Posted inRasifala

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ର ହେତୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନା ପାଇ ବିସ୍ମିତ ହୋଇପାରନ୍ତି । ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ହଠାତ୍‌ ବଦଳିଯିବ ।
ବୃଷ
ବୃଷ
ନୀଚସ୍ଥ ଚନ୍ଦ୍ରଙ୍କ ଯୋଗୁ ଅଫିସରେ ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସମ୍ୟକ୍‌ ସୂଚନା ରହିଛି । ପରିବାର ସକାଶେ ଆକସ୍ମିକ ଆବଶ୍ୟତା କାରଣରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେବ । କେତେକ କାରଣକୁ ନେଇ ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ ।
ମିଥୁନ
ମିଥୁନ
ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇବେ । କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି ଓ ତାହାଙ୍କ ସାହାଯ୍ୟ ମଧ୍ୟ ପାଇବେ। ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ ।
କର୍କଟ
କର୍କଟ
ବକ୍ରୀ ଶୁକ୍ରଙ୍କ କାରଣରୁ ପରିବାରର କେତେକ ବ୍ୟତିକ୍ରମ କଥାକୁ ନେଇ ଚିନ୍ତିତ ରହିବେ । ଅଧସ୍ତନ କର୍ମଚାରୀ ଜଣେ କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି କଳହର ମାତ୍ରାକୁ ବଢାଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।
ସି˚ହ
ସି˚ହ
କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ । ବୃହସ୍ପତିଙ୍କ ଦୁର୍ବଳତା କାରଣରୁ ପିଲା ମାନଙ୍କୁ କେନ୍ଦ୍ରକରି କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଅନ୍ୟମାନେ ଶତ୍ରୁତା କଲେ କିଛି ସିନା କରିପାରିବେ ନାହିଁ। ଆତ୍ମୀୟମାନଙ୍କ ସକାଶେ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ।
କନ୍ୟା
ଅତୀତର କୌଣସି ଘଟଣାବଳୀକୁ କେନ୍ଦ୍ରକରି ମନରେ ଅନାଗତ ଭୟ ଓ ଆଶଙ୍କା ସୃଷ୍ଟି ହେବ । ସପ୍ତମାଧିପତି ନୀଚସ୍ଥ କାରଣରୁ ବ୍ୟବସାୟ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ଆଶଙ୍କା ରହିଛି । ଗୃହ ସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି ।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟିକୋଣ ବଦଳି ଯାଇପାରେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବା ପରି ଆଶଙ୍କା ଦେଖାଦେବ । ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଫେରିବା ସମୟରେ ଘରକୁ ବରାଦ ମୁତାବକ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି ।
ବିଛା
ବିଛା
ରାଶିରେ ଦୁର୍ବଳଚନ୍ଦ୍ର ପ୍ରଭାବରୁ ଦୁର୍ଭାବନା ଜନିତ ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନଟା ଗୋଳେଇଘାଣ୍ଟି ଲାଗିବ । ପୁନଶ୍ଚ ଏହାସଙ୍ଗକୁ ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ମଧ୍ୟ ବଳିପଡ଼ିବ । ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ଲୋକକୁ ପରଖି ଯାହା କରିବା କଥା କହିବା ଓ କରିବା ଭଲ ହେବ ।
ଧନୁ
ଧନୁ
ଧନସ୍ଥାନସ୍ଥ ବଳବାନ୍‌ ଶନି ହେତୁ ଜମା ଅଭାବ ଅନୁଭବ କରିପାରିବେ ନାହିଁ, ଯେତେବେଳେ ଯାହା ଚାହିଁବେ ତାହା ପାଇପାରିବେ । ଗଣ ଯୋଗାଯୋଗ, ସାମ୍ବାଦିକତା, ଆମଦାନୀ କାରବାର,ପନିପରିବା ଦୋକାନୀ, ହୋଟେଲ ମାଲିକମାନେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସୀ ରହିବେ ।
ମକର
ମକର

ଘର ଲୋକ ହୁଅନ୍ତୁ କିମ୍ବା ବାହାର ଲୋକ ହୁଅନ୍ତୁ, ସଭିଏ ଆପଣଙ୍କ କଥାକୁ ମାନି ଚଳିବେ । କେତେକ କ୍ଷେତ୍ରରେ ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି । ସହକର୍ମୀ କିମ୍ବା ଆତ୍ମୀୟ ସ୍ବଜନଙ୍କଠାରୁ ସାୟାହ୍ନରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ।

କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ବହୁ ସମ୍ଭାବନା ରହିଛି । ବିନା ଖର୍ଚ୍ଚରେ କିମ୍ବା ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପଡ଼ିବ । ପରିବାରରେ କାହାର ସ୍ବାସ୍ଥ୍ୟହାନି କାରଣରୁ ମନ ସ୍ଥିର ରହି ପାରିବ ନାହିଁ । ଅବଶ୍ୟ ବନ୍ଧୁମାନଙ୍କ ସହାୟତା ନେଇ ବ୍ୟବସାୟରେ ବକେୟା ଅର୍ଥ ଆଦାୟ ।
ମୀନମୀନ

କେତୁଙ୍କ କୁପ୍ରଭାବରୁ କର୍ମକ୍ଷେତ୍ର ସକାଶେ ସାମୟିକ ଚିନ୍ତିତ ରହିବେ କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ । ଶିକ୍ଷା, ସନ୍ତାନ, ଅଧ୍ୟୟନ, ଅଧ୍ୟାପନା, ଆଲୋଚନା ପାଇଁ ପ୍ରକୃଷ୍ଟ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସଂଗଠନ, ଲେଖାପଢାରେ ସମସ୍ୟା ସମାଧାନ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri