Posted inRasifala

ରାଶିଫଳ: ରବିବାର, ନଭେମ୍ବର ୧୦ ତାରିଖ – Daily Horoscope

ମେଷ
ଦେହ ଭଲ ରହିଲେ ମଧ୍ୟ ମନଟା ଏଣୁତେଣୁ ଗୁଡ଼ାଏ ଚିନ୍ତାକରି ଭଲ ରହି ନ ପାରେ। ଆଜି ସକାଳୁ ସକାଳୁ ଅସାବଧାନତାରୁ ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଆଶଙ୍କାକୁ ଏଡ଼ାଇଦିଆଯାଇ ନ ପାରେ। ବାଣିଜ୍ୟ, ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ, ସଭାସମିତି, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ଫଳ ଲାଭକରିବେ।
ବୃଷ
ବୃଷ
ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ବନ୍ଧୁସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ଆଲୋଚନା ଅସମାପ୍ତ ରହିପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରୁ ଖୁସିରହିବେ। ଜଣେ ବନ୍ଧୁଙ୍କ କ୍ରୂର ବ୍ୟବହାରକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
ମିଥୁନ
ମିଥୁନ
ଦୃଢ଼ ମନୋବଳ ଓ କାର୍ଯ୍ୟଦକ୍ଷତା ସଫଳତାର ଚାବିକାଠି ସଦୃଶ ପ୍ରତୀୟମାନ ହେବ। ଗତକାଲିର ସମସ୍ୟାର ସମାଧାନ ହୋଇପାରିଥିବା କାରଣରୁ ଏକ ପ୍ରକାର ମାନସିକ ଶାନ୍ତି ଅନୁଭବ କରିବେ। ଆଜିର ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଋଣ ପରିଶୋଧ କରିବା ସକାଶେ ଚାପର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ବନ୍ଧୁ ପରିଜନଙ୍କ ସମର୍ଥନ ଆପଣଙ୍କ କାମ ପାଇଁ ଖୋରାକ ଯୋଗାଇବ। ପାରିବାରିକ ଓ କର୍ମକ୍ଷେତ୍ରରେ ସହଯୋଗ ପାଇବାରେ ଅସୁବିଧା ରହିବ ନାହିଁ। ବନ୍ଧୁଙ୍କ ସହ ଆଲୋଚନା କାଳରେ ପାରସ୍ପରିକ ଦୋଷଦର୍ଶିତା ହେତୁ ମନାନ୍ତର ସୃଷ୍ଟି ହୋଇପାରେ। ଅର୍ଥ ସମ୍ବନ୍ଧୀୟ, ସରକାରୀ କାଗଜପତ୍ର ଏବଂ ଆନୁଷ୍ଠାନିକ କାମରେ ସମସ୍ୟା ସମାଧାନ କରିପାରିବେ।
ସି˚ହ
ସି˚ହ
ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବାରୁ ମନ ପ୍ରଫୁଲ୍ଲ ରହିବ। କିନ୍ତୁ କର୍ମଜଞ୍ଜାଳ କ୍ରମଶଃ ବୃଦ୍ଧି ପାଉଥିବାରୁ ଅବସର ପାଇପାରିବେ ନାହିଁ। ପରିସ୍ଥିତି ସହ ତାଳମିଳାଇ ସହକର୍ମୀଙ୍କ ମନ ନେଇ କାମକରି ପ୍ରଶଂସିତ ହେବେ। ଅଭାବ ରହିବ ନାହିଁ , କିନ୍ତୁ ସମସ୍ୟା ଛାଡ଼ିବ ନାହିଁ।
କନ୍ୟା
ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣକରି କର୍ମପନ୍ଥା ଅବଲମ୍ବନ କରିବାକୁ ଶ୍ରେୟ ମନେକରିବେ। କୌଣସି ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ଚିନ୍ତା କରିଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ନ ହୋଇପାରେ। ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଉପରେ ନିର୍ଭର କରି କୌଣସି କାମ ହୋଇପାରିବ ନାହିଁ। ନୂତନ ଭାବେ କରୁଥିବା ଦୀର୍ଘମିଆଦୀ ଯୋଜନା ପାଇଁ ପୁଞ୍ଜି ଲଗାଣ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଯୋଗୁ ବିଚଳିତ ହେବେ। ବ୍ୟବସାୟ, ପରିବହନ, ନୂତନ କର୍ମାରମ୍ଭ, ଅର୍ଥ ସମ୍ପର୍କ କ୍ଷେତ୍ରରେ ସୁଫଳ ପାଇବେ।
ବିଛା
ବିଛା
ଗତକାଲିଠାରୁ ଆପଣ ମନେ ମନେ ଯାହା ଚିନ୍ତା କରିଛନ୍ତି ତାହାକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ବିବାଦୀୟ ଘଟଣାର କାରଣ ନ ବୁଝି ନିଜ ପରିବାରର ଲୋକମାନେ କ୍ରୋଧ ପ୍ରକାଶ କରିପାରନ୍ତି। ବ୍ୟବସାୟିକ ସ୍ଥିତି, ପରିବହନ, ଶେୟାରବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ। ସ୍ବାସ୍ଥ୍ୟ ସମସ୍ୟାକୁ ଅବହେଳାକରି ଅନୁତାପ କରିପାରନ୍ତି।
ଧନୁ
ଧନୁ
ଆବଶ୍ୟକତା ବଢ଼ିବଢ଼ି ଯାଉଥିବାରୁ ମାନସିକ ଅସ୍ଥିରତା ସୃଷ୍ଟିହୋଇପାରେ। ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମତାନ୍ତରର ଆଶଙ୍କା ରହିଛି। ହୋଟେଲ, ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇପାରିବେ। ପାରିବାରିକ କ୍ଷେତ୍ରରୁ, ଆତ୍ମୀୟମାନଙ୍କ ସହୃଦୟତାରୁ ସଫଳତା ମିଳିପାରିବ।
ମକର
ମକର
ସ୍ଥାନ ଓ କାମର ପରିବର୍ତ୍ତନଜନିତ କିଛିଟା ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଅଭାବ ସୁଧାରିବା ନେଇ ସମ୍ପର୍କୀୟ ଜଣେ ବନ୍ଧୁଙ୍କ ନିକଟରୁ ସାହାଯ୍ୟର ପ୍ରତିଶ୍ରୁତି ପାଇବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ବିବାଦୀୟ ଘଟଣାର ସମୀକ୍ଷା କରିବା ଦିଗରେ ମାନସିକ ଅସ୍ଥିରତା ସୃଷ୍ଟିର ସୂଚନା ରହିଛି।
କୁମ୍ଭ
କୁମ୍ଭ
କୌଣସି କାମ ଅଟକିବ ନାହିଁ କିମ୍ବା ପୂର୍ଣ୍ଣତଃ ସନ୍ତୋଷଜନକ ନ ହୋଇପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ, ବନ୍ଧୁମାନଙ୍କ ଈର୍ଷାପରାୟଣତା, ପାରିବାରିକ କିଛିଟା ସମସ୍ୟା ହେତୁ ଶାନ୍ତି ବ୍ୟାହତ ହୋଇପାରେ। ଯଦିଓ ଅଭାବ ରହିବ ନାହିଁ ; କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ଅପରାହ୍ନରେ ଜଣେ ହିତୈଷୀଙ୍କ ସଙ୍ଗ ଲାଭରୁ ଖୁସି ରହିବେ।
ମୀନମୀନ
ପ୍ରତିକୂଳ ପରିସ୍ଥିତି ହେତୁ ମନ ଚାହୁଁଥିବା ପ୍ରକାରେ କାମ କରିପାରିବେ ନାହିଁ। ସହକର୍ମୀ ନିକଟରୁ ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିପାରେ। ଆତ୍ମୀୟମାନଙ୍କ ସହ କଳହ ଆଶଙ୍କା ରହିଛି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ରରେ ସମସ୍ୟା ଲାଗିରହିବ। ପରିବାରରେ ଅପ୍ରିୟ ସତ୍ୟ ପ୍ରକାଶକଲେ ଅଶାନ୍ତି ସୃଷ୍ଟିହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri