Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରି ୭ ତାରିଖ – Daily Horoscope

ମେଷ
ଚନ୍ଦ୍ର ଓ ମଙ୍ଗଳଙ୍କ ସମସପ୍ତକ ଦୃଷ୍ଟି ଆପଣଙ୍କୁ କର୍ମକ୍ଷେତ୍ରରେ ସଫଳତା ପ୍ରଦାନ କରିବ। କାନକୁହା କଥା ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ କୈାଣସି ବିବାଦୀୟ ପରିବେଶ ସୃଷ୍ଟି କରିପାରେ। ପରୋକ୍ଷ ଶତ୍ରୁତା, ବାଣିଜ୍ୟରେ କ୍ଷତି, ଜମିଜମା କାରବାରରେ ଦ୍ୱନ୍ଦ୍ୱ ଅସ୍ଥିରତାର ମୁଖ୍ୟ କାରଣ ପାଲଟି ଯିବ। କଳା, ସାହିତ୍ୟରେ ଉନ୍ନତି ପରିଲକ୍ଷିତ ହେବାର ଆଶା ରହିଛି।
ବୃଷ
ବୃଷ
ଉଚ୍ଚସ୍ଥ ଚନ୍ଦ୍ର ସହକର୍ମୀ ତଥା ପାଖ,ପଡୋଶୀଙ୍କ ସହାନୁଭୂତି ପାଇବାରେ ସାହାଯ୍ୟ କରିବ। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିଲେ ମଧ୍ୟ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପ୍ରଭାବିତ ହେବ ନାହିଁ। ଆନୁଷ୍ଠାନିକ ଓ ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ମନକୁ ଆଶ୍ୱସ୍ଥି ପ୍ରଦାନ କରିବ। ନିଜର ଆତ୍ମୀୟମାନଙ୍କ ଦ୍ୱାରା ପରୋକ୍ଷ ଶତ୍ରୁତାରେ ପୀଡିତ ହେବାକୁ ପଡିପାରେ।
ମିଥୁନ
ମିଥୁନ
ଦ୍ୱାଦଶସ୍ଥ ଚନ୍ଦ୍ର ଓ ଅଷ୍ଟମସ୍ଥ ଶୁକ୍ର ଅପବ୍ୟୟ,ପାରିବାରିକ ସମସ୍ୟା,ବିକ୍ଷିପ୍ତ ଚିନ୍ତାଧାରା ମାଧ୍ୟମରେ ମାନସିକ ଅଶାନ୍ତି ସୃଷ୍ଟି କରିବ। ତଥାପି ଦର୍ଶନୀୟସ୍ଥାନ ପରିଭ୍ରମଣର ମସୁଧା ପାଇପାରନ୍ତି। ଦୀର୍ଘ ଦିନରୁ ରହିଆସିଥିବା ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। କଳା, ସାହିତ୍ୟ, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ସଙ୍ଗକୁ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ଏକାଦଶସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ଆନୁଷ୍ଠାନିକ କ୍ଷେତ୍ରରେ ଆନୁସଙ୍ଗତ୍କ ସାହାଯ୍ୟ ଓ ସହଯୋଗ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବ। ବାକ୍‌ ଅସଂଯମତା ଯୋଗୁଁ ସଭାସମିତିରେ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟକୁ ସଙ୍କୁଚିତ କରିନେବାର ଯୋଜନା କରିବାକୁ ମନ ବଳାଇ ପାରନ୍ତି।
ସି˚ହ
ସି˚ହ
ପାରଷ୍ପରିକ ଆଲୋଚନା କ୍ରମେ ସହଯୋଗ ଲାଭକରି କାର୍ଯ୍ୟସାଧନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଶେୟାର ବଜାର, ନିର୍ମାଣ, ପରିବହନ ଓ ମାଲି ମକଦ୍ଦମା କ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ। ପରିବାରର ବ୍ୟୟ ବୃଦ୍ଧି ଦୁଃଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତିତ ରହିବା ସହ ଅର୍ଥ ସଂକଟରେ ଅତିଷ୍ଠ ହେବେ।
କନ୍ୟା
ଅଷ୍ଟମାଧିପତି ମଙ୍ଗଳଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଯାହା ପାଇବାକୁ ଆଶା ବାନ୍ଧି ବସିଛନ୍ତି ତାହା ପାଇବା କଷ୍ଟକର ହେବ। ପାରବାରିିକ କ୍ଷେତ୍ର, ପ୍ରଶାସନିକ ସେବା,ଏଜେନ୍ସିିପ୍‌ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ନୂତନ ପ୍ରକଳ୍ପ, ଅର୍ଥନୈତିକ ସଂସ୍କାର, କୁଟନୀତି, ଚୁକ୍ତିପତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା
ତୁଳା
ଆଜିର ଚନ୍ଦ୍ରଙ୍କ ସ୍ଥିତି କର୍ମକ୍ଷେତ୍ରର ସମସ୍ୟା ବିଷୟରେ ଚିନ୍ତିତ କରାଇବ। ଶାରୀରିକ ଅସୁସ୍ଥତା କାରଣରୁ ଅନ୍ୟ ମାନଙ୍କ ଉପରେ ନିର୍ଭର କରିବାକୁ ପଡିପାରେ। ସଭାସମିତି, ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ଅବଶ୍ୟ ସ୍ବାତୀ ନକ୍ଷତ୍ର ଅର୍ଥ ସମ୍ପର୍କ, ଦୂର ଯାତ୍ରା, କ୍ରୀଡା, ଚଳଚ୍ଚିତ୍ରରେ ପ୍ରଶଂସିତ ହେବେ।
ବିଛା
ବିଛା
ଏକାଧିକ ଗ୍ରହ ମୁଖଭାବସ୍ଥ ଯୋଗୁଁ ବ୍ୟବହାରରେ ଶାଳୀନତା ଅଭାବରୁ ମିତ୍ରବନ୍ଧୁଙ୍କ ସହ ସମ୍ପର୍କହାନୀ ଘଟିବାର ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବା ଆଶା ମଉଳି ଯାଇପାରେ। କ୍ରୀଡା,ଚଳଚିତ୍ର, କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଗ ଧାଡିରେ ରହିବେ।
ଧନୁ
ଧନୁ
ପ୍ରତ୍ୟେକ କାର୍ଯ୍ୟରେ ଅଗ୍ରଣୀ ହେବେ କିନ୍ତୁ ଚିନ୍ତାଧାରା ବିକ୍ଷିପ୍ତ ରହିବ। ଅର୍ଥନୈତିକ, ସାମାଜିକ, ରାଜନୈତିକ ଓ ସାଂଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବାରେ ସମର୍ଥ ହେବେ। କଚେରି ମାମଲା,କଳା, ସାହିତ୍ୟ,ସଙ୍ଗୀତ ଆସର, ଭ୍ରମଣ ପ୍ରଭୃତିର ସୁଯୋଗ ପାଇବେ। ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ଚିନ୍ତାର କାରଣ ହେବ।
ମକର
ମକର
ଅନୁକୂଳ ଗ୍ରହସ୍ଥିତି ଅଭିଳାଷ ପୂରଣ କରିବା ଦିଗରେ ସାହାଯ୍ୟ କରିବ। ନୂତନ ଯୋଜନା, ରାଜନୀତି, ସଭାସମିତି, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବେ। ବ୍ୟବସାୟ କ୍ଷେତ୍ର, ଦୂରଯାତ୍ରା, ପରିଭ୍ରମଣ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅର୍ଥ, ସମ୍ମାନ, ପ୍ରତିଷ୍ଠା ସଙ୍ଗକୁ ବନ୍ଧୁମାନଙ୍କ ଶୁଭ କାମନାରେ ମନ ପ୍ରଫୁଲ୍ଲିତ ରହିବ।
କୁମ୍ଭ
କୁମ୍ଭ
ରାହୁ ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ପରିବାର କିମ୍ବା କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଜନିତ କଳହର ଆଶଙ୍କା ରହିଛି। ତଥାପି ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ବିବାଦୀୟ ଘଟଣାର ଫଇସଲା ଏବଂ ବନ୍ଧୁ ଙ୍କ ଦ୍ୱାରା ପ୍ରଶଂସିତ ହେବେ। ସରକାରୀ ସ୍ତରରେ ଅଟକି ରହିଥିବା କାମ କ୍ଷେତ୍ରରେ ସଫଳତା ପାଇବେ। ଆତ୍ମୀୟଙ୍କ ବେଖାତିର ମନୋଭାବ ପରିସ୍ଥିତିକୁ ଜଟିଳ କରିଦେଇପାରେ।
ମୀନମୀନ
ଧନାଧିପ ଭାଗ୍ୟସ୍ଥ ହେତୁ ଅର୍ଥନୈତିକ ଅଭିବୃଦ୍ଧି ସହ ନୂତନ ବନ୍ଧୁସମ୍ପର୍କ ସ୍ଥାପିତ ହେବ। ନିର୍ମାଣ, ପରିବହନ, ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚମାନର ଫଳ ଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମ୍ମାନଜନକ ସ୍ଥିତିରେ ଉପନୀତ ହେବେ। ଋଣ ପରିଶୋଧ, କଚେରି ମାମଲା ଓ ଦୂରଯାତ୍ରା ଦୁଃଶ୍ଚିନ୍ତାର କାରଣ ହେବାର ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri