Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି ନୂତନ କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗ ସହ କାର୍ଯ୍ୟ ହାସଲ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆନୁଷ୍ଠାନିକ, ସଭାସମିତି, ବନ୍ଧୁ ମିଳନ ପାଇଁ ଭଲ ଦିନଟିଏ କହିଲେଅତ୍ୟୁକ୍ତିି ହେବନାହିଁ। କିନ୍ତୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ମତାନ୍ତର କିମ୍ବା ମନାନ୍ତର ଜନିତ ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। କିନ୍ତୁ ଆର୍ଥିକ ଅନଟନ ମଧ୍ୟରେ ହାତକୁ ନେଇଥିବା କାମଟି ଅଧାରେ ଅଟକି ଯିବ। ନୂତନ ଯାନବାହାନ, ଜମିଜମା, କ୍ରୟ, ବିକ୍ରୟ ନେଇ ଆଲୋଚନାରେ ଅଗ୍ରଗତି ଘଟିବ।
ମିଥୁନ
ମିଥୁନ
ବିଭିନ୍ନ ପ୍ରକାରର ସମସ୍ୟାକୁ କେନ୍ଦ୍ରକର ମାନସିକ ସ୍ଥିରତା ରହିନପାରେ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇଲେ ମଧ୍ୟ ପରିସ୍ଥିତିବଶତଃ ତାହାକୁ ଅସ୍ବୀକାର କରି ଦେଇ ପାରନ୍ତି। ସଭାସମିତି, ଜମିଜମା ଏବଂ ଚୁକ୍ତିପତ୍ର, ଆଇନ, ଅଦାଲତ କ୍ଷେତ୍ରରେ ସୁଫଳ ପାଇବେ।
କର୍କଟ
କର୍କଟ
କର୍ମଜାଳର ଗୁରୁତ୍ୱ ଦୃଷ୍ଟିକୋଣରୁ ଆଜି ଆପଣ କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରହି ପାରିବେ ନାହିଁ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଦକ୍ଷତା ଓ ସଚ୍ଚୋଟତା କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ବଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ପଡୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିବ। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇପାରିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ।
କନ୍ୟା
ଆଜି ଦିନରେ ସବୁ ସୁବିଧା ଥିଲେ ମଧ୍ୟ କୌଣସି କାମ ସହଜରେ ସମ୍ପନ୍ନ ହୋଇ ପାରିବ ନାହିଁ। ଗଠନମୂଳକ କିମ୍ବା ସାମୁହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ ସ୍ତରରେ ଉନ୍ନତ ଚିନ୍ତର ତଥା ସେବା ଓ ପରୋପକାର ମନୋଭାବରୁ ପ୍ରସଂଶିତ ହେବେ। ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।
ତୁଳା
ତୁଳା
ନିକଟ ସମ୍ପର୍କୀୟମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ଅନର୍ଥ ସୃଷ୍ଟି କରିପାରନ୍ତି। ପରିବାରର ଆବଶ୍ୟକତା ପୂରଣ ସକାଶେ ଅର୍ଥ ଯୋଗାଡ କରିବା ଦିଗରେ ମନୋନିବେଶ କରିପାରନ୍ତି। ନୂତନ କର୍ମାରମ୍ଭ, ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ,ପ୍ରଶାସନ,ନିର୍ମାଣ ଓ ପରିବହନ ପାଇଁ ଦିନଟି ଭଲ।
ବିଛା
ବିଛା
ପରିବାରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ। ଶାରୀରିକ କ୍ଳାନ୍ତି ଅନୁଭବ କରିପାରନ୍ତି । ମାଲି ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି।
ଧନୁ
ଧନୁ
ଆଜିର କର୍ମକ୍ଷେତ୍ରରେ ସମସ୍ୟା ଯଦିଓ ଆସିବ ତଥାପି ବେଶୀ ସମୟ ତିଷ୍ଠି ରହିବ ନାହିଁ ଓ ପରକ୍ଷଣରେ ସବୁକିଛି ଠିକ୍‌ ହୋଇଯିବ। ସାମାଜିକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଶାରୀରିକ ସୁସ୍ଥତା ଫେରି ଆସିପାରେ। ଅଫିସରେ କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ।
ମକର
ମକର
ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡିବ। ପରିବାର ଭିତରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ଜନିତ ଅଶାନ୍ତ ବାତାବରଣ ହୋଇପାରେ। ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇ ଯିବ। ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବେନି।
କୁମ୍ଭ
କୁମ୍ଭ
ପାରିବାରିକ ଅଭାବବୋଧ ଲାଗି ରହିବା କାରଣରୁ ବ୍ୟସ୍ତତା ବଢି ବଢି ଯିବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ରାଜନୀତି, ପ୍ରକାଶନ, ପ୍ରଶାସନ ଓ ପରିବହନରେ ସମସ୍ୟାର ସମାଧାନର ରାସ୍ତା ଖୋଲିଯିବ। ଆର୍ଥିକ ଅନଟନ ଲାଗି ରହିବା ସହ ବାକି ପଡିଥିବା ଟଙ୍କା ଫେରି ନ ପାଇବାରୁ ଚିନ୍ତିତ ରହିପାରନ୍ତି।
ମୀନମୀନ
ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ମଧ୍ୟ ହୋଇପାରିବେ। ଆର୍ଥିକ ସ୍ବଚ୍ଛଳତା ବଢିଯିବା କାରଣରୁ କିମ୍ବା ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri