିପ୍ରଦ ରହିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
କୁମ୍ଭ
କୁମ୍ଭ
ଚତୁର୍ଥ ସ୍ଥାନ ପାପପ୍ରଭାବରୁ ମୁକ୍ତ ରହିଥିବାରୁ ପାରିବାରିକ ଓ ସାମାଜିକ ସ୍ଥିତି ବହୁତ ଭଲ ରହିବ । ବନ୍ଧୁମାନଙ୍କ ସାହାଯ୍ୟରେ ଆଶା କରୁଥିବା କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିପାରିବେ । ଶତଭିଷା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ସହ ବାକ୍‌ଯୁଦ୍ଧର ଆଶଙ୍କା ରହିଛି ।
ମୀନମୀନ
ରାଶିରେ ତୃତୀୟ ଅଷ୍ଟମାଧିପ ଥିବାରୁ ଆର୍ଥିକ,ଶାରୀରିକ ସ୍ଥିତି ଭଲ ରହିବନାହିଁ ଏବଂ ବିବାଦୀୟ ପରିସ୍ଥିତିର ମଧ୍ୟ ଆଶଙ୍କା ରହିଛି । ସଂକୋଚ ପରିହାରକରି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ପ୍ରାର୍ଥୀ ହେଲେ ଉପକୃତ ହୋଇପାରନ୍ତି। ଆଜିର ଯାତ୍ରା,ବାଣିଜ୍ୟ,ବ୍ୟବସାୟ,ପରିବହନ ସକାଶେ ଗ୍ରହ ସ୍ଥିତି ବାଧକ ହେବନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri