Posted inRasifala

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ
ପ୍ରକୃତିବଶତଃ ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି। ବହୁତଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ କିଛି ବିଫଳତାରୁ ଚିନ୍ତିତ ରହିପାରନ୍ତି। ଅଫିସିଆଲି କାମ ଚାପରେ ନିଜକୁ ଆଡ୍‌ଜଷ୍ଟ କରିବାକୁ ବାଧ୍ୟ ହେବେ। ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।
ବୃଷ
ବୃଷ
ପରିବାର ସଦସ୍ୟ, ପାଖପଡୋଶୀ କିମ୍ବା ସହକର୍ମୀଙ୍କ ସହ ଏହା ଘଟିବାର ଆଶଙ୍କା ରହିଛି। ଅତୀତରୁ ରହିଆସିଥିବା ରୋଗପୀଡା, ଶତ୍ରୁତା ଓ ଧାର କରଜ ସକାଶେ ଚିନ୍ତାକୁ ବଢାଇବ। ଅବଶ୍ୟ କର୍ମ କ୍ଷେତ୍ର, ଯାନବାହନ, ଦୋକାନ ବାଡି, ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉପକୃତ ହେବେ।
ମିଥୁନ
ମିଥୁନ
ଆଜିର ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମନକୁ ବିଚଳିତ କରିବ। ଅନ୍ୟମାନଙ୍କ ଦ୍ୱାରା ପ୍ରେରିତ ନ ହୋଇ ଲକ୍ଷ୍ୟହୀନ ଯାତ୍ରାରୁ ବିରତ ରହିବା ଭଲ ହେବ।
କର୍କଟ
କର୍କଟ
ଲାଭସ୍ଥାନରେ ଶୁକ୍ରଥିବାରୁ ଭୋଗବିଳାସ ସଙ୍ଗକୁ ଷ୍ଟେସନେରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାର ପ୍ରାପ୍ତି ହୋଇପାରେ। ଯାନ୍ତ୍ରିକ ଜିନିଷ କିମ୍ବା ଗାଡି ମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ଅଟକି ରହି ଓ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ।
ସି˚ହ
ସି˚ହ
ଧନାଧିପତି ପାପଗ୍ରହ ଯୁକ୍ତ ହୋଇଥିବାରୁ ଆର୍ଥିକ ଅନଟନ ଓ ପାରିବାରିକ ଦୁଶ୍ଚିନ୍ତା କେତେ ମାତ୍ରାରେ ମାନସିକ ଅଶାନ୍ତି ସୃଷ୍ଟି କରିବ। ଆପଣଙ୍କ ଖର୍ଚ୍ଚ ପରିମାଣ ବଢିଯିବା ସଙ୍ଗକୁ ମନରେ ଆଶଙ୍କା ଓ ଅସ୍ଥିରତା ଲାଗି ରହିବ। ଅବଶ୍ୟ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
କନ୍ୟା
ଆଜି ଚତୁର୍ଥସ୍ଥ କେତୁ ଯୋଗୁ ମନ ସ୍ଥିର ରହିବ ନାହିଁ, ସାଧାରଣ କଥାରେ ମଧ୍ୟ ବିରକ୍ତି ଅନୁଭବ କରିବେ। ଆପଣ ଗୋଟିଏ ସ୍ଥାନରେ ଜିନିଷ କିମ୍ବା କାଗଜପତ୍ର ପ୍ରଭୃତି ରଖିଦେଇ ବିସ୍ମରଣ କାରଣରୁ ବ୍ୟସ୍ତ ହେବେ। ପୁଣି ଆଣ୍ଠୁଠାରୁ ଗୋଡ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ତୁଳା
ତୁଳା
ଆଜିର ପ୍ରତ୍ୟୁଷଯାତ୍ରା, ପ୍ରତିଯୋଗିତା, ପରିବାର ଓ କର୍ମକ୍ଷେତ୍ର ସକାଶେ ମନ୍ଦ ହେବନି। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟାତ୍ମିକ ସଭା ସମିତିରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଅଭାବ ନ ଥିଲେ କେତେକ ସମସ୍ୟା ହେତୁ ବିଶାଖା ନକ୍ଷତ୍ର ଚିନ୍ତିତ ରହିବେ।
ବିଛା
ବିଛା
ଆର୍ଥିକ ଅଭିବୃଦ୍ଧି ଓ ସମ୍ମାନ, ପ୍ରତିଷ୍ଠା ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ। ତଥାପି ତରବରିଆ ଭାବରେ କୌଣସି କାମ ନ କରି ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଦେଖି ଚାହିଁ କାମ କରନ୍ତୁ। ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ବୈଷୟିକ ସୁଖ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ।
ଧନୁ
ଧନୁ
ରାଶିରେ କେତୁ ହେତୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ ଏବଂ ଟିକିଏ ଟିକିଏ କଥାରେ ରାଗିବେ। ବହୁତ ପରିଶ୍ରମ ପରେ ଆଜି ହଠାତ୍‌ ଆପଣ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି। ଯାହା ଭାବୁଛନ୍ତି ଶୀଘ୍ର କରନ୍ତୁ ପୁଣି ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇବେ।
ମକର
ମକର

ଆପଣଙ୍କର ସହଜରେ କାମ ହାସଲ ହେବା କଷ୍ଟକର ହେବ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ତଥା ବିଭିନ୍ନ ପ୍ରକାରର ଝମେଲା ହେତୁ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅର୍ଥ ସମ୍ପର୍କରୁ ଖୁସି ରହିବେ ଏବଂ ଆପୋଷ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।

କୁମ୍ଭ
କୁମ୍ଭ
ଦ୍ୱାଦଶସ୍ଥ ରାଶ୍ୟାଧିପତି ଯୋଗୁଁ ବିଶେଷ କ୍ଷତି ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେତେ ଭଲ ରହିବ ନାହିଁ। ନିର୍ମାଣାଧୀନ କାର୍ଯ୍ୟ କିମ୍ବା ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ। ଘର କଥା ମନକୁ ବାରମ୍ବାର ଆଲୋଡିତ କରିବ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ଅନ୍ୟଥା ବିବଦମାନ ପରିସ୍ଥିତିର ସାମନା କରିବାକୁ ପଡିପାରେ।
ମୀନମୀନ

ଚନ୍ଦ୍ର ରାଶିରେ ଥିବାରୁ ପାରିବାରିକ ସ୍ଥିରତା ସଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି ମନକୁ ସାନ୍ତ୍ୱନା ଦେବାରେ ସହାୟକ ହେବ। ଆପଣ ମନ କଥା କାହାକୁ କହିପାରିବେ ନାହିଁ କିମ୍ବା ସମାଧାନର ରାସ୍ତା ମଧ୍ୟ ଖୋଜି ପାଇବା କଷ୍ଟକର ହୋଇପଡି। ଆଜି ହଠାତ୍‌ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri