Categories: Rasifala

ରାଶିଫଳ: ଶନିବାର , ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସହ ନୂତନ ବସ୍ତ୍ର, ଆଭୂଷଣ ଲାଭ କରିପାରନ୍ତି। ପିଲାଙ୍କ ଦାବି ମୁତାବକ ଜିନିଷ ନ ଆଣିପାରିବା କାରଣରୁ ମାନସିକ ଅଶାନ୍ତି ଉପୁଜିବ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। ଅଫିସ୍‍ କାମରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ ।
ବୃଷ
ପରିବାରରେ ମତାନ୍ତରଜନିତ ମନରେ ଟେନ୍ସନ ଲାଗି ରହିବ। ଆକସ୍ମିକ ଆବଶ୍ୟତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେବ। ଅବଶ୍ୟ ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।
ମିଥୁନ
କର୍ମକ୍ଷେତ୍ରରେ,ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କଲେ ମନ୍ଦ ହେବନି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ କିନ୍ତୁ ସାମାନ୍ୟ ବିତର୍କର ସ୍ଥିତି ଉପୁଜିପାରେ। ଯାତ୍ରାକାଳୀନ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କଳା ସାହିତ୍ୟ ଓ ଚଳଚ୍ଚିତ୍ର ପ୍ରଭୃତିରେ ଥିବା ସମସ୍ୟା ସମାଧାନ ହୋଇଯିବ।
କର୍କଟ
ଆପଣଙ୍କ ଶାନ୍ତ, ସରଳ, ଉଦାରତା ଗୁଣର ପ୍ରଶଂସାରେ ଶତ୍ରୁତା କରୁଥିବା ବ୍ୟକ୍ତି ପ୍ରଶଂସାରେ ଶତମୁଖ ହେବେ। ସାଧାରଣ କଥାକୁ ବଡ କରି ସହକର୍ମୀ କଳହର ମାତ୍ରାକୁ ବଢାଇ ଦେବେ। ପାରିବାରିକ କ୍ଷେତ୍ରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ। ଶୁଭ ଖବର ଶୁଣି ଖୁସି ହେବେ।
ସି˚ହ
ଆଜି ଯେତେ ଭଲକଥା କହିଲେ ମଧ୍ୟ ଅନ୍ୟମାନେ ଠିକ୍‍ ଭାବରେ ବୁଝିପାରିବେ ନାହିଁ। ଯେତେ ପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଅବଶ୍ୟ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖାଦେଇପାରେ।
କନ୍ୟା
ଆଜି ସଯୈାକ୍ତିକ କଥାବାର୍ତ୍ତା, ତଥ୍ୟ ସମ୍ବଳିତ ଭାଷଣ, ପ୍ରଶଂସା ଓ ଉପଢୌକନ ପ୍ରାପ୍ତିରେ ସହାୟକ ହେବ। ବହୁତ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଘରେ ଆସି ଦେଇଯିବ। ଅଫିସରେ ସାଧାରଣ କଥାରେ ମତାନ୍ତର ସୃଷ୍ଟି ହେବ। ପରିବହନ, ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି।
ତୁଳା
ମନରେ ଶୁଦ୍ଧଭାବନା ଉଦ୍ରେକ ହେଲେ ମଧ୍ୟ ପାରିବାରିକ ଅସହଯୋଗ ଆଶା ପୂରଣ ଦିଗରେ ପ୍ରତିବନ୍ଧକ ସୃଷ୍ଟିକରିବ। ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ ଉଠିପାରେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ଆଜି ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନିଜର ବିଚାର ଅନୁଯାୟୀ କାମ କରିବା ଭଲ ହେବ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ପରିବର୍ତ୍ତିତ ପରିସ୍ଥିତିଜନିତ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇ ଚଳିବାକୁ ବାଧ୍ୟ ହେବେ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ଖୁସି ରହିବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବ ।
ମକର
ଗତକାଲିଠାରୁ ଆପଣ ଯାହା କରିବା ସକାଶେ ମନସ୍ଥ କରିଛନ୍ତି ତାହା ଅବିଳମ୍ବେ ଆରମ୍ଭ କରିନେବା ଭଲ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହୃଦୟତାରୁ ଆକସ୍ମିକ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରକାଶନ, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ଅବଶ୍ୟ ସଫଳତା ପାଇବେ।
କୁମ୍ଭ
ଆଜି ଦିନ ଭିତରେ ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ। ପରିବାରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢିଯିବ। ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇ ପାରନ୍ତି।
ମୀନ
ସମସ୍ୟା ସମାଧାନ ଦିଗକୁ ଗତି କରୁଥିରୁ ମନ ଖୁସି ହୋଇଯିବ। କୌଣସି ବନ୍ଧୁ କିଛି ଖବର ନ ଦେଇ ହଠାତ୍‍ ଆସିଯିବେ, ଯାହାକି ଆପଣଙ୍କ ମନରେ ଭାବାନ୍ତର ସୃଷ୍ଟିକରିବ। ଆମତ୍ୀୟମାନେ ବିଶ୍ୱାସଘାତକତା କରିପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା, ସଂଗଠନ,ଲେଖାପଢାରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.