Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୨୦ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ସାଧାରଣ ତର୍କଜନିତ ବିବାଦରୁ ଦୂରେଇ ରହିବା ଭଲ ହେବ। ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ନତୁବା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବୃଷ
ବୃଷ
ଦୃଢ଼ ମନୋବଳ ଯୋଗୁ ଯେକୌଣସି ପରିସ୍ଥିତିରେ ମଧ୍ୟ ପଛକୁ ଫେରି ଚାହିଁବେ ନାହିଁ। ଆରମ୍ଭ କରିଥିବା ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିପାରନ୍ତି। ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ମିଥୁନ
ମିଥୁନ
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁମାନଙ୍କ ସହାନୁଭୂତି କାମ ପାଇଁ ପ୍ରେରଣ ଯୋଗାଇବ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଆନୁଷଙ୍ଗିକ ସାହାଯ୍ୟ ମଧ୍ୟ ପାଇବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହାକି ସମସ୍ୟାର କାରଣ ହୋଇପାରେ।
କର୍କଟ
କର୍କଟ
ପରିସ୍ଥିତି ବଦଳି ଯାଇଥିବାରୁ ଆଶା କରିଥିବା ଦିଗରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ହେଲେ ମଧ୍ୟ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ। ବ୍ୟବସାୟ, ପରିବହନ, ବାଣିଜ୍ୟରେ ଲାଭାନ୍ବିତ ହେବେ କିନ୍ତୁ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି।
ସି˚ହ
ସି˚ହ
ନିଜର କଠିନ ଅଧ୍ୟବ୍ୟସାୟ ଓ ସାଧନା ହେତୁକ ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି। ବନ୍ଧୁମାନଙ୍କ ସହାୟତା ପୂର୍ଣ୍ଣରୂପେ ରହିଥିବାରୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବାଧାପାପ୍ତ ହେବ ନାହିଁ। କଠିନ ଶ୍ରମଜନିତ ସାମୟିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରେରଣା ପାଇ ଖୁସି ହେବେ।
କନ୍ୟା
ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ବହୁପୂର୍ବରୁ ଲାଗି ରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତାର ଦାଉ ଅସମ୍ଭାଳ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିବେ। ଅଭାବ ଓ ଅସୁବିଧାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଅର୍ଥ ସଂକଟର ଦୂରୀକରଣ ନିମିତ୍ତ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଅଫିସ କାମରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଭୁଲ୍‌ ବୁଝାମଣା ଓ ବୃଥା ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତିଜନିତ ଅନ୍ୟମନସ୍କ ରହିପାରନ୍ତି।
ବିଛା
ବିଛା
ଅତୀତର କୌଣସି ଘଟଣା କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଆଗାମୀ ସମୟରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କୌଣସି ବିଷୟକୁ ନେଇ ମନରେ ବାରମ୍ବାର ଆଲୋଡନଜନିତ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ ହୋଇଯାଇପାରେ।
ଧନୁ
ଧନୁ
କର୍ମକ୍ଷେତ୍ରର ସମସ୍ୟା ସମାଧାନ ଦିଗରେ ଯଥାସାଧ୍ୟ ଉଦ୍ୟମ କରି ବିଫଳ ହୋଇପାରନ୍ତି। କିନ୍ତୁ ପାରିବାରିକ ସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ଏଣେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ କାର୍ଯ୍ୟ ସମ୍ପନ୍ନର ଆଶା ମଉଳି ଯାଇପାରେ। ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ମକର
ମକର
ଆପଣଙ୍କ ପରିସ୍ଥିତିକୁ ହୃଦୟଙ୍ଗମ କରି ଜଣେ ବନ୍ଧୁ ସହାନୁଭୂତି ପୂର୍ବକ ସାହାଯ୍ୟ କରିବାର ପ୍ରତଶ୍ରୁତି ଦେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ତଥା ଚଳଚ୍ଚିତ୍ର ପ୍ରଭୃତି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ପାରିବାରିକ କ୍ଷେତ୍ରରେ ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବା କାରଣରୁ ମାନସିକ ସ୍ତରରେ ପ୍ରସନ୍ନତା ଅନୁଭବ କରିବେ। କିନ୍ତୁ ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଦ୍ୱାରା ସାମାଜିକ ସ୍ତରରେ ଅସମ୍ମାନିତ ହୋଇପାରନ୍ତି। ଆଜି ବନ୍ଧୁମାନଙ୍କ ସହ ଭ୍ରମଣ ସୁଯୋଗ ଜୁଟିପାରେ। ବ୍ୟବସାୟ ଓ ପରିବହନରେ ଶିଥିଳତା କାରଣରୁ ସାମୟିକ ବିଷାଦିତ ରହିପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପୂଜାପାର୍ବଣ ମଉକାରେ ବନନ୍ଧୁମିଳନ ମନକୁ ସାମୟିକ ହାଲୁକା କରିଦେଇପାରେ। କେତେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ସାମାଜିକ ସ୍ତରରେ ବୁଝାମଣା ଠିକ୍‌ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri