Posted inRasifala

ରାଶିଫଳ: ଗୁରୁବାର , ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ
ଆଜି ଦ୍ୱିତୀୟ ଭାବକୁ ଚନ୍ଦ୍ର ଓ ଗୁରୁଙ୍କ ଦୃଷ୍ଟିରୁ ଆପଣଙ୍କୁ ଅର୍ଥଲାଭ, ଉଚ୍ଚସମ୍ମାନପ୍ରାପ୍ତି ଯୋଗ ରହିଛି। ସମସ୍ୟା ରହିଥିବାରୁ ପ୍ରତି ମୁହୂର୍ତ୍ତରେ ପ୍ରତିକୂଳ ପରିସ୍ଥିତିର ଚାପ ମଧ୍ୟ କମିବ ନାହିଁ। ଅବଶ୍ୟ ସଭାସମିତି, ମାଲିମକଦ୍ଦମାରେ ଅଗ୍ରଗତି ଘଟିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ।
ବୃଷ
ବୃଷ
ପରିସ୍ଥିତିବଶତଃ ଆତ୍ମୀୟଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ପ୍ରତିବନ୍ଧକ ମଧ୍ୟରେ କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରିନେବେ । ଅଫିସିଆଲି କାମ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସୀ ହୋଇପାରନ୍ତି।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ମଧ୍ୟ ଧନ ଆଗମନର ସମ୍ଭାବନା ଦେଖାଦେଇପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
କର୍କଟ
କର୍କଟ
ସକାଳୁ ସକାଳୁ ଆନୁଷ୍ଠାନିକ କାମରେ ନିଜକୁ ଜଡ଼ିତ ରଖିପାରନ୍ତି । ଅନ୍ୟମାନଙ୍କ ବିରୋଧାଭାସ ଆପଣଙ୍କ କାମ ଗୁଡ଼ିକୁ ଅଟକାଇ ରଖିପାରିବ ନାହିଁ । ପରିବାରରେ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ସାମୟିକ ଅସନ୍ତୁଷ୍ଟ ରହିପାରନ୍ତି। ଅତୀତରେ ଘଟିଯାଇଥିବା ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତାକରି ଅପରାହ୍ନରେ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ବନ୍ଧୁଙ୍କ ପ୍ରେରଣା ପାଇଲେ ମଧ୍ୟ ମନରେ ସକାରାମତ୍କ ଭାବ ଉଦ୍ରେକ ହେବନାହିଁ । ସାମାଜିକ ସ୍ତରରେ ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ କେତେକାଂଶରେ ଉପକୃତ ହେବେ।
କନ୍ୟା
ଭାଗ୍ୟ ସ୍ଥାନକୁ ଶୁଭଗ୍ରହଙ୍କ ଦୃଷ୍ଟି ଫଳରେ ଯେମିତି ଚିନ୍ତା କରୁଛନ୍ତି, ବାସ୍ତବରେ ସେହି ଅନୁସାରେ ହିଁ କାମଗୁଡିକ ସମ୍ପନ୍ନ ହୋଇପାରିବ। ଆନୁଷଙ୍ଗିକ ସହଯୋଗରେ କାର୍ଯ୍ୟ ତ୍ୱରାନ୍ବିତ କଲେ ମଧ୍ୟ ପ୍ରାଥମିକ ଅବସ୍ଥାରେ କିଛିଟା ବ୍ୟତିକ୍ରମ ଦେଖାଦେଇପାରେ। ଶିଳ୍ପ, ବ୍ୟବସାୟ, ପରିବହନ, ଏଜେନ୍‌ଶିପ୍‌ ପ୍ରଭୃତିରେ ଉନ୍ନତି କରିବେ।
ତୁଳା
ତୁଳା
ଯାହା ଓ ଯେତିକି ପାଇବା କଥା ସେଥିପାଇଁ ଆପଣଙ୍କୁ ପ୍ରବଳ ସଂଘର୍ଷ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ର ସକାଶେ ଚନ୍ଦ୍ର ସମସ୍ୟା ସୃଷ୍ଟି କଲେ ମଧ୍ୟ ମନୋବଳକୁ ଅକ୍ଷୁଣ୍ଣ ରଖିପାରିବେ। ପାରିବାରିକ କ୍ଷେତ୍ରରେ କୌଣସି ଅସୁବିଧା ନ କଲେ ମଧ୍ୟ ଆର୍ଥିକ କ୍ଷତି ଘଟାଇ ପାରନ୍ତି। ବ୍ୟସ୍ତତା ମଧ୍ୟରେ ଯାଉ ଯାଉ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜିର ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
ଆଜିର ଗ୍ରହ ସ୍ଥିତି ଆପଣଙ୍କ ସକାଶେ ବିଶେଷଭାବରେ ଅନୁକୂଳ ରହିବ, ଫଳରେ ପୁରସ୍କୃତ ହେବାର ଆଶା ରହିଛି। ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ପାଖ ଲୋକଙ୍କ ଭୂମିକା ଅତି ଜରୁରୀ ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବ।
ଧନୁ
ଧନୁ
ଆଜିର ଗୁରୁଚାନ୍ଦ୍ରୀ ଯୋଗ ଆପଣଙ୍କୁ ସୁସ୍ଥ ମାନସିକତା, କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ । କିନ୍ତୁ ଶନିଙ୍କ ପ୍ରଭାବଜନିତ ଅନିଦ୍ରା ଓ ଧନବ୍ୟୟ ହେତୁ ସାମୟିକ ଦୁଶ୍ଚିନ୍ତା ସୃଷ୍ଟି ହୋଇପାରେ । ବନ୍ଧୁମାନଙ୍କ ଗହଣରେ ଅପ୍ରିୟ ସତ୍ୟ କହିବା କାରଣରୁ ବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିପାରେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ଉଚ୍ଚ ପ୍ରଶଂସିତ ହେବେ ।
ମକର
ମକର
ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସଙ୍ଗିତ ଚର୍ଚ୍ଚାରେ ଦିନଟିକୁ ଉପଭୋଗ କରିପାରନ୍ତି। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ପୂର୍ବାଲୋଚନା ଅନୁଯାୟୀ ଅର୍ଥ ସାହାଯ୍ୟ ପାଇବେ ଏବଂ ଆଶା କରିଥିବା କୌଣସି ଖବର ପାଇ ଖୁସି ହେବେ। ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ ।
କୁମ୍ଭ
କୁମ୍ଭ
ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ । ପରିବର୍ତ୍ତିତ ସମୟକୁ ଆଖି ଆଗରେ ରଖି କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ପ୍ରିୟବନ୍ଧୁଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଅସୁବିଧାରେ ପକାଇପାରନ୍ତି। ଗୃହ, ଭୂମି, ଗାଡ଼ିମୋଟର, ପ୍ରେସ୍‌, ପବ୍ଲିକେଶନ ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ମୀନମୀନ
ଆଜି ସାଂସ୍କୃତିକ ଅନୁଷ୍ଠାନରେ କିଛି କାମକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କ୍ଷେତ୍ରରେ ଯତ୍ନବାନ୍‌ ହେଲେ ତାହା ନିଜ ପାଇଁ ହିତକର ହେବ। ପରିବାରର ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତାଲୋଚନାରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri