Categories: Rasifala

ରାଶିଫଳ: ରବିବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ
ଆଜିର ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁମିଳନ, ଆନୁଷ୍ଠାନିକ କର୍ମ ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସା ମିଳିବ। ଉଚ୍ଚସ୍ତରରେ ସମ୍ପର୍କ ସ୍ଥାପନ ହେବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା ଲାଭ କରିବେ। ଅର୍ଥନୈତିକ ସ୍ଥିତିର ଅଭିବୃଦ୍ଧି, ସାହିତ୍ୟ, ସଙ୍ଗୀତରେ ଉନ୍ନତି, ଯାନ୍ତ୍ରିକ ଦ୍ରବ୍ୟଲାଭରୁ ଖୁସି ହେବେ। ବ୍ୟବସାୟିକ ସ୍ଥିତି ଏବଂ ପାରିବାରିକ ପରିସ୍ଥିତିରେ ବ୍ୟତିକ୍ରମର ସୂଚନା ରହିଛି।
ବୃଷ
ନୂତନ ସ୍ଥାନ ପରିଦର୍ଶନ ସାଙ୍ଗକୁ ମିତ୍ରତାର ସମ୍ପର୍କ ଯୋଡ଼ି ହୋଇଯିବ। କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ କାମ ହାସଲ କରିନେବେ। ବାଣିଜ୍ୟରେ ଉନ୍ନତି କରିବେ, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପରିବହନରେ କିଛି ଝଟକା ଲାଗିପାରେ। କ୍ରନିକ୍‍ ରୋଗପୀଡ଼ାରେ ସାମାନ୍ୟ ଉପଶମ ଯୋଗୁ ଆଶ୍ୱସ୍ତି ଲାଭ କରିବେ।
ମିଥୁନ
ଆଜି ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଆନୁଷ୍ଠାନିକ କାମରେ ଯୋଗ ଦେଇପାରନ୍ତି। ବୁଧଙ୍କ ଦୁର୍ବଳତା ପରିପ୍ରେକ୍ଷୀରେ ପରିଶ୍ରମଜନିତ ଦେହଟା ଟିକିଏ ଭଲ ଲାଗି ନପାରେ। ବ୍ୟବସାୟ କ୍ଷେତ୍ରରେ କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ସାମାନ୍ୟ ବ୍ୟସ୍ତତା ଅନୁଭବ କରିବେ।
କର୍କଟ
କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବା ସାଙ୍ଗକୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ। ସମ୍ପର୍କୀୟଙ୍କ ସହଯୋଗୀ ମନୋଭାବ କାମକୁ ଆଗକୁ ବଢ଼ାଇ ନେବାରେ ସାହାଯ୍ୟ କରିବ। ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ଆରମ୍ଭ କରିବାକୁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କ୍ଷତିରେ ପଡ଼ିବାର ଆଶଙ୍କା ରହିଛି ା
ସି˚ହ
ଆଜି ଯେତେ ପ୍ରତିବନ୍ଧକ ଆସୁନା କାହିଁକି, ତାହାର ସାମ୍ନା କରି ପ୍ରତିକାରମୂଳକ ପଦକ୍ଷେପ ନେବେ। ପାରିବାରିକ ସମସ୍ୟା ବିଜଡ଼ିତ ମନ ହେତୁ ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିପାରନ୍ତି। ବାଣିଜ୍ୟ, ନିର୍ମାଣ, ପରିବହନରେ ସମସ୍ୟା ରହିବ ନାହିଁ। ଶିକ୍ଷା, ସନ୍ତାନ, ସମ୍ପର୍କ କ୍ଷେତ୍ରରେ ଗଡ଼ବଡ଼ ରହିପାରେ।
କନ୍ୟା
ଆଜି ସକାଳର ବ୍ୟସ୍ତତା କେତେ ସମୟ ପରେ ଦୂର ହୋଇଯିବ। ଏ ଦିଗରେ ଆମତ୍ୀୟ ସ୍ବଜନ ଓ ହିତୈଷୀଙ୍କ ପ୍ରତ୍ୟକ୍ଷ ମନ୍ତ୍ରଣା କାମ କରିବ। ଆର୍ଥିକ ସ୍ଥିତି ଓ ବୈଷୟିକ ସମୃଦ୍ଧିର ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିରତା ରହିନପାରେ। ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ଉଚ୍ଚ ସ୍ଥାନରେ ରବି ଓ ରାଶ୍ୟାଧିପ ଶୁକ୍ର ଆପଣଙ୍କ ଆଶା ଓ ଭରସାକୁ ଋଦ୍ଧିମନ୍ତ କରିବେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ସହଯୋଗର ଅବାରିତ ଧାରା ମନକୁ ଉତ୍ସାହିତ କରିବ। ବାଧିଲାଭଳି କଥା କହିବା ଦ୍ୱାରା ଘରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ବନ୍ଧୁ ଗହଣରେ ଅଧିକାଂଶ ସମୟ କଟିବ।
ବିଛା
ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ଅସ୍ଥିରତା ଯୋଗୁ ଆପଣଙ୍କ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ। ଆଦୌ ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନେ ସମ୍ମୁଖରେ କିଛି ନ କହି ପଶ୍ଚାନ୍ତେ ସମାଲୋଚନା ମୂଳକ କଥା କହିପାରନ୍ତି। ରାଜନୈତିକ, ପ୍ରଶାସନିକ, ରଚନାମତ୍କ ତଥା ସାମାଜିକ କ୍ଷେତ୍ରରେ ଉନ୍ନତ ମାନର ସୁଫଳ ମିଳିବ।
ଧନୁ
ଆଜି ଦିନଟି ଆର୍ଥିକ ଦୃଷ୍ଟିରୁ ଉତ୍ତମ ରହିପାରେ। ବନ୍ଧୁ ସାହାଯ୍ୟରୁ ବିବାଦର ସମାଧାନ କରିବାରେ ସଫଳ ହେବେ। ପଢ଼ା ପ୍ରତି ପିଲାଙ୍କ ବିମୁଖତାରୁ ଚିନ୍ତିତ ରହିବେ। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ବକେୟା ଅର୍ଥ ଆଦାୟ କରିପାରିବେ। ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, ସାହିତ୍ୟ, ମନୋରଞ୍ଜନ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ।
ମକର
ସମ୍ପର୍କୀୟଙ୍କ ସହାୟତାରେ ଚେଷ୍ଟା ଫଳବତୀ ହେବ। ତୃତୀୟସ୍ଥ ଗ୍ରହ ପ୍ରଭାବରେ ନିଜ କାମ ଛାଡ଼ି ପରକାର୍ଯ୍ୟରେ ତପତ୍ରତା ପ୍ରକାଶ କରିପାରନ୍ତି। କୌଣସି ଆଳ ଦେଖାଇ ଆମତ୍ୀୟସ୍ବଜନ ଦୂରେଇ ଯିବା ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅନ୍ୟମାନଙ୍କ କଥାରେ ଭାସି ନଯାଇ ବିଚାରପୂର୍ବକ କାମ ନକଲେ ହଇରାଣ ହେବାକୁ ପଡ଼ିପାରେ।
କୁମ୍ଭ
ଆଜି ଆପଣ ଯେମିତି ଚିନ୍ତା କରୁଛନ୍ତି, ସେହିପରି କାର୍ଯ୍ୟ ସାଧନ କରିବାରେ କୌଣସି ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରେ ପାରିବାରିକ ସ୍ଥିତି ବିଶେଷ ପ୍ରୀତିଦାୟକ ରହିବ ଏବଂ ବନ୍ଧୁମିଳନ ଜନିତ ଆନନ୍ଦ ଅନୁଭବ କରିପାରନ୍ତି। ବନ୍ଧୁଗୃହକୁ ଯାତ୍ରା, ପ୍ରଶାସନିକ କାର୍ଯ୍ୟ, ଆଇନ ସହାୟତା, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମୀନ
ଯଥାସାଧ୍ୟ ପ୍ରତିବନ୍ଧକର ସାମ୍‍ନା କରି ଆପଣଙ୍କ କାର୍ଯ୍ୟ ସମୂହ ସମ୍ପନ୍ନ କରିବେ। ଆମତ୍ସଂଯମ ପରିପ୍ରେକ୍ଷୀରେ ଦୈହିକ ଓ ମାନସିକ ଭାବାବେଗକୁ ଉତ୍‍ଫୁଲ୍ଲିତ ରଖିପାରନ୍ତି। ପରକଥାରେ ପଡ଼ି ଘର ଲୋକଙ୍କୁ ଅବିଶ୍ୱାସ କଲେ ଓଲଟାଫଳ ମିଳିବ। ଆପଣଙ୍କ ସଂଯମିତ କଥାବାର୍ତ୍ତା ସମସ୍ୟା ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.