Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ
କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଶୁଭେଚ୍ଛା ଲାଭ କରିବେ। ଅର୍ଥନୈତିକ ସ୍ଥିତିର ଅଭିବୃଦ୍ଧି,କଳା,ସାହିତ୍ୟ,ସଙ୍ଗୀତରେ ଉନ୍ନତି, ଯାନ୍ତ୍ରିକ ଦ୍ରବ୍ୟଲାଭରୁ ମନ ଖୁସୀ ରହିବ। ପରିବାର ସଦସ୍ୟ ମାନଙ୍କ ସହ ହସ ଖୁସୀରେ ମସଗୁଲ୍‌ ରହିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ କାମ ହାସଲ କରିବାରେ ସମର୍ଥ ହେବେ। ବ୍ୟବସାୟ ଓ ବାଣିଜ୍ୟ କିମ୍ବା ପରିବହନରେ କିଛିଟା ଝଟକା ଲାଗିପାରେ। ଯାହା ପାଇବେ ତାହାଠାରୁ ଅଧିକ ବ୍ୟୟ କରିବାକୁ ବାଧ୍ୟ ହେବେ। ଅବହେଳା ବଶତଃ ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିବେ।
ମିଥୁନ
ମିଥୁନ
ଆଜି ସକାଳୁ ଦେହଟା ଟିକିଏ ଭଲ ଲାଗି ନପାରେ। ବ୍ୟବସାୟ କ୍ଷେତ୍ରରେ କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ। ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ ପାଇଁ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
କର୍କଟ
କର୍କଟ
ପାରିବାରିକ ସଦ୍‌ଭାବ ସଙ୍ଗକୁ କର୍ମକ୍ଷେତ୍ରର ସମସ୍ୟା ସମାଧାନ ଯୋଗୁଁ ଆଶ୍ୱସ୍ଥି ଲାଭକରିପାରନ୍ତି। ପାଖ, ପଡୋଶୀ ଓ ନିକଟସମ୍ପର୍କୀୟ ମାନଙ୍କ ସହଯୋଗ କାମକୁ ଆଗକୁ ବଢାଇ ନେବାରେ ସାହାଯ୍ୟ କରିବ। ତଥାପି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡିପାରେ।
ସି˚ହ
ସି˚ହ
ପାରିବାରିକ ସମସ୍ୟା କାରଣରୁ ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ। ବ୍ୟବସାୟ,ନିର୍ମାଣ,ଗୃହ ଜମି.ପରିବହନ ପ୍ରଭୃତିରେ ସମସ୍ୟା ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ପ୍ରଶଂସିତ ହେବେ।
କନ୍ୟା
ଯେଉଁ କାମଆରମ୍ଭ ଓ ଶେଷର ମଧ୍ୟବର୍ତୀ ସମୟ ଆପଣଙ୍କ ପାଇଁ ଟେନ୍ସନର କାରଣ ପାଲଟିବ। ଆର୍ଥିକ ସ୍ଥିତି ଓ ବୈଷୟିକ ସମୃଦ୍ଧିର ଅଭାବ ନଥିଲେ ମଧ୍ୟ ମାନସିକ ସ୍ଥିରତା ରହିନପାରେ। କିନ୍ତୁ ଲେଖାପଢ଼ା ,ପ୍ରକାଶନ.ପ୍ରଶାସନ,ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ମାନସିକ ସ୍ତରରେ ବିରକ୍ତି ଅନୁଭବ ଜନିତ ଅନ୍ୟମାନଙ୍କୁ ମଧ୍ୟ ବାଧିଲାଭଳି କଥା କହିବା ଦ୍ୱାରା ସମ୍ପର୍କ ନଷ୍ଟ ହୋଇପାରେ। ସାମୁହିକ କାର୍ଯ୍ୟକ୍ରମରେ ସାମିଲ ହୋଇ ବନ୍ଧୁ ଗହଣରେ ଅଧିକାଂଶ ସମୟ କଟଇପାରନ୍ତି। ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପ ରେ ସାମୟିକ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ଛନ୍ଦି ହେବାକୁ ପଡିପାରେ। ପରିବାରର ସାଧାରଣ କଥାକୁ ଅସାଧାରଣ ଭାବେ କଳ୍ପନା କରି ଆଶକାଂଗ୍ରସ୍ଥ ହୋଇପାରନ୍ତି। ନିଜ ଘର ଲୋକ ମାନଙ୍କ ଅପେକ୍ଷା ବାହାର ଲୋକ ମାନଙ୍କର ସହଯୋଗ ବିଶେଷ ପରିମାଣରେ ରହିବ।
ଧନୁ
ଧନୁ
ଏକାକୀ ରହିଲେ ଏକାଧିକ ବିଷୟର ଚିନ୍ତା ମନକୁ ବିବ୍ରତ କରାଇବାର ଆଶଙ୍କା ରହିଛି। ଆପଣଙ୍କ କଥାକୁ ବନ୍ଧୁ ବିଶ୍ୱାସ କରିବେ ନାହିଁ,ଆଗରେ କିଛି ନକହି ପଛରେ ବିଭିନ୍ନ ପ୍ରକାରର ସମାଲୋଚନା ମୂଳକ କଥା କହିବେ। କେତେକ କ୍ଷେତ୍ରରେ ନିଜ ଲୋକ ମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢାଇଦେବେ।
ମକର
ମକର
ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ କୈାଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। କାହାର କଥାରେ ଭାସି ନଯାଇ ବିଚାରପୂର୍ବକ କାମ ନକଲେ ହଇରାଣ ହେବାକୁ ପଡିପାରେ।
କୁମ୍ଭ
କୁମ୍ଭ
ପରିସ୍ଥିତିର ବିଡମ୍ବନା କାରଣରୁ କର୍ମକ୍ଷେତ୍ରରେ ଧିମେଇ ଧିମେଇ ଗତି କରିବାକୁ ପଡିପାରେ। ପାରିବାରିକ ସ୍ଥିତି ବିଶେଷ ପ୍ରୀତିଦାୟକ ରହିବ ଏବଂ ବନ୍ଧୁ ମିଳନ ଜନିତ ଆନନ୍ଦ ଅନୁଭବ କରିପାରନ୍ତି। ଯାନବାହାନ ଚାଳାନାରେ ସତର୍କତା ଅବଲମ୍ବନ ନକଲେ କୈାଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ମୀନମୀନ
ଆଜିର ଦିନଟି ସାମଗ୍ରୀକ ଦୃଷ୍ଟିକୋଣରୁ ବିଶେଷ ଅନୁକୂଳ ରହିବ କିନ୍ତୁ ପରକଥାରେ ପଡି ଘର ଲୋକଙ୍କୁ ଅବିଶ୍ୱାସ କଲେ ଓଲଟାଫଳ ପାଇବେ। ନିଜର ସଂଯମିତ କଥାବାର୍ତା ସମସ୍ୟା ସମାଧାନ କରି ସମ୍ମାନ ଦାନରେ ସାହାଯ୍ୟ କରିବ। କିନ୍ତୁ ବୀପରିତ ଆଚରଣ ପ୍ରତିକୂଳ ବାତାବରଣକୁ ଡାକି ଆଣିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri